ETV Bharat / city

ଭୁବନେଶ୍ବରର ଭାରତ ବନ୍ଦ ପ୍ରଭାବ, ଷ୍ଟେସନରେ ଶ୍ରମିକ ସଂଗଠନର ହାଲ୍ଲାବୋଲ

author img

By

Published : Mar 28, 2022, 8:08 AM IST

Updated : Mar 28, 2022, 9:10 AM IST

impact on bharat band in bhubaneswar
ଭୁବନେଶ୍ବରର ଭାରତ ବନ୍ଦ ପ୍ରଭାବ, ମାଷ୍ଟରକ୍ୟାଣ୍ଟିନରେ ଶ୍ରମିକ ସଂଗଠନର ହାଲ୍ଲାବୋଲ

କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଟ୍ରେଡ ୟୁନିୟନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାର ପ୍ରଭାବ ରାଜଧାନୀରେ ଦେଖିବାକୁ ମିଳିଛି।

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଟ୍ରେଡ ୟୁନିୟନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ଦେଶବ୍ୟାପୀ ଭାରତ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ଭୁବନେଶ୍ବରର ବିଭିନ୍ନ ଟ୍ରେଡ ୟୁନିୟନ। 14 ଦଫା ଦାବି ନେଇ ଶ୍ରମିକ ସଂଗଠନ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି।

ଭୁବନେଶ୍ବରର ଭାରତ ବନ୍ଦ ପ୍ରଭାବ, ମାଷ୍ଟରକ୍ୟାଣ୍ଟିନରେ ଶ୍ରମିକ ସଂଗଠନର ହାଲ୍ଲାବୋଲ

ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦ ଓ ରାଷ୍ଟ୍ରାୟତ କମ୍ପାନିର ଘରୋଇ କରଣ ପ୍ରକ୍ରିୟାକୁ ସଂଗଠନ ପକ୍ଷରୁ ବିରୋଦ କରାଯାଇଛି। ଜାତୀୟ ଶିକ୍ଷା ନୀତି ଓ କୃଷି ନୀତି ସହ ଶ୍ରମିକ ମାନଙ୍କ ମଜୁରୀ ମାସକୁ ୨୬ହଜାର ବୃଦ୍ଧି କରିବା ଦାବି ନେଇ ହଜାର ହଜାର ଶ୍ରମିକ ନେତାମାନେ ସ୍ବର ଉତ୍ତୋଳନ କରିଛନ୍ତି। ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ସରକାର ବିରୋଧୀ ନାରାବାଜି ସହ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ଆଜି ଓ ଆସନ୍ତାକାଲି ସମଗ୍ର ଦେଶବ୍ୟାପୀ ବନ୍ଦ ପାଳନ କରାଯିବ। ସିପିଆଇ ,ଏଆଇ ଟିୟୁସି,ସିଟୁ ଭଳି ଅନେକ ସଂଗଠନ ଏଥିରେ ସାମିଲ ହୋଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated :Mar 28, 2022, 9:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.