ETV Bharat / city

୧୪ରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ

author img

By

Published : Dec 11, 2021, 8:36 PM IST

୧୪ରେ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ Congress
୧୪ରେ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ Congress

ଆସନ୍ତା ୧୪ ତାରିଖ ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ଏନେଇ ପିସିସି ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର : ଆସନ୍ତା ୧୪ ତାରିଖ ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପିସିସି ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୧୪ ତାରିଖ ମଙ୍ଗଳବାର ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ।

୧୪ରେ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ Congress

ମମିତା ମେହେରକୁ ନ୍ୟାୟ ଦେବା, ଲୋୱର ପିଏମଜିରେ ଆନ୍ଦୋଳନରତ ନିରୀହ ଛାତ୍ରଛାତ୍ରୀଙ୍କୁ ପୋଲିସର ବର୍ବରୋଚିତ ଆକ୍ରମଣ ଏବଂ କଂଗ୍ରେସ ଭବନରେ ପୋଲିସର ବେଆଇନ ଅନୁପ୍ରବେଶ ପ୍ରତିବାଦରେ କଂଗ୍ରେସ ତୀବ୍ର ପ୍ରତିବାଦ କରିବ । କଂଗ୍ରେସର ସମସ୍ତ ଛାମୁଆ ସଂଗଠନ ଏନେଇ ଆନ୍ଦୋଳନରେ ସାମିଲ ହେବେ । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବା ଦଳ ସହ ସମସ୍ତ କର୍ମୀ ଏ ଆନ୍ଦୋଳନରେ ସାମିଲ ହେବେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.