ETV Bharat / city

3ୟ ଡୋଜ ମାଗଣା ପାଇଁ କେନ୍ଦ୍ରକୁ କହିବୁ: ସ୍ବାସ୍ଥ୍ୟ ସଚିବ

author img

By

Published : Jul 11, 2022, 7:25 PM IST

3ୟ ଡୋଜ ମାଗଣା ପାଇଁ କେନ୍ଦ୍ରକୁ କହିବୁ: ସ୍ବାସ୍ଥ୍ୟ ସଚିବ
3ୟ ଡୋଜ ମାଗଣା ପାଇଁ କେନ୍ଦ୍ରକୁ କହିବୁ: ସ୍ବାସ୍ଥ୍ୟ ସଚିବ

ରାଜ୍ୟରେ ସଂକ୍ରମଣ ଏବେ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଟୀକାକରଣ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ମାଗଣା ୩ୟ ଡୋଜ ପାଇଁ କେନ୍ଦ୍ରକୁ କୁହାଯିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: କୋରୋନା ଟୀକାକରଣକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ଦିଆଯାଉଛି । ୧୮ରୁ ୫୯ ବର୍ଷଙ୍କୁ ୩ୟ ଡୋଜ ମାଗଣାରେ ଦିଆଯିବ କି ନାହିଁ ତାହା କେନ୍ଦ୍ର ସ୍ଥିର କରିବ । ଦରକାର ପଡ଼ିଲେ ୩ୟ ଡୋଜ ମାଗଣା ଦେବା ନେଇ କେନ୍ଦ୍ରକୁ କୁହାଯିବ ବୋଲି ସେ କହିଛନ୍ତି । ସେପଟେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରିକସନ ଡୋଜ ଉପରେ ଗୁରୁତ୍ବାରୋପ କରାଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

3ୟ ଡୋଜ ମାଗଣା ପାଇଁ କେନ୍ଦ୍ରକୁ କହିବୁ: ସ୍ବାସ୍ଥ୍ୟ ସଚିବ

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି । ଯେଉଁମାନେ ପ୍ରିକସନ ଡୋଜ ନେଇନାହାନ୍ତି ସେମାନଙ୍କ ପାଇଁ ଚେଷ୍ଟା ଜାରି ରହିଛି । ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ୬୦ ବର୍ଷରୁ ଊର୍ଦ୍ଧ୍ବ, କୋଭିଡ଼ ଯୋଦ୍ଧା, ଆଗ ଧାଡିର କର୍ମୀ ମାନଙ୍କୁ ମାଗଣାରେ ଟିକା ଦେଉଛି । ପୂର୍ବରୁ ଦ୍ବିତୀୟ ଡୋଜ ପରେ ପ୍ରିକସନ ଡୋଜ ପାଇଁ 9 ମାସ ସମୟ ରହିଥିଲା । ତାହାକୁ ଏବେ ସରକାର କମାଇ ୬ ମାସ କରିଛନ୍ତି । ୧୨ରୁ ୧୪ ବର୍ଷର ପିଲାଙ୍କ ମଧ୍ୟରୁ ୯୭ ଭାଗ ପିଲା ପ୍ରଥମ ଡୋଜ ନେଇଛନ୍ତି । ସେହିପରି ୯୦ ଭାଗ ପିଲା ଦ୍ବିତୀୟ ଡୋଜ ନେଇଛନ୍ତି । ବର୍ତ୍ତମାନ ଆହୁରି ୨୬ ଲକ୍ଷ ଦ୍ବିତୀୟ ଡୋଜ ନେବା ପାଇଁ ବାକି ଅଛନ୍ତି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

ଏହା ବି ପଢନ୍ତୁ- Odisha Corona: ଆଜିବି ସଂକ୍ରମଣ ୫୦୦ ପାର, ଚିନ୍ତା ବଢାଇଲା ଖୋର୍ଦ୍ଧା

ସ୍ବାସ୍ଥ୍ୟ ସଚିବ ଏ ନେଇ କହିଛନ୍ତି ଯେ "ଭୁବନେଶ୍ବର, କଟକ, ରାଉରକେଲା ଓ ପୁରୀରେ କୋଭିଡ଼ ସଂକ୍ରମଣ ବଢୁଛି । ସ୍ଥିତି ନିୟନ୍ତ୍ରଣରେ ଅଛି । ସମସ୍ତ କେସ ଲକ୍ଷଣ୍ୟହୀନ । ଆକ୍ଟିଭ କେସ ୩୨୦୦ ପାଖାପାଖି ଅଛି । ଏକ ପ୍ରତିଶତ ଲୋକ ହସ୍ପିଟାଲରେ ଅଛନ୍ତି । ୯୯ ପ୍ରତିଶତ ଲୋକ ହୋମ ଆଇସୋଲେସନରେ ଅଛନ୍ତି । ଟେଷ୍ଟିଂ ମାସେ ତଳେ ଦିନକୁ ୧୦ ହାଜର ଥିଲା । ଏବେ ୧୫ହଜାର ଟେଷ୍ଟିଂ ହେଉଛି । ରବିବାର ଓ ଛୁଟି ଦିନ ଟେଷ୍ଟିଂ କମିବ । ଦିନକୁ ୨୫ ହଜାର ଟେଷ୍ଟିଂ କରିବା ପାଇଁ ଚେଷ୍ଟା କରାଯାଉଛି ।"

ସେ ଆହୁରି କହିଛନ୍ତି, ସରକାର ସମ୍ମୁଖ ଯୋଦ୍ଧା, ୬୦ ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦେଉଛନ୍ତି । ୧୮ରୁ ୫୯ ବର୍ଷ ଲୋକଙ୍କୁ ଘରୋଇ ହସ୍ପିଟାଲରେ ନେବାକୁ ପଡ଼ିବ । ୧୫ରୁ ୫୯ ବର୍ଷ ଲୋକଙ୍କୁ ମାଗଣାରେ ତୃତୀୟ ଡୋଜ ଦିଆଯିବ ନା ନାହିଁ ଭାରତ ସରକାର ନିଷ୍ପତ୍ତି ନେବେ । ଚଳିତ ସପ୍ତାହରେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ଏନେଇ ଆଲୋଚନା କରାଯିବ । ଦରକାର ପଡିଲେ ତୃତୀୟ ଡୋଜ ମାଗଣା ଦେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.