ETV Bharat / city

ରାଜ୍ୟରେ ପଛୁଆ ବର୍ଗ ସର୍ଭେ ସ୍ଥଗିତ

author img

By

Published : Apr 29, 2021, 12:11 PM IST

ରାଜ୍ୟରେ ପଛୁଆ ବର୍ଗ ସର୍ଭେ ସ୍ଥଗିତ
ରାଜ୍ୟରେ ପଛୁଆ ବର୍ଗ ସର୍ଭେ ସ୍ଥଗିତ

ରାଜ୍ୟରେ ହେବାକୁ ଥିବା ପଛୁଆ ବର୍ଗଙ୍କ ସର୍ଭେକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ବର୍ତ୍ତମାନର ଦୈନିକ ସଂକ୍ରମଣ ଗତବର୍ଷର ଭାଙ୍ଗିଛି ରେକର୍ଡ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ 1’ ତାରିଖରୁ ଆରମ୍ଭ ହେବାକୁ ଥିବା ପଛୁଆ ବର୍ଗଙ୍କ ସର୍ଭେକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି ।

ରାଜ୍ୟରେ ପଛୁଆ ବର୍ଗ ସର୍ଭେ ସ୍ଥଗିତ
ରାଜ୍ୟରେ ପଛୁଆ ବର୍ଗ ସର୍ଭେ ସ୍ଥଗିତ

ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ସର୍ଭେ କରିବାକୁ ଯାଉଥିଲେ । ଏଥିରେ ମୁଖ୍ୟତଃ ପଛୁଆ ବର୍ଗଙ୍କ ପାଇଁ ସେମାନଙ୍କ ଡାଟାବେସ ପ୍ରସ୍ତୁତ କରାଯାଇଥାନ୍ତା । ୨୦୨୧ ଜନଗଣନାରେ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଥିଲେ । ରାଜ୍ୟ ନିଜସ୍ବ ଭାବରେ ଏହି ସର୍ଭେ କରିବାକୁ ଯାଉଥିଲା । ଏହି ସର୍ଭେ ମେ ୧ ତାରିଖରୁ ଆରମ୍ଭ ହୋଇ ମେ ୨୫ ତାରିଖରେ ଶେଷ ହୋଇଥାନ୍ତା । ଜୁନ ମାସରେ ପ୍ରଥମ ଡାଟାବେସ ପ୍ରସ୍ତୁତ ହୋଇଥାନ୍ତା । ଏଥିପାଇଁ ୮ ହଜାରରୁ ଊର୍ଦ୍ଧ୍ବ ଅଙ୍ଗନବାଡି କର୍ମଚାରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.