ETV Bharat / city

କୃର ଡ୍ରାଇଭର, କୁକୁର ଛୁଆଙ୍କ ଉପରେ ଚଢାଇଲା ଗାଡ଼ି

author img

By

Published : Jul 13, 2021, 1:39 PM IST

ଭୁବନେଶ୍ବର ସତ୍ୟବିହାର କଲୋନୀରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । 4 କୁକୁର ଛୁଆଙ୍କ ଉପରେ 4 ଚକିଆ ଗାଡି ଚଢାଇଲା କ୍ରୂର ଡ୍ରାଇଭର । ମୃତଦେହକୁ ଜଗି ରହି ମା' କୁକୁର କାନ୍ଦୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କ୍ରୂର ମଣିଷ, କୁକୁର ଛୁଆଙ୍କ ଉପରେ ଚଢାଇଲା ଗାଡ଼ି
କ୍ରୂର ମଣିଷ, କୁକୁର ଛୁଆଙ୍କ ଉପରେ ଚଢାଇଲା ଗାଡ଼ି

ଭୁବନେଶ୍ବର: ସଇତାନ ସାଜିଲା ମଣିଷ । ହରାଇଲା ସାଧାରଣ ମାନବିକତା । କ୍ରୂର ସାଜି 4 କୁକୁର ଛୁଆଙ୍କ ଉପରେ ଚଢାଇଲା ଗାଡ଼ି । ଫଳରେ କୁକୁର ଛୁଆଙ୍କ ମୃତ୍ୟୁ ଘଟିଛି । ଏଭଳି ନିନ୍ଦନୀୟ ଘଟଣା ରାଜଧାନୀର ମଞ୍ଚେଶ୍ବର ସତ୍ୟବିହାର କଲୋନିରେ ସୋମବାର ଅପରାହ୍ନ ସମୟରେ ଘଟିଛି ।

କ୍ରୂର ମଣିଷ, କୁକୁର ଛୁଆଙ୍କ ଉପରେ ଚଢାଇଲା ଗାଡ଼ି

ସତ୍ୟବିହାର ଅଞ୍ଚଳର ରାସ୍ତାରେ ଶୋଇଥିବା ଏହି 4ଟି କୁକୁର ଛୁଆଙ୍କ ଉପରେ ସ୍ବିଫ୍ଟ ଡିଜାୟାର ଚାରି ଚକିଆ ଗାଡି ଚଢିଥିଲା । ତେବେ ଡ୍ରାଇଭର ଜଣକ ଜାଣିଶୁଣି ଏଭଳି କାଣ୍ଡ ଘଟାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଛୁଆଗୁଡିକଙ୍କ ମୃତ୍ୟୁ ପରେ ମା' କୁକୁର ମୃତଦେହକୁ ଜଗି କାନ୍ଦୁଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମୃତ ଛୁଆଙ୍କୁ ରାସ୍ତା ଉପରୁ ନେବା ସମୟରେ ମା' କୁକୁରଟି କାମୁଡିବାକୁ ଗୋଡାଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ସଂଗଠନ ଉକ୍ତ ଡ୍ରାଇଭର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ଗାଡିକୁ ଖୋଜୁଥିବା ସୂଚନା ମିଳିଛି । ସମ୍ପୃକ୍ତ ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.