ETV Bharat / city

ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ, ଟାର୍ଗେଟ କଲା କଂଗ୍ରେସ

author img

By

Published : Nov 7, 2021, 8:25 PM IST

ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ, ଟାର୍ଗେଟ କଲା କଂଗ୍ରେସ
ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ, ଟାର୍ଗେଟ କଲା କଂଗ୍ରେସ

ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଉ ଏହା ପୂର୍ବରୁ ରାଜନୈତିକ ଦଳ ପରିବର୍ତ୍ତନ ଏକ ନୀତି ଦିନିଆ ପ୍ରତିଯୋଗିତାରେ ପରିଣତ ହୋଇଛି । ବିଜେଡି ଶିବିରରେ ଦୈନିକ ବିଜେପି, କଂଗ୍ରେସର ନେତାମାନେ ସାମିଲ ହେଉଛନ୍ତି । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଉ ଏହା ପୂର୍ବରୁ ରାଜନୈତିକ ଦଳ ପରିବର୍ତ୍ତନ ଏକ ନିତିଦିନିଆ ପ୍ରତିଯୋଗିତାରେ ପରିଣତ ହୋଇଛି । ପ୍ରମୁଖ ଦଳର ନେତାଏ ଏବେ ବିଜେଡି ମୁହାଁ ହେଉଛନ୍ତି । ବିଜେଡି ଶିବିରରେ ଦୈନିକ ବିଜେପି, କଂଗ୍ରେସର ନେତାମାନେ ସାମିଲ ହେଉଛନ୍ତି । ନବୀନଙ୍କ ଲୋକପ୍ରିୟତା ପାଇଁ ଅନ୍ୟ ଦଳରୁ ଆସି ଶଙ୍ଖ ଧରୁଛନ୍ତି ନା ନିଜ ଦଳରେ କଣଠେସା ଅନୁଭବ କରି ନେତାଏ ଦଳ ପରିବର୍ତ୍ତନ କରୁଛନ୍ତି ତାହା ଆଲୋଚନାର ସରବ୍ୟ ପାଲଟିଛି । ଏହାକୁ ଆଦୌ ଗ୍ରହଣ କରି ପାରୁନାହାଁନ୍ତି ବିରୋଧୀ ।

ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ, ଟାର୍ଗେଟ କଲା କଂଗ୍ରେସ

ଅର୍ଥବଳ ଯୋଗୁଁ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ବାହୁବଳ ଦେଖାଇ ବିଭିନ୍ନ ଦଳର ନେତାଙ୍କୁ ବିଜେଡି ସାମିଲ କରୁଥିବା ଅଭିଯୋଗ ହୋଇଛି । ଶାସକ ଦଳରେ ନେତାଙ୍କ ଅଭାବ ରହିଛି । ତେଣୁ ସେମାନେ ଆମ ନେତାଙ୍କୁ ନେଉଛନ୍ତି । ଅର୍ଥବଳ, ବାହୁବଳ ଦେଖାଇ ଦୀର୍ଘ ୨୩ ବର୍ଷ ହେବ ନବୀନ ବାବୁ ରାଜନୀତି କରୁଛନ୍ତି । ନବୀନ ବାବୁ ନିଜେ ରାଜନୀତି ନକରି ଅମାଲା ମାନଙ୍କ ଦ୍ୱାରା ସରକାର ଚଳାଉଛନ୍ତି । ଶିବାଜୀ ମାଝୀ ଦଳ ଛାଡିଲେ କିଛି ଫରକ ପଡ଼ିବନି । କଂଗ୍ରେସ ଦଳ ଅଛି ଆଗକୁ ମଧ୍ୟ ରହିବ ବୋଲି କହିଛନ୍ତି କଂଗ୍ରେସର ନେତା ଅଧିରାଜ ପାଣିଗ୍ରାହୀ ।

କଂଗ୍ରେସର ଏହି ଅଭିଯୋଗର କଡ଼ା ଜବାବ ରଖିଛନ୍ତି ବିଜେଡି ନେତା ଶଶୀ ଭୂଷଣ ବେହେରା । ସେ କହିଛନ୍ତି ଯେ, "ନିଶ୍ଚିତ ଭାବରେ ଏହା ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପ୍ରମାଣିତ କରିଛି । ନିରବଚ୍ଛିନ୍ନ ଭାବରେ ଯେଉଁଭଳି ଭାବେ ନବୀନ ବାବୁ ରାଜ୍ୟର ବିକାଶ କାର୍ଯ୍ୟ କରି ଆସୁଛନ୍ତି ତାଙ୍କ ଉପରେ ଲୋକେ ଭରସା କରୁଛନ୍ତି । ତେଣୁ ବିରୋଧୀ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଏଭଳି ମନ୍ତବ୍ୟ ଦେଉଛନ୍ତି।"

ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଖୁବଶୀଘ୍ର ସେ ବିଜେଡିରେ ସାମିଲ ହେବା ନେଇ ଆଲୋଚନା ହେଉଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଦୀପ ମାଝୀ ଓ ପରେ ଶିବାଜୀ ମାଝୀ କଂଗ୍ରେସରୁ ଇସ୍ତଫା ଦେବାପରେ ଦଳକୁ ଶକ୍ତ ଧକ୍କା ଲାଗିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.