ETV Bharat / city

ସଂଯୁକ୍ତ କିଷାନ ମୋର୍ଚ୍ଚାର ମଶାଲ ଶୋଭାଯାତ୍ରା

author img

By

Published : Feb 14, 2021, 9:50 PM IST

Updated : Feb 14, 2021, 10:46 PM IST

ସଂଯୁକ୍ତ କିଷାନ ମୋର୍ଚ୍ଚାର ମଶାଲ ଶୋଭାଯାତ୍ରା
ସଂଯୁକ୍ତ କିଷାନ ମୋର୍ଚ୍ଚାର ମଶାଲ ଶୋଭାଯାତ୍ରା

ଭୁବନେଶ୍ବରରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ମଶାଲ ଶୋଭାଯାତ୍ରା କରାଯାଇଛି । ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: 2019 ମସିହା ଆଜିର ଦିନରେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଦେଶର 44 ବୀର ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ । ଏହି ଦିବସକୁ କଳା ଦିବସ ଭାବେ ପାଳନ କରାଯାଉଥିବାବେଳେ ରାଜ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସହିଦ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚାର ମଶାଲ ଶୋଭାଯାତ୍ରା
ଏଥିସହିତ ଦେଶରେ କୃଷକମାନେ କରୁଥିବା ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର ଗୁରୁତର ଭାବେ ନେଇ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛି କିଷାନ ମୋର୍ଚ୍ଚା । ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଅନୁସାରେ ଏମଏସପି ବୃଦ୍ଧି କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ତେଣୁ ଏହାର ସମର୍ଥନରେ ଆସନ୍ତା 18 ତାରିଖ ମଧ୍ୟାହ୍ନ 12 ଟାରୁ 4 ଟା ପର୍ଯ୍ୟନ୍ତ ରେଳରୋକ କରାଯିବା ପାଇଁ ଡାକରା ଦିଆଯାଇଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated :Feb 14, 2021, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.