ETV Bharat / city

Mission 2024: ଆସନ୍ତା 29ରେ ପାଓ୍ୱାର ସୋ, ରାଜନୈତିକ ଦଳଙ୍କ ରଣହୁଙ୍କାରରେ କମ୍ପିବ ରାଜଧାନୀ

author img

By

Published : Sep 27, 2022, 3:43 PM IST

Etv Bharat
Etv Bharat

ମିଶନ 2024 ପାଇଁ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳର ସମରସଜ୍ଜା । 29 ରେ ବିଜେପି, ବିଜେଡି ଓ କଂଗ୍ରେସର ବଡ଼ କାର୍ଯ୍ୟକ୍ରମ । ଜନତା ମୈଦାନରେ ନଡ୍ଡାଙ୍କ ରଣହୁଙ୍କାର । ବରମୁଣ୍ଡାରୁ ନବୀନ, ଖୋର୍ଦ୍ଧାରୁ ଶରତଙ୍କ କ୍ଷେତ୍ର ପ୍ରସ୍ତୁତି । ଅଧିକ ପଢନ୍ତୁ

ଭୁବନେଶ୍ବର: ମିଶନ 2024 ପାଇଁ ଆସନ୍ତା 29ରେ ଭୁବନେଶ୍ୱର କମ୍ପେଇବେ 3 ପ୍ରମୁଖ ରାଜନୈତିକ ଦଳ । ଜନତା ମଇଦାନରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କର୍ମକର୍ତ୍ତାଙ୍କୁ ବିଜୟ ମନ୍ତ୍ର ସହ ଦେବେ ରଣହୁଙ୍କାର । ଠିକ ସେଇଦିନ ବିଜେଡିର ଛାମୁଆ ସଂଗଠନ ନେତାଙ୍କୁ ଆଗାମୀ ରଣନୀତି ଓ କାର୍ଯ୍ୟପନ୍ଥା ନେଇ ବରମୁଣ୍ଡା ପଡ଼ିଆରୁ ମାର୍ଗଦର୍ଶନ ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏପଟେ ଓଡ଼ିଶାରେ ଭାରତ ଯୋଡ଼ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେହିଦିନ PCC ସଭାପତି ଶରତ ପଟ୍ଟନାୟକ ଖୋର୍ଦ୍ଧାରେ କରିବେ ବୈଠକ ।

Mission 2024: 29 ରେ ରଣହୁଙ୍କାର ଦେବେ 3 ପ୍ରମୁଖ ରାଜନୈତିକ ଦଳ

ମିଶନ 2024 ପାଇଁ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳର ସମରସଜ୍ଜା । ଆସନ୍ତା 29 ତାରିଖରେ ବିଜେପି, ବିଜେଡି ଓ କଂଗ୍ରେସର ବଡ଼ କାର୍ଯ୍ୟକ୍ରମ । ଜନତା ମୈଦାନରେ ନଡ୍ଡାଙ୍କ ରଣହୁଙ୍କାର । ବରମୁଣ୍ଡାରୁ ନବୀନ ଏବଂ ଖୋର୍ଦ୍ଧାରୁ ଶରତଙ୍କ କ୍ଷେତ୍ର ପ୍ରସ୍ତୁତି । ଆସନ୍ତା 29 ତାରିଖରୁ ପାଗଭିଡ଼ିବେ 3 ଦଳ । ରାଜଧାନୀ ଭୁବନେଶ୍ୱରରୁ ପ୍ରସ୍ତୁତ ହେବ କ୍ଷେତ୍ର । ଯାହାକୁ ନେଇ ରାଜଧାନୀରେ ରାଜନୈତିକ ତାତି ।

