ETV Bharat / city

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ଭୁବନେଶ୍ବର DCP କାର୍ଯ୍ୟାଳୟ ଘେରିଲା ମହିଳା କଂଗ୍ରେସ

author img

By

Published : Oct 21, 2021, 6:34 PM IST

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ଭୁବନେଶ୍ବର DCP କାର୍ଯ୍ୟାଳୟ ଘରିଲା ମହିଳା କଂଗ୍ରେସ
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ଭୁବନେଶ୍ବର DCP କାର୍ଯ୍ୟାଳୟ ଘରିଲା ମହିଳା କଂଗ୍ରେସ

ଭୁବନେଶ୍ବର DCP ଅଫିସ ଘେରିଲା ମହିଳା କଂଗ୍ରେସ । କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଚ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ...

ଭୁବନେଶ୍ବର: କଳାହାଣ୍ଡି ଘରୋଇ କଲେଜ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାରେ DCPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାଜ୍ୟ ମହିଳା କଂଗ୍ରେସ । ମୁଖ୍ୟ ଅଭିଯୁକ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ରହିଥିବାବେଳେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭୁବନେଶ୍ବର DCP କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ମହିଳା କଂଗ୍ରେସର ଶତାଧିକ କର୍ମକର୍ତ୍ତା ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ବର DCP କାର୍ଯ୍ୟାଳୟ ଘରିଲା ମହିଳା କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ନିହାତି ଆବଶ୍ୟକ ବୋଲି ଦାବି କରିଛି ଦଳ । ଯଦି ମହିଳାଙ୍କ ପାଇଁ ସମ୍ମାନ ଅଛି ତେବେ ମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ ବୋଲି ମହିଳା କଂଗ୍ରେସ ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.