ETV Bharat / city

'କୋରୋନା ମୁକାବିଲାରେ ସମସ୍ତଙ୍କ ସହଯୋଗ ରାଜ୍ୟ ପାଇଁ ସଫଳତା'

author img

By

Published : Oct 30, 2021, 8:10 PM IST

Everyone cooperation during the  Covid19 is  success for the state
କୋରୋନା ମୁକାବିଲାରେ ସମସ୍ତଙ୍କ ସହଯୋଗ ରାଜ୍ୟ ପାଇଁ ସଫଳତା

ମହାମାରୀ କୋରୋନା ମୁକାବିଲା ସମୟରେ ସମସ୍ତଙ୍କ ସହଯୋଗ ରାଜ୍ୟ ପାଇଁ ସଫଳତା ଆଣିଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଏହାସହ ଆଗକୁ ଏଭଳି ସହଯୋଗ ରହିଥାଉ ବୋଲି ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋରୋନା ମୁକାବିଲା ସମୟରେ ସମସ୍ତଙ୍କ ସହଯୋଗ ରାଜ୍ୟ ପାଇଁ ସଫଳତା ଆଣିଛି, ଆଗକୁ ଏଭଳି ସହଯୋଗ ରହିଥାଉ ବୋଲି କହିଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି । କୋରୋନା ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀଙ୍କ ମିଳିତ ଭାବରେ କାର୍ଯ୍ୟ ଆଜି ଓଡିଶାକୁ ଏକ ସଫଳତା ଦେଇଛି। ଏହା ସହ ନୂତନ ଡ଼ିଏମଇଟିଙ୍କୁ ଭଲ ସହଯୋଗରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ବର୍ତ୍ତମାନର ଡ଼ିଏମଇଟି ସିବିକେ ମହାନ୍ତି।

କୋରୋନା ମୁକାବିଲାରେ ସମସ୍ତଙ୍କ ସହଯୋଗ ରାଜ୍ୟ ପାଇଁ ସଫଳତା

କୋରୋନା ସମୟରେ ଯେଭଳି ଭାବରେ ଦାୟିତ୍ୱ ତୁଲାଇବା କଥା ତାହା କରାଯାଇଛି। ଓଡିଶା ରାଜ୍ୟ ଯାହା ସରକାରଙ୍କର ଅନେକ ଆଭିମୁଖ୍ୟ ରହିଥିଲା। ଯାହା ମାଗଣାରେ କୋରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଇବା। ଏହା ସମସ୍ତ ଅଧିକାରୀଙ୍କର ସମର୍ଥନରେ ଏହା ସମ୍ଭବ ହୋଇପାରିଛି। ଯେଉଁ ପରିଶ୍ରମ କରିଛୁ ସେଥିରେ ଯାହା ବି ଫଳ ମିଳିଛି ସେଥିରେ ଖୁସି। ଯାହା ଓଡିଶାକୁ ଏକ ପୋଜିସନରେ ପହଞ୍ଚାଇପାରିଛି ।

ଲୋକମାନଙ୍କ ପାଇଁ ସରକାର ଯେଉଁ ଗାଇଡ଼ଲାଇନ କରନ୍ତୁ । ଯାହା ଫଳରେ ରାଜ୍ୟରେ ଅନେକ ମାତ୍ରାରେ ସଂକ୍ରମଣ କମିଯିବାର ସମ୍ଭାବନା ରହିଛି। ସବୁବେଳେ ଲୋକଙ୍କ କାମ କରିବା ଆବଶ୍ୟକ । ଯାହା ସମସ୍ତେ ମିଳିମିଶି କାମ କଲେ ଆଉଟପୁଟ ଭଲ ହେବ ବୋଲି ନୂତନ ଭାବରେ ଯୋଗ ଦେବାକୁ ଥିବା ନୂତନ ଡ଼ିଏମଇଟିଙ୍କୁ ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି । କୋରୋନା ସମୟରେ ସ୍ୱାସ୍ଥ୍ୟ ବିଭାଗ ଏକ 24/7 ଭାବରେ କାମ କରି ଆସୁଛି । ଯାହା ସ୍ୱାସ୍ଥ୍ୟ ବିଭାଗର ତ୍ରିମୂର୍ତି ଭାବରେ ଜଣାଶୁଣା ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏବଂ ଡ଼ିଏମଇଟି ସିବିକେ ମହାନ୍ତି। ସବୁବେଳେ ଏକା ସାଙ୍ଗରେ କାମ କରିବାର ଯେଉଁ ମନୋଭାବ ରହିଥିଲା, ସେହିଭଳି ଭାବରେ ମନୋଭାବ ନୂତନ ଭାବରେ ନିଯୁକ୍ତି ହୋଇଥିବା ଡ଼ିଏମଇଟିଙ୍କ ନିକଟରେ ରହିବା ଆବଶ୍ୟକ । ତେବେ ଏହା ଦ୍ୱାରା ରାଜ୍ୟର ଲୋକମାନେ ଅନେକ ମାତ୍ରାରେ ସନ୍ତୁଷ୍ଟି ଲାଭ ପାଇବା ସହ ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ ରାଜ୍ୟବାସୀଙ୍କୁ ସହଯୋଗ କରିବ ।



ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.