ETV Bharat / city

କେବେ ହେବ ଯୁକ୍ତ ଦୁଇ ପରୀକ୍ଷା ? ଚିନ୍ତାରେ ପରୀକ୍ଷାର୍ଥୀ

author img

By

Published : Mar 13, 2022, 9:34 AM IST

Updated : Mar 13, 2022, 9:41 AM IST

ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ପରେ ଏବେ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଚିନ୍ତା
ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ପରେ ଏବେ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଚିନ୍ତା

ଏପ୍ରିଲ ୨୯ରୁ ମେ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ହେଲେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଏଯାଏଁ ଛିଣ୍ଡୁନି ଅଙ୍କ। ଚଳିତ ବର୍ଷ ଅଫଲାଇନରେ ଯୁକ୍ତ ଦୁଇ ପରୀକ୍ଷା ହେବାକୁ ଘୋଷଣା ହୋଇଥିଲେ ମଧ୍ୟ ଏ ଯାଏଁ ପରୀକ୍ଷା କେବେ ହେବ ତାହା ସ୍ପଷ୍ଟ ହୋଇନାହିଁ । ଅଧିକ ପଢନ୍ତୁ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହୋଇସାରିଛି । ଏପ୍ରିଲ ୨୯ରୁ ମେ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ହେଲେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଏଯାଏଁ ଛିଣ୍ଡୁନି ଅଙ୍କ। ଚଳିତ ବର୍ଷ ଅଫଲାଇନରେ ଯୁକ୍ତ ଦୁଇ ପରୀକ୍ଷା ହେବାକୁ ଘୋଷଣା ହୋଇଥିଲେ ମଧ୍ୟ ଏ ଯାଏଁ ପରୀକ୍ଷା କେବେ ହେବ ତାହା ସ୍ପଷ୍ଟ ହୋଇନାହିଁ । ପରୀକ୍ଷାକୁ ନେଇ ଉଭୟ ଅଭିଭାବକ ଓ ପରୀକ୍ଷାର୍ଥୀ ଚିନ୍ତାରେ ଅଛନ୍ତି । ଆଶା ଆଶଙ୍କାରେ ଛାତ୍ରଛାତ୍ରୀ। ଖୁବଶୀଘ୍ର ଶିକ୍ଷା ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ ।

କେବେ ହେବ ଯୁକ୍ତ ଦୁଇ ପରୀକ୍ଷା

ସେପଟେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଓ ଫ୍ଲାଇଙ୍ଗ ସ୍କାର୍ଡ ପ୍ରସ୍ତୁତ ଲାଗି କଲେଜ ଗୁଡିକୁ ଚିଠି ଲେଖିଛି ପରିଷଦ। କେବେ ହେବ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା। ଆଉ କେତେ ଦିନ ଗଡିଲେ ହେବ ଘୋଷଣା । କେବେଠାରୁ ଆରମ୍ଭ ହେବ ପ୍ରାକ୍ଟିକାଲ, କେବେ ହେବ ଥିଓରୀ। କଣ ରହିବ ଏଥର ପରୀକ୍ଷା ଢାଞ୍ଚା, କେଉଁ ଫାର୍ମାଟରେ ହେବ ପରୀକ୍ଷା। ଏପରି ଏକାଧିକା ପ୍ରଶ୍ନ ସୃଷ୍ଟି ହୋଇଛି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମନରେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ଘୋଷଣା ହେଉନହିଁ। ପୂର୍ବରୁ ପରୀକ୍ଷା କରିବା ମତାମତ ପାଇଁ ବିଭିନ୍ନ ଷ୍ଟେକହୋଲର୍ଡରଙ୍କ ସହ ବୈଠକ ସରିଛି। ଦିନ ପରେ ଦିନ ଗଡୁଛି ହେଲେ ତାରିଖ ଘୋଷଣା ନ ହେବାରୁ ଚିନ୍ତାରେ ରହିଛନ୍ତି ବିଦ୍ୟାର୍ଥୀ।

ସେପଟେ ଡାଉଟ କ୍ଲିଅରିଂ କ୍ଳାସ। ଉଭୟ ପ୍ରାକ୍ଟିକାଲ ଓ ଥିଓରି ପାଠପଢା ଜାରି ରହିଛି। ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କନିଷ୍ଠ ମହାବିଦ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ସିସିଟିଭି ଲଗାଇ କେନ୍ଦ୍ର ଗୁଡିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ହୋଇଛି । ନଚେତ ପରୀକ୍ଷା କେନ୍ଦ୍ରରୁ ବାଦ ପଡିବ। ମାଟ୍ରିକ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଏହା ସହ କେତେ ମାର୍କର କରାଯିବ। ପରୀକ୍ଷା କେଉଁ ଆଧାରରେ କରାଯିବ ସେନେଇ ମଧ୍ୟ ଛାତ୍ରଛାତ୍ରୀଙ୍କର ଦ୍ଵନ୍ଦ ଦୂର କରିଛନ୍ତି ରାଜ୍ୟ ସରକାର। ହେଲେ ଯୁକ୍ତ ଦୁଇ ପରୀକ୍ଷା ନେଇ କୌଣସି ସୂଚନା ପରିଷଦ ତରଫରୁ ଆସିନାହିଁ। ନା ପରୀକ୍ଷା ଢାଞ୍ଚା ବାବଦରେ କୁହାଯାଉଛି ନା ପରୀକ୍ଷା କେବେ ତାହା ବି ଜଣାଉଛନ୍ତି। କେବଳ କେନ୍ଦ୍ର ସଜାଡ଼ିବାକୁ ଚିଠି କରି ଚୁପ ବସିଛି ପରିଷଦ।

ଏନେଇ ଶିକ୍ଷାବିତ କହିଛନ୍ତି ପରୀକ୍ଷାର ମାସେ ପୂର୍ବରୁ ଅନ୍ତତଃ ପିଲାଙ୍କୁ ପରୀକ୍ଷା ବାବଦରେ ଜଣାନ୍ତୁ। ପିଲାଙ୍କ ପଢିବା ଓ ପ୍ରସ୍ତୁତି ପାଇଁ ସମୟ ଦେବା ଦରକାର। ତେଣୁ ପରୀକ୍ଷା ତାରିଖ ଓ ଫର୍ମାଟ ଯଥେଷ୍ଟ ପୂର୍ବରୁ ନ ଜଣାଇଲେ ପିଲାଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡିବ ବୋଲି ଶିକ୍ଷାବିତ୍ କହିଛନ୍ତି। ସୂଚନା ଅନୁଯାୟୀ, ଏପ୍ରିଲ 26 ରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା। ସେହିଭଳି ଆଇସିଏସଇ ମଧ୍ୟ ଏପ୍ରିଲ ତୃତୀୟ ସପ୍ତାହରୁ ପରୀକ୍ଷା କରିବ। ମାର୍ଚ୍ଚ ମାସ ଅଧା ହେବାକୁ ବସିଲାଣି ଗଣଶିକ୍ଷା ବିଭାଗ କି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୌଣସି ନିଷ୍ପତ୍ତି ଘୋଷଣା କରୁନାହିଁ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated :Mar 13, 2022, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.