ETV Bharat / city

ବସୁନ୍ଧରା ଯୋଜନାରେ କେଳେଙ୍କାରୀ; ଭିଜିଲାନ୍ସ ପଞ୍ଝାରେ ୬ ପୂର୍ବତନ ଅଧିକାରୀ

author img

By

Published : Aug 23, 2021, 12:45 PM IST

Updated : Aug 23, 2021, 7:10 PM IST

basundhara
ବସୁନ୍ଧରା ଯୋଜନାରେ କେଳେଙ୍କାରୀ; ଭିଜିଲାନ୍ସ ପଞ୍ଝାରେ ୬ ପୂର୍ବତନ ଅଧିକାରୀ

18:28 August 23

ବସୁନ୍ଧରା କେଳେଙ୍କାରୀ, ତିହିଡ଼ି ତହସିଲଦାର ରମେଶ ପଣ୍ଡାଙ୍କୁ କଟକରେ ଜେରା

ବସୁନ୍ଧରା କେଳେଙ୍କାରୀ, ତିହିଡ଼ି ତହସିଲଦାର ରମେଶ ପଣ୍ଡାଙ୍କୁ କଟକରେ ଜେରା

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ କଟକ ଭିଜିଲାନ୍ସ ସେଲ ପକ୍ଷରୁ ସୋମବାର ପୂର୍ବାହ୍ନରେ ମାରାଥନ୍ ଜେରା ପରେ କଟକ ଭିଜିଲାନ୍ସ ସେଲ କାର୍ଯ୍ୟାଳୟକୁ ନିଆଯାଇଛି । 2 ଜଣ DSP ଓ ଜଣେ ଇନ୍ସପେକ୍ଟରଙ୍କ ସମେତ 11 ଜଣିଆ ଟିମ୍ ତିହିଡି ତହସିଲ କାର୍ଯ୍ୟାଳୟରେ ଏହି ଜେରାରେ ସାମିଲ ହୋଇଥିଲେ । ଦୀର୍ଘ ଅଢେଇ ଘଣ୍ଟା କାଳ ଜେରା ପରେ ପଣ୍ଡାଙ୍କୁ କଟକ ନିଆଯାଇଥିବା ସୂଚନା ମିଳିଛି ।

ପ୍ରଥମେ ତାଙ୍କ ଭିଟାମାଟି ସିମୁଳିଆ ବ୍ଲକ ଅଧୀନ ପାନବରଜରେ ଯାଞ୍ଚ କରାଯାଇ ପଣ୍ଡାଙ୍କୁ ସାଥୀରେ ଧରି ତିହିଡି ତହସିଲ କାର୍ଯ୍ୟାଳୟକୁ ଟିମ ଆଣିଥିଲା । ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ରମେଶ ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ବସୁନ୍ଧରା ଯୋଜନାରେ ଜମି କେଳେଙ୍କାରୀ ଅଭିଯୋଗ ହୋଇଛି । ଏହି ଘଟଣାରେ କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ଗତକାଲି ଏକ ମାମଲା ରୁଜୁ କରାଯାଇଥିଲା । ପଣ୍ଡାଙ୍କ ସହିତ ଏହି ଘଟଣାରେ ଜଡିତ ଥିବା ୫ ଜଣ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ଏକକାଳୀନ ଭାବେ ଜେରା କରାଯାଇଛି ।  

ବସୁନ୍ଧରା ଯୋଜନାରେ ଅଯୋଗ୍ୟଙ୍କୁ ସାମିଲ କରାଯାଇ ମୂଲ୍ୟବାନ ଜମି ପ୍ରଦାନ କରାଯାଇଥିବା ପରି ସଙ୍ଗୀନ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ଉକ୍ତ କେଳେଙ୍କାରୀରେ ଜଡିତ ଜଗତସିଂହପୁର ଜିଲ୍ଲାର ଅବସରପ୍ରାପ୍ତ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ପୂର୍ବତନ ଝିମାନୀ RI ସନ୍ତୋଷ କୁମାର ମଲ୍ଲିକ, ପୂର୍ବତନ ପାରାଦ୍ବୀପଗଡ RI ନରେନ୍ଦ୍ର କୁମାର ଲେଙ୍କା, ପୂର୍ବତନ କୁଜଙ୍ଗ RI ସୁବାଶ ଚନ୍ଦ୍ର ଦାସ ଓ ପୂର୍ବତନ ପାଣ୍ଡୁଆ RI ଯତିଭୁଷଣ ବାରିକଙ୍କୁ ଏକକାଳୀନ ଜେରା କରାଯାଇ କେଶ ମୁତାବକ ତଥ୍ୟ ହାସଲ କରାଯାଇଥିବା ଜଣାଯାଇଛି ।  

ତେବେ ଏହି ଭିଜିଲାନ୍ସ ଟିମ୍ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନଥିବା ବେଳେ ଘଟଣାର ଭିତ୍ତିର ରହସ୍ୟ ଆହୁରି ଅଧିକ ରହିଥିବା ସନ୍ଦେହ ସୃଷ୍ଟି ହେଉଛି । ମୋଟ ଉପରେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ଏହି ଘଟଣାରେ 9ଟି ଟିମ୍ ସାମିଲ ହୋଇଛନ୍ତି । ଜଣେ ଅତିରିକ୍ତ ଏସପିଙ୍କ ସମେତ 11 ଜଣ ଡିଏସପି ଓ 6 ଜଣ ଇନ୍ସପେକ୍ଟର ସାମିଲ ହୋଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

