ETV Bharat / city

ବାତ୍ୟା ତାଉ’ତେକୁ ନେଇ ଆଲର୍ଟ ରାଜ୍ୟ ଅଗ୍ନିଶମ ଟିମ

author img

By

Published : May 16, 2021, 9:29 PM IST

ବାତ୍ୟା ତାଉ’ତେକୁ ନେଇ ଆଲର୍ଟ ରାଜ୍ୟ ଅଗ୍ନିଶମ ଟିମ
ବାତ୍ୟା ତାଉ’ତେକୁ ନେଇ ଆଲର୍ଟ ରାଜ୍ୟ ଅଗ୍ନିଶମ ଟିମ

ରାଜ୍ୟରେ ସାମ୍ଭାବ୍ୟ ବାତ୍ୟା ତାଉ’ତେକୁ ନେଇ ପ୍ରସ୍ତୁତି । ଏସଆରସି ଓ ଡିଜି ଫାୟାର ସହ ଦୁଇଥର ମିଟିଂ ପରେ ପ୍ରସ୍ତୁତ ଅଛି ଅଗ୍ନିଶମ ବିଭାଗ ଟିମ । ଅଧିକ ପଢନ୍ତୁ...

ଭୁବନେଶ୍ବର : ରାଜ୍ୟରେ ସାମ୍ଭାବ୍ୟ ବାତ୍ୟା ତାଉ’ତେକୁ ନେଇ ପ୍ରସ୍ତୁତି । ଏସଆରସି ଓ ଡିଜି ଫାୟାର ସହ ଦୁଇଥର ମିଟିଂ ପରେ ପ୍ରସ୍ତୁତ ଅଛି ଅଗ୍ନିଶମ ବିଭାଗ ଟିମ । ଏନେଇ ସମସ୍ତ ଫାୟାର ଷ୍ଟେସନ ଗୁଡିକରେ ପ୍ରସ୍ତୁତି କରାଯାଇଛି । ଏପରିକି ୩୦ଟି ଜିଲ୍ଲାକୁ ସ୍ବତନ୍ତ୍ର ଟିମ ମଧ୍ୟ ନିୟୋଜିତ କରାଯାଇଛି ।

ବାତ୍ୟା ତାଉ’ତେକୁ ନେଇ ଆଲର୍ଟ ରାଜ୍ୟ ଅଗ୍ନିଶମ ଟିମ

ଆରବ ସାଗରରେ ସୃଷ୍ଟ ଏହି ବାତ୍ୟା ଆଶଙ୍କା ପଶ୍ଚିମ ଭାରତ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ତଥାପି ଆଶଙ୍କା ଦୃଷ୍ଟିରୁ ଏଭଳି ପ୍ରସ୍ତୁତ ଥିବା କହିଛନ୍ତି ଚିଫ ଫାୟାର ଅଫିସର । ଅନ୍ୟପଟେ କରାଳ ରୂପ ଦେଖାଇବା ଆରମ୍ଭ କଲାଣି ତାଉ’ତେ । ସେ ଦୃଷ୍ଟିରୁ କୌଣସି ବି ରାଜ୍ୟକୁ ମୁକାବିଲା ପାଇଁ ଆବଶ୍ୟକ ପଡିପାରେ ସହଯୋଗ । ସେ ଦୃଷ୍ଟିରୁ ପୂର୍ବରୁ ଓଡିଶା ଅଗ୍ନିଶମ ଦେଶର ବିଭିନ୍ନ ମୁକାବିଲାରେ ଭଲ କାମ କରି ନିଜର ପରାକାଷ୍ଠା ଦେଖାଇଛନ୍ତି ।

ତେଣୁ ସେସବୁକୁ ଦୃଷ୍ଟିରେ ରଖି ଯଦି କେନ୍ଦ୍ର ବା ରାଜ୍ୟ ସ୍ତରରେ ନିଷ୍ପତ୍ତି ହୁଏ ଓଡ଼ିଶା ଅଗ୍ନିଶମ ବିଭାଗର ସହଯୋଗ ପାଇଁ ତେବେ ପ୍ରସ୍ତୁତ ଥିବା କହିଛନ୍ତି ଏହି ସୁପରିୟର ଅଫିସର । ତତସହିତ କୋଭିଡ଼ ସମୟ ଯୋଗୁଁ ଟିକା ନେଇଥିବାରୁ ଅଗ୍ନିଶମ ଅଧିକାରୀଙ୍କ ମନରେ ଭୟ ସେତେଟା ନାହିଁ କାରଣ ପୂର୍ବରୁ ପଶ୍ଚିବଙ୍ଗରେ ବାତ୍ୟା ସମୟରେ ଭଲ କାମ କରି ଦେଖାଇଥିଲେ ଓଡିଶା ଅଗ୍ନିଶମ, ଯେଉଁଥି ପାଇଁ କୋଭିଡ଼ରେ ଅନେକ ଆକ୍ରାନ୍ତ ହୋଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.