ETV Bharat / city

5T ମଡେଲରେ ଝଟକିବ ଝଙ୍କଡ ଶାରଳା ପୀଠ

author img

By

Published : Apr 26, 2022, 2:50 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମଙ୍ଗଳବାର 5T ସଚିବ ଭି. କେ ପାଣ୍ଡିଆନ ଜଗତସିଂହପୁର ଗସ୍ତ କରିଛନ୍ତି । ଖୁବଶୀଘ୍ର 5T ମଡେଲରେ ଝଟକିବ ଝଙ୍କଡ ପୀଠ । ଅଧିକ ପଢନ୍ତୁ

5T ମଡେଲରେ ଝଟକିବ ଝଙ୍କଡ ପୀଠ
5T ମଡେଲରେ ଝଟକିବ ଝଙ୍କଡ ପୀଠ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି 5T ସଚିବ ଭି. କେ ପାଣ୍ଡିଆନ ଜଗତସିଂହପୁର ଗସ୍ତ କରିଛନ୍ତି । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ପୀଠକୁ ଯାଇ ମା' ଶାରଳାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ପୀଠର ବିକାଶ ସମ୍ପର୍କରେ ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ତୁରନ୍ତ ମନ୍ଦିରର ବିକାଶ ଲାଗି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର 5T ମଡେଲରେ ଝଟକିବ ଝଙ୍କଡ ପୀଠ । ଏହି ପୀଠର ଉନ୍ନତିକରଣ ପାଇଁ ସରକାର ଗୁରୁତ୍ବ ଦେଉଥିବା କହିଛନ୍ତି ବିଧାୟକ ପ୍ରଶାନ୍ତ ମୁଦୁଲି ।

5T ମଡେଲରେ ଝଟକିବ ଝଙ୍କଡ ପୀଠ

ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ । ମା' ଶାରଳାଙ୍କ ଆଶୀର୍ବାଦରୁ ଏହି ପୀଠରୁ ଆଦିକବି ସାରଳା ଦାସ ମହାଭାରତ ରଚନା କରିଥିଲେ । ପ୍ରତିଦିନ ଏହି ପୀଠକୁ ମା'ଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସିଥାନ୍ତି । ତେଣୁ ଭକ୍ତ ମାନଙ୍କ ସୁବିଧା ପାଇଁ ପୀଠର ବିକାଶ ଜରୁରୀ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପୀଠର ବିକାଶ ସମ୍ପର୍କରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଛନ୍ତି । ପୀଠର ଆବଶ୍ୟକତାକୁ ଭିତ୍ତି କରି ବିକାଶ ପାଇଁ ତୁରନ୍ତ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ 5T ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ:-ମା' ଶାରଳାଙ୍କ ପୀଠରେ 5T ସଚିବ, ଫୋକସରେ ମନ୍ଦିରର ସୌନ୍ଦର୍ଯ୍ୟକରଣ

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ 5T ମଡେଲରେ ଏହା କାର୍ଯ୍ୟକାରୀ କରାଯିବ । ଏହି ପରିଦର୍ଶନ ସମୟରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପାଟୱାରୀ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଶାରଳା ପୀଠ ରାଜ୍ୟବାସୀଙ୍କ ଭାବାବେଗର ସ୍ଥାନ । ରାଜ୍ୟରେ ଥିବା ବିଭିନ୍ନ ଧାର୍ମିକ ସ୍ଥଳର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି ସରକାର । ଶାରଳା ପୀଠ ଉପରେ ସରକାରଙ୍କ ଦୃଷ୍ଟି ପଡିଛି । ପୂର୍ବରୁ କୋଟିଏ ଟଙ୍କା ଦେଇଥିଲେ ଓ କିଛି କାର୍ଯ୍ୟ ହୋଇଛି । ସରକାରଙ୍କ ଫୋକସ ରହିଛି ଆଗକୁ ଅନେକ କାର୍ଯ୍ୟ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.