ETV Bharat / city

ଧାମରା ବନ୍ଦର ପାଇଁ ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

author img

By

Published : Sep 15, 2021, 10:54 PM IST

new police post create by state govt  for dhamara port
ଧାମରା ବନ୍ଦରରେ ପାଇଁ ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ଧାମରା ବନ୍ଦରରେ ଅପ୍ରବାସ କେନ୍ଦ୍ର ପାଇଁ ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଭୁବନେଶ୍ବର: ଧାମରା ବନ୍ଦରରେ ଅପ୍ରବାସ କେନ୍ଦ୍ର ପାଇଁ ନୂତନ ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର । ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ଠାରେ ଏକ ନୂତନ ଅପ୍ରବାସ କେନ୍ଦ୍ର (Immigration Check Post) ପ୍ରତିଷ୍ଠା ହେବ । ଏଥି ନିମନ୍ତେ ୧୪ଟି ପୋଲିସ ପଦବୀ ସୃଷ୍ଟି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀ ଗୁଡ଼ିକୁ ଅନୁମୋଦନ କରିଛନ୍ତି ।

ଏଥିରେ ଦୁଇଟି ଇନ୍‌ସପେକ୍ଟର, ୮ଟି ସବ୍‌-ଇନ୍‌ସପେକ୍ଟର ଓ ୪ଟି କନେଷ୍ଟବଳ ପଦବୀ ସୃଷ୍ଟି କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାମରା ବନ୍ଦରକୁ ଏକ ଅପ୍ରବାସ କେନ୍ଦ୍ର ରୂପେ ଘୋଷଣା କରାଯାଇଛି । ଏହା ପରେ ଏହାର କାର୍ଯ୍ୟଭାର ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.