ETV Bharat / city

କଟୁରୀ ଗ୍ୟାଙ୍ଗ୍‌ରେ ପାଠୁଆ ଲୁଟେରା, କମ୍ପିଟେଟିଭ ଛାତ୍ରରୁ ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ

author img

By

Published : Apr 22, 2022, 5:45 PM IST

ରାଜଧାନୀରେ ହାଣୁଥିଲେ ଲୁଟୁଥିଲେ, କଟୁରି ଗ୍ୟାଙ୍ଗକୁ ଗିରଫ କଲା ପୋଲିସ
ରାଜଧାନୀରେ ହାଣୁଥିଲେ ଲୁଟୁଥିଲେ, କଟୁରି ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ରାଜଧାନୀବାସୀଙ୍କୁ କଲବଲ କରୁଥିବା କଟୁରୀ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ କରିବା ପରେ ଆସିଛି ଏକ ପାଠପଢା ଛାତ୍ରର କାହାଣୀ । ଯିଏକି ପାଠ ଛାଡି ଅପରାଧୀଙ୍କ ସହ ମିଶି କରୁଥିଲା ଲୁଟପାଟ । ଅଧିକ ପଢନ୍ତୁ

ଭୁବନେଶ୍ବର: ଅପରାଧ‌ ଦୁନିଆରେ ପାଦ ଦେଇଥିଲା ପାଠ ପଢୁଆ ଛାତ୍ର । କମ୍ପିଟେଟିଭ ପଢୁଥିବା ଷ୍ଟୁଡେଣ୍ଟ ହୋଇଯାଇଥିଲା ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ । ଟଙ୍କା ପାଇଁ ସାମିଲ ହୋଇଥିଲା କଟୁରୀ ଗ୍ୟାଙ୍ଗରେ । ଆଉ ରାଜଧାନୀରେ ସହଯୋଗୀଙ୍କ ସହ ମିଶି ଲୁଟୁଥିଲା ଲୋକଙ୍କ ଟଙ୍କା ଓ ମୋବାଇଲ ଫୋନ। ଆଜି ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଗିରଫ କରିବା ପରେ ଜଣେ ପାଠପଢୁଆ ଛାତ୍ରର ଅପରାଧ ଦୁନିଆରେ ପାଦ ଦେବାର କାହାଣୀ ସାମନାକୁ ଆସିଛି ।

ରାଜଧାନୀରେ ହାଣୁଥିଲେ ଲୁଟୁଥିଲେ, କଟୁରି ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ଏହି ଛାତ୍ର ଜଣକ ଅପରାଧୀଙ୍କ ସହ ମିଶି ଲୁଟପାଟ କରୁଥିବା ସମୟରେ ଆକ୍ରମଣ କରିବାକୁ ମଧ୍ୟ ପଛାଉନଥିଲା । ଖଣ୍ଡଗିରି ପୋଲିସ ହାତରେ ଧରାପଡିଥିବା ୫ ଜଣିଆ ଗ୍ୟାଙ୍ଗ ମଧ୍ୟରେ ଏହି ଛାତ୍ର ଜଣକ ସାମିଲ ଥିଲା । ଏହି ଛାତ୍ର ଜଣକ ପଟ୍ଟାମୁଣ୍ଡାଇ ତିଗିରିଆ ଅଞ୍ଚଳର ହୋଇଥିବା ବେଳେ ତାର ନାମ ସୌମ୍ୟ ରଞ୍ଜନ ସିଂ ବୋଲି ଜଣାପଡ଼ିଛି । ପଟ୍ଟାମୁଣ୍ଡାଇ କଲେଜରେ ପାସ ହେବା ପରେ ସେ ଭୁବନେଶ୍ବର ଉଚ୍ଚଶିକ୍ଷା ପାଇଁ ଆସିଥିଲା । CRPରେ ରହି ପ୍ରତିଯୋଗୀମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲା । ପ୍ରଶାସନିକ ଅଧିକାରୀ କିମ୍ବା କୌଣସି ବ୍ୟାଙ୍କ କର୍ମଚାରୀ ହେବା ପାଇଁ ଆଶା ରଖିଥିଲା । ହେଲେ କାଳ ସାଜିଲା ଟଙ୍କାର ଲୋଭ ।

