ETV Bharat / city

ସମବାୟ ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ନିକଟରେ ସୂଚନା ଅଧିକାର ଅଭିଯାନ ଫେରାଦ

author img

By

Published : Jul 10, 2019, 1:53 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବରିଷ୍ଠ ପ୍ରଶାସକ ତଥା ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏବଂ ବ୍ୟାଙ୍କ ପ୍ରଶାସକ ତୁଷାରକାନ୍ତି ପଣ୍ଡାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ । ଏନେଇ ଲୋକୟୁକ୍ତଙ୍କ ପାଖେ ଫେରାଦ ହୋଇଛନ୍ତି ରାଜ୍ୟ ସୂଚନା ଅଧିକାର ଅଭିଯାନ ।

ଭୁବନେଶ୍ବର: ଛଅ ଶହ କୋଟିରୁ ଉର୍ଦ୍ଧ୍ବ ଆର୍ଥିକ ଅନିୟମିତତା । ବରିଷ୍ଠ ପ୍ରଶାସକ ତଥା ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏବଂ ବ୍ୟାଙ୍କ ପ୍ରଶାସକ ତୁଷାରକାନ୍ତି ପଣ୍ଡାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ । ଏନେଇ ଲୋକୟୁକ୍ତଙ୍କ ପାଖେ ଫେରାଦ ହୋଇଛନ୍ତି ରାଜ୍ୟ ସୂଚନା ଅଧିକାର ଅଭିଯାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶା ଲୋକୟୁକ୍ତ ଯାହା ଉପରେ ସାଧାରଣ ଲୋକଙ୍କ ଭରସା ଓ ବିଶ୍ୱାସ ରହିଛି । ୨୦୧୫ ମସିହାରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ତତ୍କାଳୀନ ଏମଆଇସି ବିଷ୍ଣୁପଦ ସେଠୀ ଓ ତତ୍କାଳୀନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତୁଷାରକାନ୍ତି ପଣ୍ଡା ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।

ତେବେ ମୁଖ୍ୟ ପରିଚାଳକ ତୁଷାରକାନ୍ତି ପଣ୍ଡାଙ୍କ ଚାକିରି ଅବଧିକୁ ବାରମ୍ବାର କାହିଁକି ବଢ଼ାଗଲା ସେନେଇ ପ୍ରଶ୍ନ କରିଛି ସୂଚନା ଅଧିକାର ଅଭିଯାନ । ୨୦୧୭ ମସିହାରେ ତତ୍କାଳୀନ ସମବାୟ ମନ୍ତ୍ରୀ ଡ଼ଃ ଦାମୋଦର ରାଉତ ଏ ଘଟଣା ନେଇ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ବିନା ଟେଣ୍ଡରରେ କେଉଁଭଳି ଭାବରେ ହାଇଦ୍ରାବାଦ ଭି ସଫ୍ଟ କମ୍ପାନୀକୁ ଦିଆଗଲା, ମାଡ୍ରାସର ଏକ ଘରୋଇ କମ୍ପାନୀକୁ କାହିଁକି କିଷାନ ରୂପି କାର୍ଡ ଓ ବେଆଇନ ଭାବେ କାହିଁକି ୨୭୦୦ କମ୍ପ୍ୟୁଟର ୪୮ କୋଟି ଟଙ୍କାରେ କିଣାଗଲା ଏନେଇ ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର ଅଭିଯାନ ରାଜ୍ୟ ସଂଯୋଜକ ପ୍ରଦୀପ ପ୍ରଧାନ ।

