ETV Bharat / city

Chilika MLA Released From Jail: ଜେଲରୁ ମୁକୁଳିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

author img

By

Published : Apr 27, 2022, 4:23 PM IST

ଜେଲରୁ ମୁକୁଳିଲେ ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେ
ଜେଲରୁ ମୁକୁଳିଲେ ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେ

ବାଣପୁର ସବଜେଲରୁ ମୁକୁଳିଛନ୍ତି ଚିଲିକା ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକଙ୍କୁ ହାଇକୋର୍ଟ ସାତ ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ ପରେ ସେ ଆଜି ଜେଲରୁ ମୁକୁଳିଛନ୍ତି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜେଲରୁ ମୁକୁଳିଲେ ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପରେ ମା’ ଭାଗବତୀଙ୍କୁ କଲେ ଦର୍ଶନ । ବାଣପୁର ସବଜେଲରୁ ମୁକୁଳିଛନ୍ତି ଚିଲିକା ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକଙ୍କୁ ହାଇକୋର୍ଟ ସାତ ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ ପରେ ସେ ଆଜି ଜେଲରୁ ମୁକୁଳିଛନ୍ତି ।

ସ୍ବାସ୍ଥ୍ୟଗତ ଚିକିତ୍ସା ପାଇଁ ବିଧାୟକଙ୍କୁ ଜାମିନ ଦେଇଛନ୍ତି କୋର୍ଟ । ସେହିପରି ଆଜି ମଧ୍ୟାହ୍ନରେ ବିଧାୟକ ଜେଲରୁ ବାହାରିବା ପରେ ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ବିଧାୟକଙ୍କୁ ତାଙ୍କର ବହୁ ସମର୍ଥକ ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ ଯେ, ଗତ ପଞ୍ଚାୟତ ସମିତି ଅଧକ୍ଷ ନିର୍ବାଚନ ଦିନ ବିଧାୟକ ଲୋକଙ୍କ ଉପରେ ଗାଡି ଚଢାଇ ଦେବା ଭଳି ସଙ୍ଗୀନ ଅଭିଯୋଗରେ ଜେଲ ଯାଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.