ETV Bharat / city

ଚାଷୀଙ୍କୁ ନୂଆଁଖାଇ ଭେଟି, ଆଜି ୪୧ ଲକ୍ଷ ହିତାଧିକାରୀଙ୍କୁ ମିଳିବ କାଳିଆ ଟଙ୍କା

author img

By

Published : Aug 30, 2022, 12:10 PM IST

ଚାଷୀଙ୍କୁ ନୂଆଁଖାଇ ଭେଟି । ନୂଆଁଖାଇରେ 41 ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯିବ 2 ହଜାର ଲେଖାଏଁ କାଳିଆ ଟଙ୍କା । ଅଧିକ ପଢନ୍ତୁ

ଚାଷୀଙ୍କୁ ନୂଆଁଖାଇ ଭେଟି, ୪୧ ଲକ୍ଷ ହିତାଧିକାରୀଙ୍କୁ ମିଳିବ କାଳିଆ ଟଙ୍କା
ଚାଷୀଙ୍କୁ ନୂଆଁଖାଇ ଭେଟି, ୪୧ ଲକ୍ଷ ହିତାଧିକାରୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ବର: ଚାଷୀଙ୍କୁ ନୂଆଁଖାଇ ଭେଟି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା (kalia assistance on nuakhai) । ଆଜି(ମଙ୍ଗଳବାର) ରାଜ୍ୟର 41 ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯିବ କାଳିଆ ଟଙ୍କା । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଟଙ୍କା ଯିବ । ଏଥିପାଇଁ 869 କୋଟି ଟଙ୍କାର ଖର୍ଚ୍ଚ ହେବ । ପୂର୍ବରୁ ବର୍ଷକୁ ଦୁଇଥର ଅକ୍ଷୟ ତୃତୀୟା ଏବଂ ନୂଆଁଖାଇରେ କାଳିଆ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । ଏହି କ୍ରମରେ ଆଜି ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ । କ୍ଷୁଦ୍ର, ନାମମାତ୍ର ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ(Odisha CM) । ଆଜି ଅପରାହ୍ନରେ କାଳିଆ ଯୋଜନାର ହିତାଧିକାରୀଙ୍କ ଖାତାକୁ ସହାୟତା ରାଶି ଯିବା ନେଇ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ନୂଆଁଖାଇରେ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ଯିବ । ଏଥିରେ ପ୍ରାୟ 41 ଲକ୍ଷ ଚାଷୀ ଉପକୃତ ହେବେ । ପ୍ରତ୍ୟେକ ଚାଷୀଙ୍କୁ 2000 ଟଙ୍କା ଲେଖାଏଁ ମିଳିବ (Each Farmer Will Receive Rs 2000 Assistance)। ଏହା ବାବଦରେ 869 କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ଭିସି ଜରିଆରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) ନବୀନ ନିବାସରୁ ଉପସ୍ଥିତ ରହିବେ ।

ଏଥିରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ(Ranendra Pratap Swain), ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ଜେନା(SRC Pradeep Jena), କୃଷି ସଚିବ ତଥା କମିଶନର, କୃଷି ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5 ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିବେ ବୋଲି ଜଣାପଡିଛି । ଆସନ୍ତାକାଲି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.