ETV Bharat / city

Twin-Cityରେ ଖୋଲିବ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା, ମୁଖ୍ୟମନ୍ତ୍ରୀଙ୍କ ମିଳିଲା ମଞ୍ଜୁର

author img

By

Published : Dec 15, 2021, 1:40 PM IST

Updated : Dec 15, 2021, 3:33 PM IST

Twin-City ରେ ଖୋଲିବ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା, ମୁଖ୍ୟମନ୍ତ୍ରୀଙ୍କ ମିଳିଲା ମଞ୍ଜୁର
Twin-City ରେ ଖୋଲିବ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା, ମୁଖ୍ୟମନ୍ତ୍ରୀଙ୍କ ମିଳିଲା ମଞ୍ଜୁର

ଅପରାଧ ନିୟନ୍ତ୍ରଣ ପାଇଁ ଟ୍ବିନ୍‌ ସିଟିରେ ଖୋଲିବ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା । ଅଧିକ ପଢନ୍ତୁ

ଭୁବନେଶ୍ବର: କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ ଖୋଲିବ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା(Special Crime Unit) । ଭୁବନେଶ୍ବର-କଟକ ଏହି ଦୁଇ ସହରାଞ୍ଚଳରେ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Twin-Cityରେ ଖୋଲିବ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା, ମୁଖ୍ୟମନ୍ତ୍ରୀଙ୍କ ମିଳିଲା ମଞ୍ଜୁର

ଏଥିପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସମ୍ପର୍କିତ ବିଭିନ୍ନ ଅପରାଧ ସମ୍ପର୍କରେ ଅନୁସନ୍ଧାନ କରି ପଦକ୍ଷେପ ନେବେ ଏହି ଶାଖା । ଜଣେ DCPଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ କରିବ । ଏହି ଶାଖାରେ ୫୯ ଜଣ କର୍ମଚାରୀ ରହିବେ । ଏଥିରେ ଜଣେ ଅତିରିକ୍ତ DCP, ୩ ଜଣ SP, ୯ଜଣ ଇନ୍‌ସପେକ୍ଟର, ୧୨ଜଣ ସବ୍‌ଇନିସ୍‌ପେକ୍ଟର, ୩ ଜଣ ASI(ଯୋଗାଯୋଗ), ୩ ଜଣ କନଷ୍ଟେବଳ(ଯୋଗାଯୋଗ) ଓ ୨୭ ଜଣ କନଷ୍ଟେବଳ କାର୍ଯ୍ୟକରିବେ ।

ସେହିପରି କମିଶନରେଟ୍‌ ପୋଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବାପାଇଁ ଏହି ଅଞ୍ଚଳରେ ୩ ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହି ନୂଆ ଥାନାଗୁଡିକ ହେଲା –ପାହାଳ, ଇନ୍‌ଫୋଭାଲି ଓ ବୟାଳିଶମୌଜା/ବେଣ୍ଟକାର । ବାଲିଅନ୍ତା ଥାନା ଅଧୀନରେ କାମ କରୁଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ କାମ କରୁଥିବା ଇନ୍‌ଫୋଭାଲି ଫାଣ୍ଡି ଓ କଟକ ସଦର ଥାନା ଅଧୀନରେ କାମ କରୁଥିବା ବେଣ୍ଟକାର ଫାଣ୍ଡିକୁ ଉନ୍ନୀତ କରାଯାଇ ଏହି ୩ଟି ନୂଆ ଥାନା ସୃଷ୍ଟି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Dec 15, 2021, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.