ETV Bharat / city

ସିବିଏସଇ ଦ୍ଵାଦଶ ପରୀକ୍ଷା ପାଇଁ ଦିଆଯାଇଛି ପ୍ରସ୍ତାବ: ଗଣଶିକ୍ଷାମନ୍ତ୍ରୀ

author img

By

Published : May 23, 2021, 6:53 PM IST

education-minister-samir-ranjan-das
ସିବିଏସଇ ଦ୍ଵାଦଶ ପରୀକ୍ଷା ପାଇଁ ଦିଆଯାଇଛି ପ୍ରସ୍ତାବ: ଗଣଶିକ୍ଷାମନ୍ତ୍ରୀ

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ସିବିଏସଇ ଦ୍ଵାଦଶ ପରୀକ୍ଷା ପାଇଁ ଦିଆଯାଇଛି ପ୍ରସ୍ତାବ। ଆଜିର ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ସମସ୍ତ ରାଜ୍ୟ ନିଜ ନିଜର ମତ ରଖିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ସିବିଏସଇ ଦ୍ଵାଦଶ ପରୀକ୍ଷା ପାଇଁ ଦିଆଯାଇଛି ପ୍ରସ୍ତାବ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସିବିଏସଇ ଦ୍ଵାଦଶ ପରୀକ୍ଷା ପାଇଁ ଦିଆଯାଇଛି ପ୍ରସ୍ତାବ। ଆଜିର ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ସମସ୍ତ ରାଜ୍ୟ ନିଜ ନିଜର ମତ ରଖିଛନ୍ତି।

ସିବିଏସଇ ଦ୍ଵାଦଶ ପରୀକ୍ଷା ପାଇଁ ଦିଆଯାଇଛି ପ୍ରସ୍ତାବ: ଗଣଶିକ୍ଷାମନ୍ତ୍ରୀ

ମହାମାରୀ କୋରୋନା ସମୟରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ସମେତ ସାରା ଦେଶର ଶିକ୍ଷା ମନ୍ତ୍ରୀ ବିଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ମହାମାରୀ କୋରୋନା ସମୟରେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ବିଚାର ବିମର୍ଶ କରିଛନ୍ତି । ଖାସକରି ସିବିଏସଇ ପରୀକ୍ଷା ଓ ରାଜ୍ୟ ମାନଙ୍କର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଉପରେ ଆଲୋଚନା କରାଯାଇଛି । ସିବିଏସଇ ଦ୍ଵାଦଶ ପରୀକ୍ଷା ପାଇଁ ଦିଆଯାଇଛି ପ୍ରସ୍ତାବ। ସ୍ବାଭାବିକ ହେଲେ ପୂର୍ବ ଭଳି ପରୀକ୍ଷା କରାଯିବାକୁ ବ୍ୟବସ୍ଥା କରାଯିବ । ସଂକ୍ଷିପ୍ତ ଭାବରେ ପରୀକ୍ଷା ଲାଗି ଚାଲିଛି ପ୍ରସ୍ତୁତି କରାଯାଇଛି ।

ଦେଶରେ ଦୁଇଟି ରାଜ୍ୟରେ ଦ୍ଵାଦଶ ପରୀକ୍ଷା କରାଯାଇଛି। ତେବେ ଅନ୍ୟ ରାଜ୍ୟରେ ବର୍ତ୍ତମାନ କୋରୋନା ସ୍ଥିତି ଖରାପ ଥିବାରୁ ଏବଂ ଓଡିଶାରେ ୟାସ ବାତ୍ୟା କୁ ଦୃଷ୍ଟିରେ ରଖି ବିଭିନ୍ନ ଦିଗକୁ ନଜରକୁ ଦେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ। ତାପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ। ଆଜି ସିବିଏସଇ ଦ୍ଵାଦଶ ପରୀକ୍ଷାକୁ ନେଇ ହୋଇଥିବା ବୈଠକରେ ସାରା ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀ ଯୋଗ ଦେଇ ନିଜର ପ୍ରସ୍ତାବ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.