ETV Bharat / city

'ମାହାଙ୍ଗାରୁ ନୟାଗଡ଼, ଯିଏ ସରକାରଙ୍କ ବିରୁଦ୍ଧରେ ସ୍ବର ଉଠାଇବ ସେ ମରିବ'

author img

By

Published : Mar 30, 2021, 1:39 PM IST

ବିରୋଧୀଦଳ ନେତା ଉଠାଇଲେ ପ୍ରସଙ୍ଗ
ବିରୋଧୀଦଳ ନେତା ଉଠାଇଲେ ପ୍ରସଙ୍ଗ

ବିଧାନସଭାର ଶୂନ୍ୟ କାଳରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇ ନିଶାନା କଲେ ପ୍ରଦୀପ୍ତ ନାୟକ। ରାଜ୍ୟରେ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇବା କଣ ଭୁଲ ବୋଲି ପ୍ରଶ୍ନ କଲେ ପ୍ରଦୀପ୍ତ। ଅଧିକ ପଢନ୍ତୁ...

ଭୁବନେଶ୍ବର: ଧର୍ମଶାଳା ବିଧାୟକଙ୍କୁ ବିରୋଧୀ ଦଳ ନେତାଙ୍କ ଟାର୍ଗେଟ, ବିଧାନସଭାର ଶୂନ୍ୟ କାଳରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇ ନିଶାନା କଲେ ପ୍ରଦୀପ୍ତ ନାୟକ। ରାଜ୍ୟରେ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇବା କଣ ଭୁଲ ବୋଲି ପ୍ରଶ୍ନ କଲେ ପ୍ରଦୀପ୍ତ।

ଏହାସହ ଡ଼ଙ୍କାରି ପାହାଡ଼, ପିଡ଼ିଏସ ଚାଉଳ, ଇନ୍ଦିରା ଆବାସ ଓ ମାମୁଁ ଭଣଜା ଘାଇ ପ୍ରସଙ୍ଗରେ ଉଠାଇବା ପରେ ଏଭଳି ପ୍ରଶ୍ନ କରିଥିଲେ ବିରୋଧି ଦଳନେତା । ଯିଏ ଆକ୍ରମଣ କରିଛି ତାପଛରେ ମୁଖ୍ୟମନ୍ତ୍ରୀଙ୍କର ଓ ତୃତୀୟ ମହଲାର ହାତ ନଥିଲେ, ଏଭଳି ଆକ୍ରମଣ କେହି କରି ପାରିବ ନାହିଁ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛି । ଏହାସହ ସର୍ବେଶ୍ବର ବେଉରା ଅଭିଯୋଗ କରିଛନ୍ତି ଯେ, ରବି ଦାସ, କୁନା ପୃଷ୍ଟି ଓ ତ୍ରିନାଥ ଜେନା ଅନେକ ଦୁର୍ନୀତିରେ ଲିପ୍ତ ଅଛନ୍ତି । ଯାହାର ପର୍ଦାଫାସ କରି ଥାନାରେ ଏତଲା ବି ଦିଆଯାଇଥିଲା । ତେବେ କାହିଁକି ଏମାନଙ୍କୁ ଏଯାଁଏ ଗିରଫ କରାଯାଇ ନାହିଁ । ବିଧାୟକ ଓ ତାଙ୍କ ମାମୁଁଙ୍କୁ କାହିଁକି ସରକାର ସୁରକ୍ଷା ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ପିଡିଏସରେ 1 ଲକ୍ଷ କ୍ବିଣ୍ଟାଲ ଚାଉଳ ଲୁଟ ହେଉଥିବା ଅଭିଯୋଗ କରିଥିଲେ ସର୍ବେଶ୍ବର । ମାମୁ ଯାଇ ଭଣଜା ବିଧାୟକ ଅଛନ୍ତି । ବିଧାୟକଙ୍କ ନାଁରେ କେସ କରାଯାଇଥିଲା । ତଦନ୍ତ ହେଲା ନାହିଁ । ଏପରିକି ତାଙ୍କ ପରିବାର ଲୋକେ ବୋମା ମାଡ଼ ଘଟଣା ନେଇ ବିଧାୟକ ନାଁରେ ଏତଲା ଦେଇଛନ୍ତି ।ମାତ୍ର ତାଙ୍କୁ ଡ଼କାଯାଉ ନାହିଁ କି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ । ସାଧାରଣ ଲୋକଙ୍କୁ ମାରିବା ପାଇଁ ନିର୍ବାଚିତ ପ୍ରତିନିଧି ହୋଇଛନ୍ତି କି ?

ମାହାଙ୍ଗାରୁ ନୟାଗଡ଼ ଯିଏ ସରକାରଙ୍କ ବିରୁଦ୍ଧରେ ସ୍ବର ଉଠାଇବ ସେ ମରିବ । ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ଅହିଂସାକୁ ସମ୍ବିଧାନରେ ସ୍ଥାନିତ କରିବା ପାଇଁ ବାରମ୍ବାର ସଂକଳ୍ପ ପ୍ରସ୍ତାବ କରୁଛନ୍ତି କିନ୍ତୁ, ସେପଟେ ତାଙ୍କ ବିଧାୟକମାନେ ହିଂସାରେ ଲିପ୍ତ ଅଛନ୍ତି । ତେବେ ଗୃହରେ ସର୍ବେଶ୍ୱର ବେଉରଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.