ETV Bharat / city

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ନିରପେକ୍ଷ ତଦନ୍ତ ପାଇଁ ଡିସିପିଙ୍କୁ ଭେଟିଲା ବିଜେପି

author img

By

Published : Oct 10, 2022, 9:14 PM IST

BJP delegation meets Bhbaneswar DCP demanding unbiased investigation of ZP Dharmendra sahoo death case
ଡିସିପିଙ୍କୁ ଭେଟିଲା ବିଜେପି

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି । ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଭୁବନେଶ୍ବର ଡିସିପିଙ୍କୁ ଭେଟିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ଅଧିକ ପଢନ୍ତୁ

ଭୁବନେଶ୍ବର: ଗୋପ ବ୍ଲକ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଏହି ଘଟଣାରେ ଆଜି ଭୁବନେଶ୍ୱର ଡିସିପିଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ। ଏହି ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ରହିଥିବା ନେଇ ପୁଣିଥରେ ଅଭିଯୋଗ ଆଣିଛି ବିଜେପି ।

ଭାଇରଲ କଲ୍‌ ରେକର୍ଡରେ ଧର୍ମେନ୍ଦ୍ର ତାଙ୍କ ମୃତ୍ୟ ପାଇଁ ମନ୍ତ୍ରୀଙ୍କୁ ଦାୟୀ କରିଥିଲେ ଅଭିଯୋଗ କରିଛି ବିଜେପି। ଡିସିପିଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରି ପ୍ରତିନିଧି ଦଳ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି । ଆସନ୍ତା ୧୮ ତାରିଖ ମଧ୍ୟରେ ମନ୍ତ୍ରୀ ସମୀର ଦାଶଙ୍କୁ ଯଦି ତଦନ୍ତ ପରିସରଭୁକ୍ତ କରାନଯାଏ ତେବେ ବଜେପି ପୁଣିଥରେ ଡିସିପି ଅଫିସ ଘେରାଉ କରିବା ସହ ଡିସିପି ଅଫିସ ସମ୍ମୁଖରେ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି ।

ଡିସିପିଙ୍କୁ ଭେଟିଲା ବିଜେପି

ଏହା ମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ମନ୍ତ୍ରୀ ସମୀର ଦାସଙ୍କୁ ଘଣ୍ଟ ଘୋଡାଇବାକୁ ବିଜେଡିର ପାଓ୍ବାର ଶୋ

ଏନେଇ ବିଜେପି ନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, "ଗତଥର ଆମେ ଡିସିପିଙ୍କ ପାଖକୁ ଆସିଥିଲୁ । ସେ ଆମକୁ ୭ରୁ ୮ ଦିନର ସମୟ ମାଗିଥିଲେ । ପୁଣି ଆଜି ଆସିଛୁ । ଆମକୁ ପୋଲିସର ତଦନ୍ତ ଉପରେ ଭରସା ପାଉନାହିଁ । ଏନେଇ ଆମେ ବହୁତ କଥା ହୋଇଛୁ । ଆମେ ଡିସିପିଙ୍କୁ ୧୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛୁ । ଯଦି ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦିଆନଯାଏ, ତେବେ ଆମେ ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ । ଯଦି ତଦନ୍ତ ଦିଗହରା ହୁଏ, ପୋଲିସ କାର୍ଯ୍ୟାନୁଷ୍ଠାନ ନହୁଏ , ମିଳିଥିବା ପ୍ରମାଣକୁ ନଷ୍ଟ କରାଯାଇଥିବା ଆମେ ଯଦି ଜାଣିବୁ ତାହାହେଲେ ୧୮ ତାରିଖ ଦିନ ଡିସିପି ଅଫିସ ସାମ୍ନାରେ ଆମେ ଧାରଣାରେ ବସିବୁ । ଆମେ ଧର୍ମେନ୍ଦ୍ରଙ୍କ ଅଡିଓ ଶୁଣିଛୁ । ସେ ଯାହାର ନାଁ କହିଛନ୍ତି ଏପର୍ଯ୍ୟନ୍ତ ସେମାନେ ଖୋଲା ବୁଲୁଛନ୍ତି। ତାହାର ଅର୍ଥ କୌଣସି କାରଣ ଯୋଗୁଁ ପୋଲିସ ସେମାନଙ୍କୁ ତଦନ୍ତ ଅନ୍ତର୍ଭୁକ୍ତ କରିପାରିନାହିଁ । ପୋଲିସ ଅନେକ ସ୍ଥାନରେ ଚାପରେ ଚେପା ହୋଇଯିବାର ଦୃଷ୍ଟାନ୍ତ ରହିଛି । ତଦନ୍ତ ପରିସର ନେହେଲେ ଆଗାମୀ ଦିନରେ ଆମେ ଆନ୍ଦୋଳନ କରିବୁ ।"

ପୂର୍ବରୁ ମଧ୍ୟ ବିଜେପିର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହାସହ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ବିଜେପିର ଏକ ୭ ଜଣିଆ ଟିମ୍‌ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିଥିଲା । ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । ସେ କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନ୍‌ରେ ଅନେକ ତଥ୍ୟ ରହିଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ । ଯାହାକୁ ନେଇ ସସପେନ୍ସ ବଢିଥିଲା । ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.