ରାଜଧାନୀରେ ହାଣୁଥିଲେ ଲୁଟୁଥିଲେ, କଟୁରି ଗ୍ୟାଙ୍ଗକୁ ଗିରଫ କଲା ପୋଲିସ
ରାଜଧାନୀରେ ହାଣୁଥିଲେ ଲୁଟୁଥିଲେ, କଟୁରି ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ଆଉ ପାଠ ଛାଡି ପ୍ରଥମେ ସିଆରପି ଛକରେ ଏକ ଲସି ଦୋକାନ କରିଥିଲା । ହେଲେ ଏଠାରେ ହିଁ କଟୁରୀ ଗ୍ୟାଙ୍ଗର ମେଳରେ ପଡି ଏହି ଅପରାଧ କାର୍ଯ୍ୟକୁ ସେ ବାଛି ନେଇଥିଲା । କୁସଙ୍ଗରେ ପଡି କଟୁରୀ ଗ୍ୟାଙ୍ଗର ଅନ୍ୟ ଅଭିଯୁ୍କ୍ତ ବରମୁଣ୍ଡା ହାଉସିଂ ବୋର୍ଡରେ ରହୁଥିବା ରାଜେଶ ସାମଲ, କଟକ ତିଗିରିଆର ରକି ଓରଫ ଅରବାଜ ଖାନ, ଲିଙ୍ଗରାଜ ଥାନା ଅଞ୍ଚଳର ନାରାୟଣ ବାରିକଙ୍କ ସହ ଲୁଟପାଟ କରିଥିଲା । ଏହାପରେ ଗ୍ୟାଙ୍ଗରେ ସାମିଲ ହୋଇ ରାଜଧାନୀରେ ଆତଙ୍କ ଖେଳାଇଥିଲେ ।

ଏହି କଟୁରୀ ‌ଗ୍ୟାଙ୍ଗର ଆତଙ୍କରେ କଲବଲ ହେଉଥିଲେ ସହରବାସୀ । ଏକୁଟିଆ ଦେଖି ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟୁଥିଲେ ଅପରାଧୀ । ମହିଳାଙ୍କଠୁ ଆରମ୍ଭ କରି ବୟସ୍କ ଓ କଲେଜ ଛାତ୍ରଙ୍କୁ ସମସ୍ତଙ୍କୁ ଏମାନେ କରୁଥିଲେ ହଇରାଣ । ଆଉ ବାଇକରେ ଆସି କଟୁରୀ ଓ ମାରଣାସ୍ତ୍ର ଦେଖାଇ ଲୁଟୁଥିଲେ ମୋବାଇଲ ଫୋନ, ଗହଣା । ଏହି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ ।

ଏହି ଗ୍ୟାଙ୍ଗ ରାଜଧାନୀର ୧୫ଟି କେସରେ ଥିଲେ ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ । ଏନେଇ ପୋଲିସ ୫ଜଣିଆ ଗ୍ୟାଙ୍ଗକୁ ଗିରଫ କରିବା ସହ ୩ଟି କଟୁରି ବ୍ୟବହାର କରୁଥିବା ୪ଟି ବାଇକ ଜବତ କରିଛି । ତେବେ ସେମାନେ ଲୁଟପାଟ କରିଥିବା ୨୬ଟି ମୋବାଇଲ ଫୋନ ସହ ୩୩ ହଜାର ଟଙ୍କା ୫ଟି ଘଣ୍ଟା ଜବତ କରିଛି ପୋଲିସ । ଏମାନେ ଲିଙ୍ଗରାଜ ଥାନା, ଏୟାରଫିଲଡ, ଖଣ୍ଡଗିରି, ମଞ୍ଚେଶ୍ବର ସମେତ ସହିଦନଗର, କ୍ୟାପିଟାଲ ଭଳି ୧୫ଟି ସ୍ଥାନରୁ ଲୁଟପାଟ କରିଛନ୍ତି । ଏନେଇ ଏମାନଙ୍କ ଗ୍ୟାଙ୍ଗର ପୂର୍ବରୁ ଫେବୃଆରୀ ୧୭ତାରିଖରେ ୬ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଅଳଙ୍କାର ସମେତ ମୋବାଇଲ ଫୋନ ଓ ଟଙ୍କା ଜବତ କରିଥିଲା ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.