ETV Bharat / city

ଲୋଭରେ 70%ଲୋକ ଠକାମୀର ଶିକାର, ଏମିତି ଢଙ୍ଗରେ ଲୁଟୁଛନ୍ତି ସାଇବର ଠକ

author img

By

Published : Feb 25, 2021, 9:59 AM IST

ସାଇବର ଠକ
ସାଇବର ଠକ

ସାଇବର କ୍ରାଇମ ଉପରେ ସଚେତନ କରାଇଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଲୋଭ, ଭୟ, ବ୍ଲାକମେଲ କରି ସାଇବର ଠକ କରୁଛନ୍ତି ଠକାମୀ । ଯାହାକୁ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କରାଇଛନ୍ତି ସତର୍କ । ଏହା ସହ ଲୋକେ ଧିରେ ଧିରେ ସତର୍କ ହେଲେଣି । ଫଳରେ ପୂର୍ବାପେକ୍ଷା ଠକାମୀ ହେଉଥିବା ଅଭିଯୋଗର କଲ ଆସିବା କମିଛି ବୋଲି ସେ କହିଛନ୍ତି ।

ସାଇବର ଠକ

ଆଗରୁ 100କଲ ଆସୁଥିଲା । ଏବେ ତାହା କମି 50କଲ ଆସୁଛି । ତେବେ ଲୋଭର ବଶବର୍ତ୍ତୀ ହୋଇ 70 ପ୍ରତିଶତ ଠକାମୀର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି । ଲଟେରୀ, ଲୋନ ଆଦି ଭଳି ଲୋଭ ଦେଖାଇ ସାଇବର ଠକ ଠକୁଥିବା ସେ କହିଛନ୍ତି । ସେହିପରି ଆପଣଙ୍କ କାର୍ଡ ବ୍ଲକ ହୋଇଯିବ, ସିମ ବ୍ଲକ ହୋଇଯିବ ପରି ଭୟ ଦେଖାଇ ମଧ୍ୟ ଏମାନେ ଠକୁଥିବା ଡିସିପି ସତର୍କ କରାଇଛନ୍ତି ।

ସେହିପରି ଲିଙ୍କ ଦେଇ ମଧ୍ୟ ଠକମାନେ ସେମାନଙ୍କ ଠକାମୀର ଜାଲ ବିଛାଉଛନ୍ତି ବୋଲି ସତର୍କ କରାଇଛନ୍ତି ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.