ETV Bharat / city

ବଢିବ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦକ୍ଷତା, ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Jun 2, 2022, 9:27 AM IST

ପଞ୍ଚାୟତିରାଜ ପ୍ରତିନିଧୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ
ପଞ୍ଚାୟତିରାଜ ପ୍ରତିନିଧୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ

ଓଡ଼ିଶାରେ ନବ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିଙ୍କର ବଢିବ କାର୍ଯ୍ୟ ଦକ୍ଷତା । ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ତାଲିମ । ଆଜି (ଗୁରୁବାର) ଏନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡ଼ିଶାରେ ନବ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିଙ୍କର ବଢିବ କାର୍ଯ୍ୟ ଦକ୍ଷତା । ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ତାଲିମ । ଆଜି (ଗୁରୁବାର) ଏନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ପ୍ରତ୍ୟେକ ବ୍ଲକରୁ ଜଣେ ସରପଞ୍ଚଙ୍କୁ ତାଲିମ ଦିଆଯିବ । ଏନେଇ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଭୁବନେଶ୍ବର କିଟ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ।

ଉଦ୍‌ଘାଟନୀ କର୍ମଶାଳାରେ ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଗଣ ଯୋଗ ଦେବେ । ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଶାସନ ସଚିବ ତଥା ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ଉପସ୍ଥିତ ରହିବେ । ରାଜ୍ୟର ନବ ନିର୍ବାଚିତ ସମସ୍ତ ୧, ୦୬,୩୫୨ ପଞ୍ଚାୟତ ଜନ ପ୍ରତିନିଧିଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେମାନେ କାର୍ଯ୍ୟରେ ଯୋଗଦାନ କରିବାର ୬ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଜିଲ୍ଲା ପରିଷଦ ସଭାପତିଙ୍କ ନିମନ୍ତେ ୨ ଦିନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସଦସ୍ୟଙ୍କ ନିମନ୍ତେ ୩ ଦିନ, ସରପଞ୍ଚଙ୍କ ନିମନ୍ତେ ୫ ଦିନ ଏବଂ ୱାର୍ଡ ସଦସ୍ୟଙ୍କ ନିମନ୍ତେ ୩ ଦିନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁଡ଼ିକ ଆଗାମୀ ଦିନରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ସାମଗ୍ରିକ ସରକାରୀ ଆଭିମୁଖ୍ୟକୁ ନେଇ ଏହି ପ୍ରଶିକ୍ଷଣରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହିତ ୧୧ଟି ବିଭାଗ ମିଶନ ଶକ୍ତି, ମହିଳା ଶିଶୁ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣ ଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, କ୍ରୀଡ଼ା ଓ ଯୁବ ସେବା ଏବଂ ଅନୁସୂଚୀତ ଜନଜାତି ଓ ଜାତି ବିକାଶ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟ କଲ୍ୟାଣ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ । ଏହି ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତାମାନେ ମଧ୍ୟ ପ୍ରଶିକ୍ଷଣ ସହ ଜଡ଼ିତ ରହି ପଞ୍ଚାୟତ ଜନ ପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.