ETV Bharat / city

ଆସନ୍ତା ମେ’ ୧୩ରୁ ରାଜ୍ୟରେ ବନ୍ଦ ହେବ ପାନୀୟ ଜଳ ଯୋଗାଣ !

author img

By

Published : Apr 4, 2022, 5:28 PM IST

ଆସନ୍ତା ମେ ୧୩ରୁ ରାଜ୍ୟରେ ବନ୍ଦ ହେବ ପାନୀୟ ଜଳ ଯୋଗାଣ !
ଆସନ୍ତା ମେ ୧୩ରୁ ରାଜ୍ୟରେ ବନ୍ଦ ହେବ ପାନୀୟ ଜଳ ଯୋଗାଣ !

କର୍ମଚାରୀଙ୍କ ଦାବିକୁ କର୍ଣ୍ଣପାତ କରୁନାହାନ୍ତି ସରକାର । ତୁରନ୍ତ ଦାବି ପୂରଣ ନ ହେଲେ ଆସନ୍ତା ମେ ୧୩ରୁ ରାଜ୍ୟରେ ପାନୀୟ ଜଳ ଯୋଗାଣ ବନ୍ଦ ନେଇ ଓଡିଶା ପାଇପ୍ ଜଳ କର୍ମଚାରୀ ସଙ୍ଘର ଚେତାବନୀ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ କରୁଥିବା କର୍ମଚାରୀଙ୍କୁ ଅବହେଳା । ଏହି କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଦାବି କରି ଆସୁଛନ୍ତି । ହେଲେ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏମାନଙ୍କ ଦାବି ପୂରଣ ନ ହେଲେ ଆସନ୍ତା ମେ ୧୩ ତାରିଖରୁ ରାଜ୍ୟର ପାନୀୟ ଜଳ ଯୋଗାଣ ବନ୍ଦ ହେବ ବୋଲି ଗଞ୍ଜାମ ବ୍ରହ୍ମପୁରଠାରେ ଆୟୋଜିତ ପ୍ରେସମିଟ ମାଧ୍ୟମରେ ଚେତାବନୀ ଦେଇଛି ଓଡିଶା ପାଇପ୍ ଜଳ କର୍ମଚାରୀ ସଙ୍ଘ ।

ଆସନ୍ତା ମେ ୧୩ରୁ ରାଜ୍ୟରେ ବନ୍ଦ ହେବ ପାନୀୟ ଜଳ ଯୋଗାଣ !

ବ୍ରହ୍ମପୁର ଠାରେ ଆୟୋଜିତ ବୈଠକରେ ସଙ୍ଘର ଦାବିକୁ ସରକାର ଗୁରୁତ୍ବ ଦେଉନଥିବା ବେଳେ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସମାଲୋଚନା କରାଯାଇଛି । ଏନେଇ ଆସନ୍ତା ୮ ତାରିଖରେ ରାଜଧାନୀ ଭୁବନେଶ୍ବର ଠାରେ ଗଣଧାରଣା ଓ ବିକ୍ଷୋଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ପରେ ଏକ ମାସ ମଧ୍ୟରେ ଏହାର ସମାଧାନ ନକଲେ ଆସନ୍ତା ମେ ୧୩ ତାରିଖ ମଧ୍ୟ ରାତ୍ରରୁ ସମୂହ ଛୁଟି ନେଇ କାର୍ଯ୍ୟବନ୍ଦ କରିବାକୁ କୋଠର ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ମୁଖ୍ୟତଃ ଅସ୍ଥାୟୀ କର୍ମଚାରୀ ମାନଙ୍କ ସ୍ଥାୟୀ ନିଯୁକ୍ତ କରିବା, ଏସ୍.ଇ.ଏମ୍ ଓ ଠିକା କର୍ମଚାରୀ ମାନଙ୍କୁ ସର୍ବନିମ୍ନ ଦୈନିକ ମଜୁରୀ ପ୍ରଦାନ କରିବା, କର୍ମଚାରୀଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ ପୂର୍ବକ ପେନସନ ଭୁକ୍ତ କରିବାକୁ ଦାବି କରାଯାଇଛି । ଏହି ଦାବି ତୁରନ୍ତ ପୂରଣ କରାନଗଲେ ସ୍ଥିତି ଆଗକୁ ଚିନ୍ତାଜନକ ହେବ ବୋଲି ସଙ୍ଘର ସଂପାଦକ ମନୋଜ କୁମାର ମହାନ୍ତି କହିଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.