ETV Bharat / city

Odisha Corona: ଦିନକରେ 970 ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ

author img

By

Published : Aug 3, 2022, 9:32 AM IST

Updated : Aug 3, 2022, 9:52 AM IST

ଦିନକରେ 970 ସଂକ୍ରମିତ ଚିହ୍ନଟ
ଦିନକରେ 970 ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ 970 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ରହିଛି କୋରୋନା ପଜିଟିଭ ମାମଲା । ଗତକାଲି (ମଙ୍ଗଳବାର) ଚିହ୍ନଟ 741 ସଂକ୍ରମଣ ମାମଲା ଆଜି ପୁଣି ବଢିଛି । ଗତ 24 ଘଣ୍ଟାରେ 970 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ 538 ହୋଇଥିବାବେଳେ 382ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 166 କିଶୋର ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବର 17, ବରଗଡ 54, ଭଦ୍ରକରୁ 4, ବଲାଙ୍ଗୀରରୁ 37, ବୌଦ୍ଧରୁ 12, କଟକରୁ 36, ଦେଓଗଡରୁ 7, ଢେଙ୍କାନାଳରୁ 1, ଗଜପତିରୁ 6, ଗଞ୍ଜାମରୁ 12, ଜଗତସିଂହପୁରରୁ 8, ଯାଜପୁରରୁ 9, ଝାରସୁଗୁଡାରୁ 9, କଳାହାଣ୍ଡିରୁ 17, କନ୍ଧମାଳରୁ 20, କେନ୍ଦ୍ରାପଡାରୁ 9 ଓ ଖୋର୍ଦ୍ଧାରୁ 133 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 29, ମୟୂରଭଞ୍ଜରୁ 48, ନବରଙ୍ଗପୁରରୁ 12, ନୟାଗଡରୁ 23, ନୂଆପଡାରୁ 9, ପୁରୀରୁ 12, ରାୟଗଡାରୁ 15, ସମ୍ବଲପୁରରୁ 68, ସୋନପୁରରୁ 28, ସୁନ୍ଦରଗଡରୁ ସର୍ବାଧିକ 250 ମାମଲା ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୋଲରୁ 30 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 15 ହଜାର, 603ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 6385 ସକ୍ରିୟ ମାମଲା ରହିଛି । ନୂଆ 1151 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 13 ଲକ୍ଷ ହଜାର 23ରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Last Updated :Aug 3, 2022, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.