ETV Bharat / city

ନବୀନ ସରକାରଙ୍କ 5ମ ପାଳିର ତୃତୀୟ ବର୍ଷ, କୋଭିଡ ମୁକାବିଲା ବଡ ଉପଲବ୍ଧି: ମନ୍ତ୍ରୀ

author img

By

Published : May 28, 2022, 10:27 PM IST

ମନ୍ତ୍ରୀ
ମନ୍ତ୍ରୀ

ଆସନ୍ତାକାଲି ବିଜେଡି ଶାସିତ ଓଡିଶା ସରକାରଙ୍କର ପଞ୍ଚମ ପାଳିର ତିନି ବର୍ଷ ପୂର୍ତ୍ତି ହେବ । ପଞ୍ଚମ ପାଳିର ଏହି ତିନି ବର୍ଷରେ ସରକାର ଅନେକ ପଦକ୍ଷେପ ନେଇଥିଲେ ବି କୋଭିଡ ମୁକାବିଲା ବଡ ଉପଲବ୍ଧି । ଏହା କହିଛନ୍ତି ନବୀନଙ୍କ କ୍ୟାବିନେଟର 2 ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପଦ୍ମନାଭ ବେହେରା । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତାକାଲି ବିଜେଡି ଶାସିତ ଓଡିଶା ସରକାରଙ୍କର ପଞ୍ଚମ ପାଳିର ତିନି ବର୍ଷ ପୂର୍ତ୍ତି ହେବ । ପଞ୍ଚମ ପାଳିର ଏହି ତିନି ବର୍ଷରେ ସରକାର ଅନେକ ପଦକ୍ଷେପ ନେଇଥିଲେ ବି କୋଭିଡ ମୁକାବିଲା ବଡ ଉପଲବ୍ଧି । ଏହା କହିଛନ୍ତି ନବୀନଙ୍କ କ୍ୟାବିନେଟର 2 ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପଦ୍ମନାଭ ବେହେରା ।

ନବୀନ ସରକାରଙ୍କ 5ମ ପାଳିର ତୃତୀୟ ବର୍ଷ, କୋଭିଡ ମୁକାବିଲା ବଡ ଉପଲବ୍ଧି: ମନ୍ତ୍ରୀ

ରଣେନ୍ଦ୍ର କହିଛନ୍ତି ଯେ, ପଞ୍ଚମ ପାଳିର ପ୍ରଥମ ତିନି ବର୍ଷ ଖୁବ ଚ୍ୟାଲେଞ୍ଜିଂ ଥିଲା । କୋଭିଡ ଲାଗି ଦୁଇ ବର୍ଷ ପ୍ରଭାବିତ ହୋଇଛି । ସାରା ପୃଥିବୀ କୋଭିଡର କସାଘାତରେ ଜର୍ଜରିତ ଥିଲା । କୋଭିଡକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଥିବା ରଣେନ୍ଦ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା କମ ରହିଛି । ଓଡିଶାର ପଦକ୍ଷେପକୁ ୟୁଏନ ପ୍ରଶଂସା କରିଛି । WHO ଯେତେବେଳେ କୋଭିଡ ବାବଦରେ କହିଲେ, ସେତେବେଳେ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭା ଚାଲିଥିଲା । ପାର୍ଲିଆମେଣ୍ଟ ଚାଲିଥିବାବେଳେ ରାଜ୍ୟ ସରକାର ବିଧାନସଭାକୁ ବନ୍ଦ କରି ଲକଡାଉନ ଘୋଷଣା କରିଥିଲେ । କେନ୍ଦ୍ର ଦେଶ ଏ ବାବଦରେ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ପ୍ରତ୍ୟେକ ଜୀବନ ମୂଲ୍ୟବାନ, ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିକୁ ରାଜ୍ୟ ସରକାର ଅକ୍ଷରେ ଅକ୍ଷରେ ପାଳନ କରିବା ବଡ ଉପଲବ୍ଧି । କୋଭିଡ ଲାଗି ପରିବହନ ବିଭାଗ ବିପର୍ଯ୍ୟସ୍ତ ହୋଇ ପଡିଥିଲା ।

କୋଭିଡ ସ୍ଥିତି ସୁଧୁରିବା ସହ ଏବେ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି । ବିଭିନ୍ନ କାର୍ଯ୍ୟକ୍ରମକୁ ହାତକୁ ନିଆଯାଉଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.