ETV Bharat / city

କଥା ରଖିଲା BJD ! ଜିଲ୍ଲା ପରିଷଦ ନିର୍ବାଚନରେ OBCଙ୍କୁ 48% ଆସନ

author img

By

Published : Jan 26, 2022, 9:12 PM IST

Updated : Jan 27, 2022, 9:41 PM IST

ସଂରକ୍ଷଣ ଅନୁସାରେ ପ୍ରାର୍ଥୀ ଦେଇଥିବା କହିଲା BJD
ସଂରକ୍ଷଣ ଅନୁସାରେ ପ୍ରାର୍ଥୀ ଦେଇଥିବା କହିଲା BJD

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଅନୁସାରେ ପ୍ରାର୍ଥୀ ଦେଇଥିବା ଦାବି କଲା ବିଜେଡି । ରାଜ୍ୟରେ 853 ଜିଲ୍ଲା ପରିଷଦ ଆସନ ଥିବା ବେଳେ ସେଥିରୁ 464ଟି ସିଟ ଅଣସରଂକ୍ଷିତ ରହିଛି । ଏହି 464 ସିଟ ମଧ୍ୟରୁ ବିଜେଡି ଦଳୀୟ ଭିତ୍ତିରେ 406 ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ଯାହା ଅଣସରଂକ୍ଷିତ ସିଟର 87.50 ପ୍ରତିଶତ ଅଟେ । ତେବେ ସମୁଦାୟ 853 ସିଟରେ ଏହି ପ୍ରତିଶତ ରହିଛି 48 । ଅଧିକ ପଢନ୍ତୁ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଥା ରଖିଲା ଶାସକ ଦଳ । ପୂର୍ବ ପ୍ରତିଶ୍ରୁତି ଅନୁସାରେ 48 ପ୍ରତିଶତ OBC ପ୍ରାର୍ଥୀଙ୍କୁ ଜିଲ୍ଲା ପରିଷଦ ଟିକେଟ ଦେଲା ବିଜୁ ଜନତା ଦଳ । ଏନେଇ ଦଳ ପକ୍ଷରୁ ତାଲିକା ପ୍ରକାଶ ପାଇଛି ।

853 ସିଟ ମଧ୍ୟରୁ 406 ଜଣ ଓବିସି ପ୍ରାର୍ଥୀଙ୍କୁ ଜିଲ୍ଲା ପରିଷଦ ଟିକେଟ ଦେଇଛି ବିଜେଡି । ଓବିସି ସରଣକ୍ଷଣ ନେଇ ରାଜନୀତି ଜୋର ଧରିଥିଲା । ଓବିସି ସରଣକ୍ଷଣ ନେଇ ବିରୋଧୀ ଦଳଗୁଡିକ ସରକାରଙ୍କୁ ଟାର୍ଗେଟ କରୁଥିଲେ । ରାଜ୍ୟରେ OBC ଗଣନା ହୋଇନଥିବାରୁ ସରକ୍ଷଣ ନାକଚ କରିଥିଲେ । ଏବେ କିନ୍ତୁ ବିଜେଡି ସଂରକ୍ଷଣ ଅନୁସାରେ ନିଜ ଦଳୀୟ ପ୍ରାର୍ଥୀ ଦେଇଥିବା ଦାବି କରିଛି ।

ସଂରକ୍ଷଣ ଅନୁସାରେ ପ୍ରାର୍ଥୀ ଦେଇଥିବା କହିଲା BJD
ସଂରକ୍ଷଣ ଅନୁସାରେ ପ୍ରାର୍ଥୀ ଦେଇଥିବା କହିଲା BJD

ରାଜ୍ୟରେ 853 ଜିଲ୍ଲା ପରିଷଦ ଆସନ ଥିବା ବେଳେ ସେଥିରୁ 464ଟି ସିଟ ଅଣସରଂକ୍ଷିତ ରହିଛି । ଏହି 464 ସିଟ ମଧ୍ୟରୁ ବିଜେଡି ଦଳୀୟ ଭିତ୍ତିରେ 406 ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ଯାହା ଅଣସରଂକ୍ଷିତ ସିଟର 87.50 ପ୍ରତିଶତ ଅଟେ । ତେବେ ସମୁଦାୟ 853 ସିଟରେ ଏହି ପ୍ରତିଶତ ରହିଛି 48 ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated :Jan 27, 2022, 9:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.