ETV Bharat / city

ନୂଆଁଖାଇରେ ମିଳିବ କାଳିଆ ଭେଟି, ବିରୋଧୀ କହିଲେ ନବୀନଙ୍କ ପାଖରେ ନାହିଁ ଚାଷୀଙ୍କ ତାଲିକା

author img

By

Published : Aug 30, 2022, 9:04 PM IST

Updated : Aug 30, 2022, 9:43 PM IST

ନୂଆଁଖାଇରେ ଚାଷୀଙ୍କୁ କାଳିଆ ଭେଟି ଦେବେ ନବୀନ(Odisha CM declared Kalia Assistance) । ୪୧ ଲକ୍ଷ ହିତାଧୀକାରୀଙ୍କ ଖାତାରେ ପହଞ୍ଚିବ କାଳିଆ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ଅଧିକ ପଢ଼ନ୍ତୁ

ନୂଆଖାଇରେ ନବୀନଙ୍କ କାଳିଆ ଭେଟି,  ରାଜ୍ୟ ସରକାରଙ୍କ ପାଖରେ ନାହିଁ ଚାଷୀଙ୍କ ପରିସଂଖ୍ୟାନ !
ନୂଆଖାଇରେ ନବୀନଙ୍କ କାଳିଆ ଭେଟି, ରାଜ୍ୟ ସରକାରଙ୍କ ପାଖରେ ନାହିଁ ଚାଷୀଙ୍କ ପରିସଂଖ୍ୟାନ !

ଭୁବନେଶ୍ବର: ଚାଷୀଙ୍କୁ ନୂଆଁଖାଇ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Odisha CM declared Kalia Assistance) । ରାଜ୍ୟର 41 ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯିବ କାଳିଆ ଟଙ୍କା । ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା କିସ୍ତି । ଏଥିପାଇଁ ରାଜ୍ୟ ଖର୍ଚ୍ଚ କରିବେ 869 କୋଟି ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ ।

ନୂଆଖାଇରେ ନବୀନଙ୍କ କାଳିଆ ଭେଟି, ରାଜ୍ୟ ସରକାରଙ୍କ ପାଖରେ ନାହିଁ ଚାଷୀଙ୍କ ପରିସଂଖ୍ୟାନ !

କଂଗ୍ରେସ କିଶାନ ଆବାହକ ଅମୀୟ ପଟ୍ଟନାୟକ କହିଛନ୍ତି, "ଏବେ କେନ୍ଦ୍ର ସରକାର କହିଲେଣି ଚାଷୀଙ୍କ ଠିକ୍‌ ତାଲିକା ନଦେଲେ ଆମେ ପିଏମ୍‌ କିଶାନ ଯୋଜନାରେ ଟଙ୍କା ଦେବୁନାହିଁ । କାରଣ ତାଙ୍କ ଉପରେ ଚାପ ପଡ଼ିଲାଣି । ଏପଟେ ରାଜ୍ୟ ସରକାର ବାରମ୍ବାର କାଳିଆ ଟଙ୍କା ଘୋଷଣା କରୁଛନ୍ତି । ରାଜ୍ୟରେ ୩୦ ଜିଲ୍ଲା ୩୧୪ ଜିଲ୍ଲା ୭୫ ଲକ୍ଷ ଚାଷୀ ରହିଛନ୍ତି । କେତେ ଚାଷୀ ରହିଛନ୍ତି ଯଦି ହିସାବ କରି ପାରୁ ନାହାନ୍ତି ତେବେ କାହିଁକି ସରକାରରେ ଅଛନ୍ତି ନବୀନ । ଆମେ ଦାବି କରୁଛୁ ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ।"

ଏହା ବି ପଢ଼ନ୍ତୁ: ଚାଷୀଙ୍କୁ ନୂଆଁଖାଇ ଭେଟି, ଆଜି ୪୧ ଲକ୍ଷ ହିତାଧିକାରୀଙ୍କୁ ମିଳିବ କାଳିଆ ଟଙ୍କା

ରାଜ୍ୟ ସରକାରଙ୍କ ପାଖରେ ଚାଷୀଙ୍କ ପରିସଂଖ୍ୟନର ସଠିକ ତଥ୍ୟ ନଥିବା ଅଭିଯୋଗ ହୋଇଛି । ରାଜ୍ୟରେ ମୋଟ ୭୫ ଲକ୍ଷ ଚାଷୀ ଥିବା ବେଳେ ରାଜ୍ୟ ସରକାର କେବଳ ୪୧ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ଦେଉଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସେ ଦାବି କରିଛନ୍ତି । ଏହାକୁ ନେଇ ପସିସି ସଭପତି ଶରତ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, " 22ବର୍ଷର ନବୀନ ସରକାର କେବେ ଚାଷୀଙ୍କ ହିତରେ କିଛି ଚିନ୍ତା କରିନାହାନ୍ତି । ଯୋଜନା ହେଉଛି ସତ କିନ୍ତୁ ଏହି ଯୋଜନାରେ ଲୋକଙ୍କ ପାଖରେ ଟଙ୍କା ପହଞ୍ଚୁନାହିଁ । ଏହା ଏକ ନିର୍ବାଚନୀ ଭେଳିକି । ଏହାକୁ ନେଇ ନମ୍ବର ୱାନ ହେଉଛନ୍ତି ନବୀନ ।"

ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ଯିବ । ଏଥିରେ ପ୍ରାୟ 41 ଲକ୍ଷ ଚାଷୀ ଉପକୃତ ହେବେ । ପ୍ରତ୍ୟେକ ଚାଷୀଙ୍କୁ 2000 ଟଙ୍କା ଲେଖାଏଁ ମିଳିବ । ଏହା ବାବଦରେ 869 କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ଭିସି ଜରିଆରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଉପସ୍ଥିତ ରହିବେ ।

କାଳିଆ ଯୋଜନା ଆସିବ ଦିନଠାରୁ ହିଁ ବିବାଦରେ ରହିଛି । କେବେ ପ୍ରକୃତ ଚିହ୍ନଟକୁ ନେଇ ତ ପୁଣି କେବେ ହିତାଧୀକାରୀଙ୍କୁ କାଳିଆ ଟଙ୍କା ଫେରସ୍ତ କରିବାକୁ ନେଇ । ତେବେ ଏହି କାଳିଆ ଯୋଜନାରେ ସତରେ ପ୍ରକୃତ ଚାଷୀ ଉପକୃତ ହେଉଛନ୍ତି କି ନାହିଁ ତାହାରି ଉପରେ ରହିଛି ସଭିଁଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 30, 2022, 9:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.