ETV Bharat / city

କୋଭିଡ ଡ୍ୟୁଟିରେ ଥିବା BMC ଡ୍ରାଇଭରଙ୍କ କାରନାମା; ନିଶା ଖାଇ ରାସ୍ତାରେ ଗଡିଲେ

author img

By

Published : May 27, 2021, 6:20 PM IST

କୋଭିଡ଼ ଡ୍ୟୁଟିରେ ଥିବା ବିଏମସି ଡ୍ରାଇଭରଙ୍କର କାରନାମା; ନିଶା ନେଇ ରାସ୍ତାରେ ଗଡ଼ିଲେ
କୋଭିଡ଼ ଡ୍ୟୁଟିରେ ଥିବା ବିଏମସି ଡ୍ରାଇଭରଙ୍କର କାରନାମା; ନିଶା ନେଇ ରାସ୍ତାରେ ଗଡ଼ିଲେ

ନିଶା ସେବନ କରି ଡ୍ୟୁଟି କରୁଛନ୍ତି ଡ୍ରାଇଭର । ଆଉ ଗାଡି ଚଲାଇବାବେଳେ, ନିୟନ୍ତ୍ରଣ ହରାଇ ବାଡେଇ ହେଉଛନ୍ତି ଅନ୍ୟ ଜଣକ ଦେହରେ । ଯାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ଯେ, କିପରି ଜଣେ ସରକାରୀ କର୍ମଚାରୀ କାର୍ଯ୍ୟରତ ଅବସ୍ଥାରେ ନିଶା ଶକ୍ତ ହୋଇ ଏପରି କାଣ୍ଡ ଘଟାଉଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋଭିଡ ଡ୍ୟୁଟିରେ ଥିବା ବିଏମସି ଡ୍ରାଇଭରଙ୍କର କାରନାମା । ନିଶା ଖାଇ ରାସ୍ତାରେ ଗଡ଼ିଲେ, ଲୋକଙ୍କୁ ତଡିଲେ । ଏମିତି କି ଖବର ପାଇ ପହଁଚିଥିବା ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କଲେ । ସୂଚନାମୁତାବକ, ସମୟ ପ୍ରାୟ ଅପରାହ୍ନ ସାଢେ ଗୋଟେ । ଆଚାର୍ଯ୍ୟବିହାର ରୁ ନିକୋ ପାର୍କ ଆଡ଼କୁ ଆସୁଥିଲା ଏକ ବାଇକ ।

କୋଭିଡ଼ ଡ୍ୟୁଟିରେ ଥିବା ବିଏମସି ଡ୍ରାଇଭରଙ୍କର କାରନାମା

ଉକ୍ତ ବାଇକକୁ ଆନନ୍ଦ ବଜାର ନିକଟରେ ସାଇଡ ମାରିଲା ଆଉ ଏକ ବାଇକ୍ । ସାଇଡ ମାରି ବାଲାନ୍ସ ନ କରିପାରି ତଳେ ପଡିଗଲା ପ୍ଲାଟିନା ଗାଡି । ଆଉ ଉଠିପାରିଲେ ନାହିଁ । ବଡ଼ ଧରଣର ଦୁର୍ଘଟଣା ଭାବି ଅଟକି ଗଲେ ଅନ୍ୟ ଗାଡି ଚାଳକ । ପଡିଥିବା ବାଇକକୁ ସାଇଡ କରି ଚଳକକୁ ଉଠାଇ ରାସ୍ତା କଡ଼କୁ ଆଣିଲେ ଲୋକେ । ତେବେ ସୌଭାଗ୍ୟକୁ ତାଙ୍କ ଶରୀରରେ କୌଣସି ଆଘାତ ହୋଇନଥିଲା ।
ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରଚୁର ନିଶା ସେବନ କରିଥିବା ତାଙ୍କୁ ଉଦ୍ଧାର କରିଥିବା ଲୋକ ସୂଚନା ଦେଇଛନ୍ତି । ବେକରେ ପଡିଥିବା ଆଇକାର୍ଡରୁ ସେ ଜଣେ ବିଏମସି ଡ୍ରାଇଭର ବୋଲି ସୂଚନା ମିଳିଥିଲା । ଯାହାଙ୍କୁ କୋଭିଡ଼ ଡ୍ୟୁଟିରେ ଗାଡି ଚଲାଇବା ଲାଗି ଅନୁମତି ଦିଆଯାଇଛି ।

ରାସ୍ତାରେ ଗଡ଼ିବା ସହ ଉଦ୍ଧାର କରିଥିବା ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ସୂଚନାପାଇ ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ପିସିଆର କର୍ମଚାରୀଙ୍କୁ ମଧ୍ୟ ଖାତିର କରିନଥିଲେ ଡ୍ରାଇଭର ଜଣଙ୍କ । କିନ୍ତୁ କାର୍ଡ ପକାଇ ନିଶାସକ୍ତ ଅବସ୍ଥାରେ ସେ କେଉଁଠି ଓ କେମିତି ଡ୍ୟୁଟି କରୁଥିଲେ ବୋଲି ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ଭବାନି ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.