ETV Bharat / city

Odisha Weather Update: ଫେବୃଆରୀ ୩ ରୁ ବର୍ଷା, ଆସୁଛି ପଶ୍ଚିମ ଝଡ

author img

By

Published : Jan 30, 2022, 11:11 AM IST

Updated : Jan 30, 2022, 6:51 PM IST

ଶୀତରେ ଥରୁଛି ଓଡିଶା, ଦିନକ ପରେ ବଢିବ ତାପମାତ୍ରା
ଶୀତରେ ଥରୁଛି ଓଡିଶା, ଦିନକ ପରେ ବଢିବ ତାପମାତ୍ରା

ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି । ସେପଟେ ଫେବୃଆରୀ ୩ ରୁ ରାଜ୍ୟରେ ପଶ୍ଚିମ ଝଡ଼ ପ୍ରଭାବ ରହିବ । ଫଳରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର ଠାରୁ ପାରଦ ତଳମୁହାଁ ହୋଇଛି । ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଫଳରେ ରାଜ୍ୟର କେତେକ ସ୍ଥାନରେ ଶୀତ ଲହରୀ ଆରମ୍ଭ ହୋଇଛି ।

Odisha Weather Update: ଶୀତରେ ଥରୁଛି ରାଜ୍ୟ, ଦିନକ ପରେ ବଢିବ ତାପମାତ୍ରା
Odisha Weather Update: ଶୀତରେ ଥରୁଛି ରାଜ୍ୟ, ଦିନକ ପରେ ବଢିବ ତାପମାତ୍ରା

ଆହୁରି ୨ ଦିନ ଏଭଳି ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ରାତିରୁ ଶୀତ କମିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ । ଫେବୃଆରୀ ୩ ରୁ ରାଜ୍ୟରେ ପଶ୍ଚିମ ଝଡ଼ ପ୍ରଭାବ ରହିବ । ଫଳରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ।

Odisha Weather Update: ଶୀତରେ ଥରୁଛି ରାଜ୍ୟ, ଦିନକ ପରେ ବଢିବ ତାପମାତ୍ରା
Odisha Weather Update: ଶୀତରେ ଥରୁଛି ରାଜ୍ୟ, ଦିନକ ପରେ ବଢିବ ତାପମାତ୍ରା

ଏହାପରେ ପାଗରେ ପରିବର୍ତ୍ତନ ହେବ ଓ ତାପମାତ୍ରା ପୁଣି ବୃଦ୍ଧି ପାଇବ ବୋଲି କହିଛନ୍ତି ଭୁବନେଶ୍ବର ପାଣିପାଗ ବୈଜ୍ଞାନିକ ସଞ୍ଜିବ ଦ୍ବିବେଦୀ । ଆସନ୍ତାକାଲି ଅର୍ଥାତ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ । ପାଣିପାଗ ବିଭାଗର ସୂଚନା ଅନୁସାରେ ରବିବାର କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବ ।

Odisha Weather Update: ଶୀତରେ ଥରୁଛି ରାଜ୍ୟ, ଦିନକ ପରେ ବଢିବ ତାପମାତ୍ରା

ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ଶୀତକୁ ଦୃଷ୍ଟି ରଖି ୬ଟି ଜିଲ୍ଲାକୁ ତୀବ୍ର ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ୩୧ ତାରିଖରେ ଝାରସୁଗୁଡ଼ା , ନୂଆପଡ଼ା , ବଲାଙ୍ଗୀର , ବରଗଡ଼ , ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି । ସେପଟେ ରାତ୍ରୀ ସମୟରେ ବାଇକ୍ କିମ୍ବା ଖୋଲା କାରରେ ଯାତାୟତ କରିବାକୁ ବାରଣ କରାଯାଇଛି ।

  • ସାବଧାନ
    ପୁଣି ଆସୁଛି ପଶ୍ଚିମା ଝଡ଼.........

    ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ୩ ଫେବୃଆରୀ ରୁ ବର୍ଷା ସମ୍ଭାବନା

    — Meteorological Centre, Bhubaneswar (@mcbbsr) January 30, 2022 " class="align-text-top noRightClick twitterSection" data=" ">

ଶନିବାର ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗବାଡି ଓ ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ୬ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୧୧.୨ ଡ଼ିଗ୍ରୀ ଏବଂ କଟକରେ ୧୧.୬ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Jan 30, 2022, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.