ETV Bharat / city

ଅକ୍ସିଜେନ ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତିକୁ ନେଇ ଆନ୍ଦୋଳନ

author img

By

Published : Mar 14, 2022, 6:44 PM IST

ଅକ୍ସିଜେନ ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତିକୁ ନେଇ ଆନ୍ଦୋଳନ
ଅକ୍ସିଜେନ ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତିକୁ ନେଇ ଆନ୍ଦୋଳନ

ଚାପ ଅବଶୋଷଣ ପ୍ରଣାଳୀରେ ବିଭିନ୍ନ ଜିଲ୍ଲା ସରକାରୀ ମେଡିକାଲରେ ଅମ୍ଳଜାନ ଉତ୍ପାଦନ ଓ ବଣ୍ଟନ ପାଇଁ କୁଶଳୀ ଛାତ୍ରଛାତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଚାପ ଅବଶୋଷଣ ପ୍ରଣାଳୀରେ ବିଭିନ୍ନ ଜିଲ୍ଲା ସରକାରୀ ମେଡିକାଲରେ ଅମ୍ଳଜାନ ଉତ୍ପାଦନ ଓ ବଣ୍ଟନ ପାଇଁ କୁଶଳୀ ଛାତ୍ରଛାତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ଏନେଇ ମାଷ୍ଟରକ୍ୟାଣ୍ଟିନ ନିକଟରେ ଅଲ ଓଡିଶା ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପରୀକ୍ଷାର୍ଥୀ ସଙ୍ଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି।

ଅକ୍ସିଜେନ ପ୍ଲାଣ୍ଟରେ ସ୍ଥାୟୀ ନିଯୁକ୍ତିକୁ ନେଇ ଆନ୍ଦୋଳନ

କୋରୋନା ମହାମାରୀ ସମୟରେ ଅକ୍ସିଜେନର ବ୍ୟବହାର ଓ ଅଭାବ ଦେଖିବାକୁ ମିଲିଥିଲା । ଏହାକୁ ଲକ୍ଷ କରି ଭାରତ ସରକାର ବିଭିନ୍ନ ରାଜ୍ୟର ଜିଲ୍ଲା ମାନଙ୍କରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିଥିଲେ । ଏନେଇ ମଧ୍ୟ ସମସ୍ତ ଆଇଟିଆଇ ଛାତ୍ରଛାତ୍ରୀ ମାନଙ୍କ ଅନଲାଇନ ଓ ଅନସାଇଟ ଟ୍ରେନିଂ ଦିଆଯାଇଛି । ଏହି ଟ୍ରେନିଂ ପରେ କୁଶଳୀ ଛାତ୍ରଛାତ୍ରୀ ମାନେ ସେମାନଙ୍କର ସାର୍ଟିଫିକେଟ ପାଇସାରିଛନ୍ତି । କିନ୍ତୁ, ସବୁ ଥାଇକି ମଧ୍ୟ ସ୍ଥାୟୀ ନିଯୁକ୍ତି ଦିଆଯାଉନାହିଁ ।

ଏନେଇ ଜିଲ୍ଲାପାଳ ସମସ୍ତେ ବିଭିନ୍ନ ଅଧିକାରୀଙ୍କୁ ମଧ୍ୟ ଚିଠି କରିଛନ୍ତି । କିନ୍ତୁ, କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ସ୍ଥାୟୀ ନିଯୁକ୍ତିକୁ ନେଇ 100ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ନିକଟରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି । ଓଡ଼ିଶାରେ ଥିବା କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବି କରିଛନ୍ତି । ଆମକୁ ତୁରନ୍ତ ନିଯୁକ୍ତି ସୂଚନା ନମିଳିଲେ ରାଜରାସ୍ତାରେ ଧାରଣା ସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.