ETV Bharat / city

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ମନ୍ତ୍ରୀ ସମୀର ଦାସଙ୍କୁ ଘଣ୍ଟ ଘୋଡାଇବାକୁ ବିଜେଡିର ପାଓ୍ବାର ଶୋ

author img

By

Published : Oct 8, 2022, 10:43 PM IST

Updated : Oct 8, 2022, 10:56 PM IST

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ମନ୍ତ୍ରୀ ସମୀର ଦାଶଙ୍କ ଛବିକୁ ପରିସ୍କାର କରିବା ପାଇଁ ବିଜେଡିର ନୂଆ ରଣନୀତି । କିନ୍ତୁ ବିରୋଧି ବିଜେପି ଏହାକୁ ସହଜରେ ଗ୍ରହଣ କରିପାରିନାହିଁ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ମନ୍ତ୍ରୀ ସମୀର ଦାସଙ୍କୁ ଘଣ୍ଟ ଘୋଡାଇବାକୁ ବିଜେଡିର ପାଓ୍ବାର ଶୋ
ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ମନ୍ତ୍ରୀ ସମୀର ଦାସଙ୍କୁ ଘଣ୍ଟ ଘୋଡାଇବାକୁ ବିଜେଡିର ପାଓ୍ବାର ଶୋ

ଭୁବନେଶ୍ବର: ନିମାପଡାରେ ବିଜେଡିର ପାଓ୍ବାର ଶୋ । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ସମୀର ଦାଶଙ୍କ ଛବିକୁ ପରିସ୍କାର କରିବା ପାଇଁ ବିଜେଡିର ନୂଆ ରଣନୀତି । ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏକାଠି କରି ମହିଳା ସମାବେଶ କରିଛି ବିଜେଡି । କିନ୍ତୁ ବିରୋଧି ବିଜେପି ଏହାକୁ ସହଜରେ ଗ୍ରହଣ କରିପାରିନାହିଁ ।

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ମନ୍ତ୍ରୀ ସମୀର ଦାସଙ୍କୁ ଘଣ୍ଟ ଘୋଡାଇବାକୁ ବିଜେଡିର ପାଓ୍ବାର ଶୋ

ବିଜେପି ନେତ୍ରୀ ପ୍ରଭାତି ପରିଡା କହିଛନ୍ତି, ''ପାପିକୁ ଘଂଟ ଘୋଡାଇବା ପାଇଁ ନିମାପଡାରେ ବିଜେଡି ପାଓ୍ବାର ଶୋ କରୁଛି । ଏହାକୁ ପ୍ରତିବାଦ କରିବାର ଯଥାର୍ଥତା ରହିଛି । ଅଡିଓ ଟେପ ଭାଇରାଲ ହେବା ପରେ ମନ୍ତ୍ରୀ ସମୀର ଦାସଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେଣୁ ବିରୋଧି ଦଳ ହିସାବରେ ପ୍ରତିବାଦ କରୁଛି ବୋଲି କହିଛନ୍ତି ପ୍ରଭାତି । କିନ୍ତୁ ବିଜେଡିର ଏହି ପାଓ୍ବାର ଶୋ କଣ ପାଇଁ ବୋଲି ପ୍ରଶ୍ନ କରିଛି ବିଜେପି । ଏହି ପାଓ୍ବାର ଶୋ କେବଳ ପାଓ୍ବାରକୁ ଘଂଟ ଘୋଡାଇବା ପାଇଁ । ଯେହେତୁ ମନ୍ତ୍ରୀଙ୍କ ନାଁ ଅଛି ଏବଂ ସେକ୍ସ ସ୍କାଣ୍ଡାଲ କଥା ଉଠୁଛି ସେଥିପାଇଁ ଏହି ସୋ । ଏସବୁକୁ ଘଂଟ ଘୋଡାଇବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀକୁ ମାଧ୍ୟମ କରାଯାଇଛି । ଯେଉଁ ପଣତକାନିରେ ମନ୍ତ୍ରୀ ସମୀର ଦାସ ଲୁଚିବାକୁ ଚେଷ୍ଟା କରୁଛନ୍ତି , ଶହ ଶହ ମହିଳାଙ୍କ ଚୁନୁରୀ ଖୋଲିବାର ଚିତ୍ର ଯେବେ ଆସିବ ସେତେବେଳେ ସବୁକଥା ସାମନାକୁ ଆସିଯିବ ବୋଲି କହିଛନ୍ତି ପ୍ରଭାତି ।''


ଏହା ମଧ୍ୟ ପଢନ୍ତୁ-Dhamnagar by Election: ଚାପରେ ବିଜେଡି ! ପ୍ରାର୍ଥୀ ଘୋଷଣାକୁ ନେଇ ଛିଣ୍ଡୁ ନାହିଁ ଅଙ୍କ

''ସ୍କୁଲ ଓ ଗଣଶିକ୍ଷା ପରି ଏକ ଦାୟୀତ୍ବ ସମ୍ପନ୍ନ ବିଭାଗରେ ମନ୍ତ୍ରୀ ରହିଛନ୍ତି ସମୀର ଦାସ । ଯାହାଙ୍କୁ ସ୍କୁଲରେ ପାଠ ପଢୁଥିବା ପିଲାମାନେ ହିରୋ ବୋଲି ଗଣନା କରନ୍ତି । କିନ୍ତୁ ମନ୍ତ୍ରୀପଦରେ ବିବାଦୀୟ ହେବା ପରେ ପିଲାମାନଙ୍କ ଉପରେ ଏହା ଖରାପ ପ୍ରଭାବ ପକାଉଛି ବୋଲି କହିଛି ଅଭିଭାବକ ସଂଘ । ତେଣୁ ବିଜେପିର ଦାବି ମନ୍ତ୍ରୀ ତୁରନ୍ତ ପଦବୀରୁ ଇସ୍ତଫା ଦିଅନ୍ତୁ । ନଚେତ ପିଲାମାନଙ୍କ ଉପରେ କୁ ପ୍ରଭାବ ପଡିବ । ''

ମନ୍ତ୍ରୀ ସମୀର ଦାସଙ୍କୁ ବିରୋଧ କରି ବିଜେପିର ଆନ୍ଦୋଳନ ଜାରି ରହିଥିବା ବେଳେ ମନ୍ତ୍ରୀ ସମୀର ଦାଶଙ୍କ ଇମେଜକୁ ବଞ୍ଚାଇବାକୁ ପ୍ରାଣପ୍ରଣେ ଲାଗିପଡିଛି ବିଜେଡି । ଏହାରି ଭିତରେ ପୋଲିସ ଧର୍ମେନ୍ଦ୍ର ସାହୁଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ପଚରା ଉଚରା କରିଛି । ଦିନ ଯେତିକି ଗଡୁଛି ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ ସେତିକି ଘନିଭୂତ ହେବାରେ ଲାଗିଛି । ସାମ୍ବାଦିକ ଅକ୍ଷୟ ନାୟକଙ୍କ ଫୋନ କଲ ରେକର୍ଡକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିବା ପରେ ମନ୍ତ୍ରୀ ସମୀର ଦାସଙ୍କ ଅଡୁଆ ଆଗକୁ ଆହୁରି ବଢିବା ନେଇ ଆଶଙ୍କା ବଢୁଛି । କାରଣ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଫୋନରେ କହିଥିଲେ ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ଦାସ ଏବଂ ଅନ୍ୟ 4ଜଣ ଦାୟୀ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 8, 2022, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.