ETV Bharat / city

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ବିଜେପି-ବିଜେଡି ଦୋଷ ଲଦାଲଦି

author img

By

Published : Feb 5, 2020, 7:38 PM IST

permanent high court bench demand
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ବିଜେପି-ବିଜେଡି ଦୋଷ ଲଦାଲଦି

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଏହି ବନ୍ଦ ପାଳନକୁ ନେଇ ପରସ୍ପରକୁ ଦୋଷ ଲଦାଲଦି ହୋଇଛନ୍ତି ଉଭୟ ବିଜେପି ଓ ବିଜେଡି । ଅଧିକ ପଢନ୍ତୁ...

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ ହେଉଛି । ପଶ୍ଚିମ ଓଡିଶାର ସମସ୍ତ ବାର ଆସୋସିଏସନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ା ସହରରେ ଆଜି (ବୁଧବାର) ଦୋକାନ-ବଜାର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ ରଖାଯାଇଛି । ଏପଟେ ବନ୍ଦ ପାଳନକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ବିଜେପି-ବିଜେଡି ଦୋଷ ଲଦାଲଦି

ବିଜେଡି ନେତା ତଥା ବିଧାୟକ କିଶୋର ମହାନ୍ତି କହିଛନ୍ତି, ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ବିଜେଡି ସମର୍ଥନ କରୁଛି । କିନ୍ତୁ ବନ୍ଦ ଡାକରା ବିଜେଡି ଦେଇନାହିଁ । ଏନେଇ ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ, ନ୍ୟାୟ ପାଇବା ପାଇଁ ଏହି ବନ୍ଦକୁ ସମର୍ଥନ କରୁଛି ।

୪ଟି ବିଷୟରେ ରାଜ୍ୟ ସରକାର ତଥ୍ୟ କେନ୍ଦ୍ରକୁ ଦେବାକଥା, ଏନେଇ କେନ୍ଦ୍ର ଆଇନମନ୍ତ୍ରୀ ରାଜ୍ୟକୁ ତିନି ଥର ଚିଠି ଲେଖିସାରିଲେଣି । ହେଲେ ଦୁର୍ଭାଗ୍ୟ ୭ରୁ ୮ ବର୍ଷ ହେବ ଏହାର କୈଣସି ସମାଧାନ ରାଜ୍ୟ ସରକାର କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଯାଇଛି । । ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏଶନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ତେଣୁ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ା ସହରରେ ଆଜି ଦୋକାନ-ବଜାର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ ରଖାଯାଇଛି ।
Body:ଅନ୍ୟ ପଟେ ଏହି ବନ୍ଦ କୁ ବିଜେପି ବିଜେଡି ମଧ୍ୟରେ ବୟାନ ବାଜି ଆରମ୍ଭ ହୋଇଛି ,ବିଜେଡି ନେତା ତଥା ବିଧାୟକ କିଶୋର ମହାନ୍ତି କହିଛନ୍ତି ଯେ,। ପଶ୍ଚିମ ଓଡିଶା ର ଯେ କୌଣସି ସ୍ଥାନରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ବିଜେଡି ସମର୍ଥନ କରୁଛି। କିନ୍ତୁ ବନ୍ଦ ଡାକରା ବିଜେଡି ଦେଇନାହିଁ।
Conclusion:ଏନେଇ ବରଗଡ ବିଜେପି ସାସଂଦ ସୁରେଶ ପୂଜାରୀ କହିଛନ୍ତି ଯେ , ଦ୍ଵାରା ଦେଶରେ ନ୍ୟାୟ ପାଇବା ପାଇଁ ପରିକଳ୍ପନା ପାଇଁ ଏହି ବନ୍ଦ କୁ ସମର୍ଥନ କରୁଛି ।୪ଟି ବିଷୟରେ ରାଜ୍ୟ ସରକାର ତଥ୍ୟ କେନ୍ଦ୍ର କୁ ଦେବାକଥା ,ଏନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରାଜ୍ୟ କୁ ତିନି ଥର ଚିଠି ଲେଖିସାରିଲେଣି ,କେଉଁଠି ହେବ ସ୍ତାନ ଚିହ୍ନଟ ପାଇଁ ହେଲେ ଦୁର୍ଭାଗ୍ୟ ୭ରୁ ୮ ବର୍ଷ ହେବ ଏହାର କୈଣସି ସମାଧାନ ରାଜ୍ୟ ସରକାର କରୁନାହାନ୍ତି ବୋଲି ସେ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.