ETV Bharat / city

ପରୀକ୍ଷା ବାତିଲ ଦାବିରେ +2 ଛାତ୍ରଛାତ୍ରୀଙ୍କ ଧାରଣା, ଉଠାଇ ନେଲା ପୋଲିସ

author img

By

Published : Apr 26, 2021, 1:01 PM IST

ପରୀକ୍ଷା ବାତିଲ ଦାବିରେ +2 ଛାତ୍ରଛାତ୍ରୀଙ୍କ ଧାରଣା
ପରୀକ୍ଷା ବାତିଲ ଦାବିରେ +2 ଛାତ୍ରଛାତ୍ରୀଙ୍କ ଧାରଣା

ଆଗାମୀ 10 ଦିନ ମଧ୍ୟରେ ଯଦି କିଛି ନିଷ୍ପତି ନ ନିଆଯାଏ, ତେବେ ନବୀବ ନବିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ କର୍ମକର୍ତ୍ତା। ଅଧିକ ପଢନ୍ତୁ...

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଧାରଣାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। ପୂର୍ବରୁ ପରୀକ୍ଷା ବାତିଲ ନେଇ ଧାରଣା ଦେଇଥିବାବେଳେ ଆଗାମୀ ଦିନରେ ପରୀକ୍ଷା ବାତିଲ କରା ନଗଲେ ନବୀନ ନିବାସ ଘେରାଉ କରାଯିବ। ତେବେ ଆଜି(ସୋମବାର) ଏନେଇ ପୁଣି ଥରେ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ।

ପରୀକ୍ଷା ବାତିଲ ଦାବିରେ +2 ଛାତ୍ରଛାତ୍ରୀଙ୍କ ଧାରଣା

ଏହାସହ ଆଗାମୀ 10 ଦିନ ମଧ୍ୟରେ ଯଦି କିଛି ନିଷ୍ପତି ନ ନିଆଯାଏ, ତେବେ ନବୀବ ନବିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ନବ ନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତ୍ତା।

ସୂଚନା ଅନୁସାରେ, କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ମାଟ୍ରିକ ପରୀକ୍ଷା ବାତିଲ ପରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଗତ 22 ତାରିଖରେ ଧାରଣାସ୍ଥଳରେ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ। ମୁଖ୍ୟ ଦାବି ରହିଥିଲା ପରୀକ୍ଷାକୁ ନେଇ ତାରିଖ ସ୍ଥିର ହୋଇପାରୁନି ସେଥିପାଇଁ ଆମକୁ ଆଗକୁ ଉଚ୍ଚଶିକ୍ଷା ପାଇଁ ଆମକୁ ଅସୁବିଧା ହେବା ସହ ବହୁତ ବିଳମ୍ବ ହୋଇଯିବ। ତେଣୁ ପରୀକ୍ଷାକୁ ବାତିଲ କରାଯାଉ।

ପିଲାମାନଙ୍କ ଦାବି ନଶୁଣିଲେ ଛାତ୍ରଛାତ୍ରୀ ରାଜରାସ୍ତାରେ ପ୍ରତିବାଦ କରିବେ ବୋଲି ଆଗରୁ ଚେତାବନୀ ଦେଇଛନ୍ତି। ଏହାକୁ ଆଖିଆଗରେ ରଖି ଆଜି ଲୋୟର ପିଏମଜିରେ ରାଜ୍ୟସରକାରଙ୍କ ନିଷ୍ପତି ନଶୁଣିଲେ ଯିବେନାହିଁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ସେପଟେ ପିଲାମାନଙ୍କ ଦାବିକୁ ସମର୍ଥନ କରି ନବ ନିର୍ମାଣ ଯୁବ ଛାତ୍ର ସଂଙ୍ଗଠନର କର୍ମକର୍ତ୍ତା ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତ।

ଛାତ୍ରଛାତ୍ରୀ ମାନଙ୍କ ଦାବି ସମ୍ପର୍କରେ ଯଥାଶୀଘ୍ର ଆଲୋଚନା କରାଯାଉ ନହେଲେ, ଆଗାମୀ 10ଦିନ ପରେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ନବ ନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତ୍ତା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.