ଆସନ୍ତା 29ରେ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡାଙ୍କ ରଣହୁଙ୍କାର ପରେ ପୂରା ଉତ୍ସାହର ସହ ମୈଦାନକୁ ଡେଇଁବ ବିଜେପି । ପାଣିପାଗ ଯଦି ଠିକ ରୁହେ ତେବେ 30 ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ଜନତା ମୈଦାନରେ । ଦଳକୁ ଆହୁରି ସଂଗଠିତ କରିବା ସହ ରାଜଧାନୀରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବ ବୋଲି ବିଜେପି ଆଶା ରଖିଛି ।

ସେହିପରି ବିଜେଡି ବିଧିବଦ୍ଧ ଘୋଷଣା କରିନଥିଲେ ମଧ୍ୟ 2024 ପାଇଁ ଦଳ ବ୍ୟାପକ ଭାବେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅକ୍ଟୋବର 2 ଗାନ୍ଧି ଜୟନ୍ତୀରୁ ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀ ୱାରି ପଦଯାତ୍ରା କରିବ ବିଜେଡି । ବରମୁଣ୍ଡା ପଡିଆରୁ ଏନେଇ ବାର୍ତ୍ତା ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦଯାତ୍ରାର ସଫଳ କରିବାକୁ ମୁଖ୍ୟ ଦାୟିତ୍ୱ ତୁଲାଇବେ ଦଳର ଛାତ୍ର, ଯୁବ ଓ ମହିଳା ସଂଗଠନ । ନବୀନ ଦଳର ବରିଷ୍ଠ ନେତା ଓ ତିନି ଛାମୁଆ ସଂଗଠନର ମୁଖିଆ ଏବଂ ବଡ଼ ପଦାଧିକାରୀଙ୍କ ସହ ଆଲୋଚନା କରିବେ । ତୃଣମୂଳସ୍ତରରେ କିଭଳି କସରତ କରିବାକୁ ହେବ, ସେଥିପାଇଁ ଛାମୁଆ ସଂଗଠନ ନେତାମାନଙ୍କୁ ଦିଗଦର୍ଶନ ଦେବେ ନବୀନ ।

ସେପଟେ କଂଗ୍ରେସ ମଧ୍ୟ ସମାନ ଭାବରେ ଖୋର୍ଦ୍ଧା ବରୁଣେଇରେ ଏକ ବିରାଟ କର୍ମୀ ସମ୍ମିଳନୀ ଆୟୋଜନ କରିଛି । କଂଗ୍ରେସର ଭାରତଯୋଡ ପଦଯାତ୍ରାକୁ କିଭଳି ଅଧିକ କ୍ରିୟାଶୀଳ କରାଯିବ ସେନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରିବ ଦଳ । 29ରେ ଭାରତ ଯୋଡ଼ ଅଭିଯାନ ପାଇଁ ଖୋର୍ଦ୍ଧାରେ କଂଗ୍ରେସର ବୈଠକ ହେବ । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେବା ସହ ଦଳୀୟ କର୍ମକର୍ତ୍ତାଙ୍କୁ 2024 ନେଇ ଆହ୍ୱାନ ଦେବେ । ନବୀନ ହୁଅନ୍ତୁ ବା ନଡ୍ଡା, ଜନସାଧାରଣ ଆଉ କାହାରି କଥା ଶୁଣିବେ ନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ଲୋକେ ଜାଣି ସାରିଲେଣି । 2024ରେ କଂଗ୍ରେସ ସାଧାରଣରେ ବିଶ୍ୱାସଭାଜନ ହେବ ଓ କେନ୍ଦ୍ର ଓ ରାଜ୍ୟରେ କ୍ଷମତାକୁ ଫେରିବ ବୋଲି ସୁର କହିଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି 3 ପ୍ରମୁଖ ଦଳ ବଳ କଷୁଥିବାବେଳେ ରାଜ୍ୟ ଦେଖିବ ହାଇଭୋଲଟେଜ୍ ପଲିଟିକଲ ସୋ । କିଏ କେତେ ସଫଳ ହେବ ତାହା 29 ରେ ଜଣାପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.