ETV Bharat / city

ଚୌଦ୍ୱାରରେ ଖୋଲିଲା ରାଜ୍ୟର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର

author img

By

Published : Sep 25, 2021, 7:36 AM IST

Updated : Sep 25, 2021, 8:44 AM IST

ଚୌଦ୍ୱାରରେ ଖୋଲିଲା ନୂତନ ରେଶମ ସୂତା ଉତ୍ପାଦନ କେନ୍ଦ୍ର
ଚୌଦ୍ୱାରରେ ଖୋଲିଲା ନୂତନ ରେଶମ ସୂତା ଉତ୍ପାଦନ କେନ୍ଦ୍ର

ଶୁକ୍ରବାର ଚୌଦ୍ୱାରରେ ଉଦଘାଟିତ ହୋଇଯାଇଛି ରାଜ୍ୟର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର । ରାଜ୍ୟ ଓ ଦେଶର ଆର୍ଥିକ ପ୍ରଗତିକୁ ମଜଭୁତ କରିବ ଏହି ଉତ୍ପାଦନ କେନ୍ଦ୍ର । ଅଧିକ ପଢନ୍ତୁ...

କଟକ: ଶୁକ୍ରବାର ଚୌଦ୍ୱାରରେ ଉଦଘାଟିତ ହୋଇଯାଇଛି ରାଜ୍ୟର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର । ରାଜ୍ୟ ଓ ଦେଶର ଆର୍ଥିକ ପ୍ରଗତିକୁ ମଜଭୁତ କରିବ ଏହି ଉତ୍ପାଦନ କେନ୍ଦ୍ର । ଅଣୁ ଲଘୁ ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ଅନ୍ତର୍ଗତ ଖଦୀ ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗ ଅଧକ୍ଷ ଭିନୟ ସକ୍ସେନା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରକୁ ଉଦଘାଟନ କରିଥିଲେ ।

ଚୌଦ୍ୱାରରେ ଖୋଲିଲା ରାଜ୍ୟର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର

ସୂଚନା ଅନୁଯାୟୀ ଆୟୋଗର 66 ଗୋଟି ପଞ୍ଜିକୃତ କେନ୍ଦ୍ର ରହିଥିବା ବେଳେ 44ଟି ଖଦି ଅନୁଷ୍ଠାନ କଟକରେ ରହିଛି । ତେବେ ଓଡ଼ିଶାର ରେଶମ ଲୁଗାର ଚାହିଦା ସାରା ବିଶ୍ୱରେ ରହିଥିବାରୁ ଏହି ନୂତନ କାରଖାନାର ଉତ୍ପାଦ ରାଜ୍ୟ ତଥା ରାଜ୍ୟ ବାହାରର ରେଶମ ଲୁଗା ତିଆରି କାରଖାନାଗୁଡ଼ିକୁ ସୁତା ଯୋଗାଇବାରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated :Sep 25, 2021, 8:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.