ନାବାର୍ଡ ତଥ୍ୟ ଆଧାରରେ ଏହି ଦୁଇ ପ୍ରଶାସକ ବ୍ୟାଙ୍କିଂ ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଦୀପ ପ୍ରଧାନ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବଲାଂଗୀର ଜିଲ୍ଲାରେ ଗୋଟିଏ ପଟେ ବିଳମ୍ବରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ଏବେ ବର୍ଷ ନ ହେବା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଆଗାମୀ ସାତ ଦିନ ମଧ୍ୟରେ ବର୍ଷା ନହେଲେ ଏଠି ଗଜ ମରୁଡି ସୁନିଶ୍ଚିତ ବୋଲି ଜଣା ପଡ଼ିଛି । ତେବେ ଧାର କରି ମଞ୍ଜି ବିହନ ଓ ସାର ଯୋଗାଡ଼ କରିଥିବା ଚାଷୀ ଏବେ ଚିନ୍ତାରେ ତଗିବା ବେଳେ ବର୍ଷେ ସେମାନେ କେମିତି ଚାଲିବେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।


Body:ବଲାଂଗୀର ଜିଲ୍ଲାରେ ଜଳ ସେଚନ ସୁବିଧା 3 ପ୍ରତିଶତ ଥିବା ବେଳେ ଚାଷ ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ । ତେବେ ଜୁନ ମାସରେ ସାଧାରଣତଃ ଚାଷ କାମ ଆରମ୍ଭ ହେଉଥିବା ବେଳେ ଏଥର ତାହା ବିଳମ୍ବ ହୋଇ ଠିକରେ ଏଯାଏଁ ହୋଇ ପରି ନାହିଁ । ଚଳିତ ଜୁଲାଇ ମାସ ରେ ଭଲ ବର୍ଷା ହେଲେ ଚାଷୀ ତାଙ୍କର ପଲହା ରୁଆ ବିହୀଡ଼ା କାମ କରିଥାନ୍ତି । ତେବେ ଏଥର ଜୁଲାଇ ମାସ ଅଧା ହୋଇଥିବା ବେଳେ ବର୍ଷା ହୋଇ ନାହିଁ। ଯାହା ଫଳରେ କିଛି ଚାଷୀ ପଲହା ଏବେ ମାରିବା ପରିସ୍ଥିତିରେ ଅଛି । ସେହି ପରି ଆଗମି ସାତ ଦିନ ମଧ୍ୟରେ ବର୍ଷା ନହେଲେ ଏହି ଧାନ ଚାରା ମାରିବା ସୁନିଶ୍ଚିତ। ଏଥିପାଇଁ ଗୋଟିଏ ପଟେ ବିଳମ୍ବରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ଏବେ ବର୍ଷ ନ ହେବା ଚାଷୀଙ୍କୁ ଚିନ୍ତାରେ ପକାଇଛି । ସେଗିପରି ବର୍ଷା ନହେଲେ ଏଠି ଗଜା ମରୁଡି ସୁନିଶ୍ଚିତ ବୋଲି ଜଣା ପଡ଼ିଛି । ତେବେ ଧାର କରି ମଞ୍ଜି ବିହନ ଓ ସାର ଯୋଗାଡ଼ କରିଥିବା ଚାଷୀ ଏବେ ଚିନ୍ତାରେ ଥିବା ବେଳେ ବର୍ଷା ଅଭାବରେ ଚାଷ ନହେବାର ସମ୍ଭାବନା ଦେଖା ଦେଇଛି। ଏବଂ ଚାଷ ନ ହେଲେ ବର୍ଷେ ସେମାନେ କେମିତି ଚାଲିବେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ବାଇଟ ମଦନ ଭୋଇ ଚାଷୀ
ବାଇଟ ସୁରଜ କୁଅଁର ଚାଷୀ
ବାଇଟ ଦିନଗର କାଳସାଏ ଚାଷୀ


Conclusion:ବଲାଂଗୀର ବର୍ଷା ନହେବା ଯୋଗୁଁ ପରିସ୍ଥିତି ଏବେ ସଙ୍ଗିନ ହୋଇଛି ।ସେହିପରି ଆଗକୁ ବର୍ଷା ନହେଲେ ଏଠି ଗଜା ମରୁଡି ସୁନିଶ୍ଚିତ ବୋଲି ଜଣା ପଡିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.