ETV Bharat / city

ଡିଭାଇଡରରେ ପିଟି ହୋଇ ଜୟଦେବ ବିହାରରେ ଓଲଟିଲା ମିନି ବସ୍‌

author img

By

Published : Apr 8, 2022, 9:25 AM IST

Updated : Apr 8, 2022, 9:54 AM IST

ଭୁବନେଶ୍ବର ଜୟଦେବ ବିହାର ଛକରେ ଭାରସାମ୍ୟ ହରାଇ ଓଲଟିଲା ମିନିବସ ବସ । ୧୦ ଜଣରୁ ଊର୍ଦ୍ଧ୍ବ ଶ୍ରମିକ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଶ୍ରମିକ ନେଇ ଯାଉଥିଲା ମିନିବସ୍, ଜୟଦେବ ବିହାରରେ ହେଲା ଦୁର୍ଘଟଣାଗ୍ରସ୍ତ
ଶ୍ରମିକ ନେଇ ଯାଉଥିଲା ମିନିବସ୍, ଜୟଦେବ ବିହାରରେ ହେଲା ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ବର: ରାଜଧାନୀର ଜୟଦେବ ବିହାର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡିଭାଡରରେ ପିଟି‌ହୋଇ ଓଲଟିଲା ମିନିବସ ବସ, ୧୦ ଜଣରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା । ଶ୍ରମିକ ନେଇ ଯାଉଥିବା ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

ଜୟଦେବ ବିହାରରେ ଓଲଟିଲା ମିନି ବସ୍‌, 10ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଏକ ମିନି ବସ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ଜୟଦେବ ବିହାରରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇଥିଲେ । ଏହି ଘଟଣା ନେଇ କମିସନରେଟ ପୋଲିସ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Apr 8, 2022, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.