ETV Bharat / city

Panchayat Poll: କେମିତି ହେବ ଭୋଟ ଗଣତି, ବିସ୍ତୃତ ଭାବେ କହିଲେ SECଙ୍କ ସଚିବ

author img

By

Published : Feb 23, 2022, 5:18 PM IST

Panchayat Poll
Panchayat Poll

ଭୋଟ କିଭଳି ଗଣତି ହେବ ବୁଧବାର ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ବିସ୍ତୃତ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତାକାଲି ହେବ ଶେଷ ତଥା ପଞ୍ଜମ ପର୍ଯ୍ୟାୟ ମତଦାନ । ମତଦାନ ଶେଷ ହେବାପରେ ଆସନ୍ତା 26 ରୁ 28 ପର୍ଯ୍ୟନ୍ତ 3 ଦିନ ଧରି ବ୍ଲକ ମୁଖ୍ୟାଳୟରେ ହେବ ଭୋଟ ଗଣତି ।

ଏନେଇ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଭୋଟ କିଭଳି ଗଣତି ହେବ ଆଜି (ବୁଧବାର) ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ବିସ୍ତୃତ ସୂଚନା ଦେଇଛନ୍ତି ।

କେମିତି ହେବ ଭୋଟ ଗଣତି, ବିସ୍ତୃତ ଭାବେ କହିଲେ SEC ଙ୍କ ସଚିବ

ପ୍ରଥମ- ଭୋଟ ଗଣତି ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛ।

ଦ୍ବିତୀୟ- ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ଭୋଟ ଗଣନା ହେବ ।

ତୃତୀୟ - ପ୍ରତି ଜୋନରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ।

ଚତୁର୍ଥ - ନନଷ୍ଟପ କାଉଣ୍ଟିଙ୍ଗ ହେବ ।

ପଞ୍ଚମ - ଓଡିଆ ଆଲଫାବେଟ୍ ଅନୁଯାୟୀ ପଞ୍ଚାୟତ ଗୁଡିକୁ ଟେବୁଲ ଦିଆଯିବ।

ଷଷ୍ଠ - ଗୋଟିଏ ଟେବୁଲରେ ଜଣେ କଉଣ୍ଟିଙ୍ଗ ସୁପର ଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଡ କଉଣ୍ଟିଙ୍ଗ ଅଫିସର ଆଉ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ରହିବେ।

ସପ୍ତମ- କେଉଁ ଟିମ କେଉଁ ଟେବୁଲରେ ବିସିବେ ସେ ନେଇ ଗୁଳା ପଡିବ ।

ଅଷ୍ଟମ- ଜଣେ ପ୍ରାର୍ଥୀଙ୍କ ଜଣେ ଏଜେଣ୍ଡ ବା ପ୍ରତିନିଧି ରହିବେ।

ନବମ - ଯେତେଜଣ ପ୍ରାର୍ଥୀ ଥିବେ ସେତିକି ଟ୍ରେ’ ଟେବୁଲରେ ରହିବ।

ଦଶମ- ଆଉ ଗୋଟିଏ ଟ୍ରେ’ ନାକଚ ପାଇଁ ଅନ୍ୟ ଟେବୁଲରେ ରହିବ।

ଏକାଦଶ- ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯିବ । ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା ହେବ।

ଦ୍ବାଦଶ- ବ୍ଲକ କାର୍ଯ୍ୟାଳୟରେ ଫେଜ ୱାଇଜ ଭୋଟ ଫଳାଫଳ ଘୋଷଣା କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.