ETV Bharat / city

Odisha Assembly Winter Session: ପୁଣି 4.32 ଯାଏଁ ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଆରମ୍ଭ

author img

By

Published : Dec 8, 2021, 4:24 PM IST

Odisha Assembly Winter Session
Odisha Assembly Winter Session

ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଆଜି ସପ୍ତମ ଦିନରେ ମଧ୍ୟ ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା । ବିରୋଧୀଙ୍କ ଦାବି ସରକାରଙ୍କ ଜିଦ ଆଗରେ ଧୋଇଗଲା ପ୍ରଶ୍ନକାଳ ସମେତ ଶୂନ୍ୟକାଳ । ବାରୁମ୍ବାର ଗୃହ ମୁଲତବୀ କରୁଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏବେ ପୁଣି ଅଧା ଘଣ୍ଟା ତଥା 4.32 ପର୍ଯ୍ୟନ୍ତ ମୁଲତବୀ ରଖିଲେ ବିଧାନସଭାକୁ ବାଚସ୍ପତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଆଜି ସପ୍ତମ ଦିନରେ ମଧ୍ୟ ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା । ବିରୋଧୀଙ୍କ ଦାବି ସରକାରଙ୍କ ଜିଦ ଆଗରେ ଧୋଇଗଲା ପ୍ରଶ୍ନକାଳ (Questions Hours) ସମେତ ଶୂନ୍ୟକାଳ (Zero Hours) । ବାରୁମ୍ବାର ଗୃହ ମୁଲତବୀ କରୁଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏବେ ପୁଣି ଅଧା ଘଣ୍ଟା ତଥା 4.32 ପର୍ଯ୍ୟନ୍ତ ମୁଲତବୀ ରଖିଲେ ବିଧାନସଭାକୁ ବାଚସ୍ପତି । ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ମମିତା ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ଫଟୋ ଦେଖାଇ ହଙ୍ଗାମା କରିଥିବା ବେଳେ, ଶାସକ ଦଳ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରିଛି ଟାର୍ଗେଟ । ଧର୍ମେନ୍ଦ୍ରଙ୍କ କଣ୍ଟାବାଞ୍ଜି ଗସ୍ତ ବେଳେ ମୋହନ ଲାଲ ଶର୍ମାଙ୍କ ସହ ଥିବା ଫଟୋ ପ୍ରଦର୍ଶନ କରି ପାଲଟା ଆକ୍ରମଣ କରିଛି । ଆଉ ଉଭୟଙ୍କୁ ଟାର୍ଗେଟ କରି କଂଗ୍ରେସ କରିଛି ଘଣ୍ଟ ମାଡ । ଫଳରେ କିଛି ମିନିଟ ମଧ୍ୟରେ ଗୋଟିଏ ଘଣ୍ଟା ପାଇଁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ପରେ ୧୧.୩୦ ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣିଥରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ କରିଥିଲେ ମିଳିତ ହଙ୍ଗାମା ହଟ୍ଟାଗୋଳ । ଫଳରେ ନିରୁପାୟ ବାଚସ୍ପତି ଆଜି ସିଧା ସଳଖ ଅପରାହ୍ନ ଯାଏଁ ଗୃହକୁ ମୁଲତବୀ ନକରି ପୁଣି ଅଧଘଣ୍ଟା ତଥା ୧୨ ଟା ଯାଏଁ ମୁଲତବୀ ରଖି ଡାକିଥିଲେ ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ପରେ ଆରମ୍ଭ ହୋଇଥିବା ଗୃହ ପୁଣି ଥରେ ଅଚଳାବସ୍ଥା ଲାଗି ରହିଲା ।

ଫଳରେ ପୁଣି ଥରେ ଗୃହକୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି । ଏବେ ଆରମ୍ଭ ହେବା ପରେ ପୁଣି 4 ଟା 32 ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.