18:24 August 23

ଜଗତସିଂହପୁରରେ ଅବସର ପ୍ରାପ୍ତ RI ସୁବାସ ଦାସଙ୍କ ଘରେ ଭିଜିଲାନ୍ସ ରେଡ଼

ଜଗତସିଂହପୁରରେ ଅବସର ପ୍ରାପ୍ତ RI ସୁବାସ ଦାସଙ୍କ ଘରେ ଭିଜିଲାନ୍ସ ରେଡ଼

ଜଗତସିଂହପୁର: ଜଗତସିଂହପୁର, କଟକ ଓ ଜଗତସିଂହପୁର ଭିଜିଲାନ୍ସ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ଏରସମା, ତିର୍ତ୍ତୋଲ ଓ ଜଗତସିଂହପୁର ସ୍ଥିତ ଲାଲାସାହିଠାରେ ଏକକାଳୀନ ଚଢ଼ାଉ ଚାଲିଛି । ଅବସର ପ୍ରାପ୍ତ RI ସୁବାସ ଦାସଙ୍କ ଲାଲାସାହି ବାସ ଭବନରେ ଚଢ଼ାଉ ଜାରି ରହିଛି ।

ବସୁନ୍ଧରା ଜମି ଜାଲିଆତି ଘଟଣାରେ ସମ୍ପୃକ୍ତିକୁ ନେଇ 16 ଜଣଙ୍କ ନାମରେ କେସ ଦାୟର କରାଯାଇଥିଲା । ସେତେବେଳେ ଥିବା ଜଗତସିଂହପୁର ଉପଜିଲ୍ଲାପାଳ, ତହସିଲଦାର ଓ RIମାନଙ୍କର ବିଭିନ୍ନ ସ୍ଥାନରେ ଥିବା ଘର ଉପରେ ଭିଜିଲାନ୍ସର 9ଟି ଟିମ ଏକକାଳୀନ ଚଢ଼ାଉ କରିଛି । ସକାଳୁ ଚଢ଼ାଉ ଜାରି ରହିଥିଲେ ମଧ୍ୟ ଏବେ ସୁଦ୍ଧା କେତେ ପରିମାଣର ସମ୍ପତି ଜବତ କରାଯାଇଛି ତାର ସଠିକ ସୂଚନା ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ । ତେବେ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ଯାଞ୍ଚ ଚାଲିଛି । ଯାଞ୍ଚ ଶେଷ ହେବା ପରେ ପ୍ରକୃତ ତଥ୍ୟ ମିଳିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ତେବେ ଏମାନେ  ବସୁନ୍ଧରା ଯୋଜନାରେ କେଳେଙ୍କାରୀ କରିଥିବା ଅଭିଯୋଗ ହୋଇଛି । ଏହି କେଳେଙ୍କାରୀ ଅଭିଯୋଗରେ ଅବସରପ୍ରାପ୍ତ OAS ଓ RIଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କ ଘରେ ରେଡ ମାରିଛି ଟିମ । ମୋଟ ୬ ଜଣ ଅବସରପ୍ରାପ୍ତ ଅଧିକାରୀ ଏଥିରେ ସମ୍ପୃକ୍ତି ଥିବା ସୂଚନା ମିଳିଛି ।  

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ 

12:37 August 23

ବସୁନ୍ଧରା ଯୋଜନାରେ ବଡଧରଣର କେଳେଙ୍କାରୀ; ୬ ଅବସରପ୍ରାପ୍ତ OAS, RIଙ୍କ ଘରେ ଭିଜିଲାନ୍ସ ରେଡ଼

ବସୁନ୍ଧରା ଯୋଜନାରେ କେଳେଙ୍କାରୀ; ଭିଜିଲାନ୍ସ ପଞ୍ଝାରେ ୬ ପୂର୍ବତନ ଅଧିକାରୀ

ଭୁବନେଶ୍ବର: ବଡଧରଣର ଭିଜିଲାନ୍ସ ଚଢ଼ାଉ । ୬ ଅବସରପ୍ରାପ୍ତ ଅଫିସରଙ୍କ ଘରେ ଭିଜିଲାନ୍ସ ଏକକାଳୀନ ରେଡ କରିଛି। ବସୁନ୍ଧରା ଯୋଜନାରେ କେଳେଙ୍କାରୀ ନେଇ ଭୁବନେଶ୍ଵରର, କଟକ, ଭଦ୍ରକ ଓ ଜଗତସିଂହପୁରରେ ୯ଟି ସ୍ଥାନରେ ଚଢାଉ କରିଛି ଟିମ ।  

ଏହି କେଳେଙ୍କାରୀ ଅଭିଯୋଗରେ ଅବସରପ୍ରାପ୍ତ OAS ଓ RIଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କ ଘରେ ରେଡ ମାରିଛି ଟିମ । ସେମାନେ ହେଲେ ପୂର୍ବତନ ତିହିଡ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତୀ, ପୂର୍ବତନ ଝିମାଣି ଆର.ଆଇ ସନ୍ତୋଷ କୁମାର ମଲିକ, ପୂର୍ବତନ ପାରାଦ୍ବୀପ ଆର.ଆଇ ନରେନ୍ଦ୍ର କୁମାର ଲେଙ୍କା, ପୂର୍ବତନ ଆର.ଆଇ କୁଜଙ୍ଗ ସୁବାଶ ଚନ୍ଦ୍ର ଦାସ, ପୂର୍ବତନ ଆର.ଆଇ ପାଣ୍ଡୁଆ ଜ୍ୟୋତି ଭୂଷଣ ବାରିକଙ୍କ ଘରେ ଯାଞ୍ଚ କରୁଛି ଟିମ । ରେଡରେ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୧୧ଜଣ ଡିଏସପି ଓ ୬ ଇନ୍ସପେକ୍ଟର ରେଡ କରୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated :Aug 23, 2021, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.