ETV Bharat / city

Panchayat Polls: କୋହଳ ହୋଇପାରେ ପ୍ରଚାର କଟକଣା !

author img

By

Published : Jan 24, 2022, 9:57 PM IST

PanchayatPolls
PanchayatPolls

କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନ 2022 କୁ ବ୍ୟାପକ କଟକଣା ମଧ୍ୟରେ କରିବାକୁ ରାଜ୍ୟ ନିର୍ବାଚନ କମିଶନର ନିଷ୍ପତ୍ତି ନେଇଥିଲେ । ତେବେ ରାଜ୍ୟରେ ଖସୁଥିବା ସଂକ୍ରମଣ ହାର ଓ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ଅନୁକରଣ କରି ନୂଆ ଗାଇଡ ଲାଇନ ଜାରୀ କରିବେ ରାଜ୍ୟ ନିର୍ବାଚନ କମିଶନର । ଅଧିକ ପଢନ୍ତୁ

ଭୁବନେଶ୍ବର: କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନ 2022 କୁ ବ୍ୟାପକ କଟକଣା ମଧ୍ୟରେ କରିବାକୁ ରାଜ୍ୟ ନିର୍ବାଚନ କମିଶନର ନିଷ୍ପତ୍ତି ନେଇଥିଲେ । ତେବେ ରାଜ୍ୟରେ ଖସୁଥିବା ସଂକ୍ରମଣ ହାର ଓ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ଅନୁକରଣ କରି ନୂଆ ଗାଇଡ ଲାଇନ ଜାରି କରିବେ ରାଜ୍ୟ ନିର୍ବାଚନ କମିଶନର । ଏନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ଜାରି ହେବ ନୂଆ ଗାଇଡ ଲାଇନ । ଅର୍ଥାତ କୋହଳ ହୋଇପାରେ ନିର୍ବାଚନ ପ୍ରଚାର ଗାଇଡ ଲାଇନ ।

ପୂର୍ବରୁ ଏନେଇ ନିର୍ବାଚନ କମିଶନର ସମ୍ୟକ ସୂଚନା ଦେଇଥିବା ବେଳେ ଏବେ ଚିତ୍ର ସ୍ପଷ୍ଟ ହେଉଛି । କିଛିଦିନ ତଳେ ହୋଇଥିବା ବୈଠକରେ ଜିଲ୍ଲାପାଳଙ୍କ ସହ ନିର୍ବାଚନ କମିଶନର ଏନେଇ ଆଲୋଚନା କରିଛନ୍ତି । ସର୍ବାଧିକ 5 ଜଣ ଲୋକଙ୍କ ସହିତ ପ୍ରାର୍ଥୀମାନଙ୍କ ଘରକୁ ଘର ବୁଲି ପ୍ରଚାର କରିବା ଗାଇଡ ଲାଇନ ବଦଳି ଏହି ସଂଖ୍ୟା 10 ହେବ ବୋଲି ଜଣାପଡିଛି । ସୀମିତ ସଂଖ୍ୟାର ଲୋକଙ୍କ ସହ ପଦଯାତ୍ରା ଓ ମଟର ସାଇକେଲ ଯାତ୍ରାକୁ ଅନୁମତି ଦେଇପାରନ୍ତି ନିର୍ବାଚନ କମିଶନର । 5 ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଲାଗି କେନ୍ଦ୍ର ନିର୍ବାଚନ ଆୟୋଗ କିଛି କଟକଣାକୁ କୋହଳ କରିଛନ୍ତି ।

ଏହାକୁ ଅନୁକୋରଣ କରି ରାଜ୍ୟ ନିର୍ବାଚନ କମିଶନର ତାଙ୍କ କଟକଣାରେ କୋହଳ କରିବେ ବୋଲି ଜଣାପଡିଛି । ତେବେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଡିଜିଟାଲ, ମୋବାଇଲ ମାଧ୍ୟମରେ ପ୍ରଚାର କରିବା ପାଇଁ କମିଶନର ଅଧିକ ଗୁରୁତ୍ବ ଦେଉଛନ୍ତି । ତେବେ ରାଜ୍ୟର 6 ହଜାର 99ଟି ଗାଁରେ ଏବେ ବି ମୋବାଇଲ ଲାଗୁନି । ଏହି ସବୁ ଗାଁରେ ମୋବାଇଲ ଟାୱାର ନାହିଁ । ଏହି ଅଞ୍ଚଳରେ ଡିଜିଟାଲ ନିର୍ବାଚନ ପ୍ରଚାର ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ 2 କୋଟି 79 ଲକ୍ଷ 35 ହଜାର 520 ଜଣ ମତାଦାତା ରହିଛନ୍ତି । 91 ହଜାର 913 ୱାର୍ଡ ମେମ୍ବର 6 ହଜାର 794 ସରପଞ୍ଚ 6 ହାଜର 793 ପଞ୍ଚାୟତ ସମିତି ସଭ୍ୟ ଓ 853 ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବା ପାଇଁ ମତଦାନ ସାବ୍ୟସ୍ତ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.