ETV Bharat / city

ନିଶାସକ୍ତ ନାବାଳକର ଉନ୍ମତ୍ତକାଣ୍ଡ, ପଥରରେ ଛେଚି ଜଣଙ୍କୁ ହତ୍ୟା

author img

By

Published : Oct 5, 2022, 10:14 AM IST

ନିଶାଶକ୍ତ ନାବାଳକର ଉନ୍ମକ୍ତକାଣ୍ଡ, ପଥରରେ ଛେଚି ଜଣଙ୍କୁ ହତ୍ୟା
ନିଶାଶକ୍ତ ନାବାଳକର ଉନ୍ମକ୍ତକାଣ୍ଡ, ପଥରରେ ଛେଚି ଜଣଙ୍କୁ ହତ୍ୟା

ବ୍ରହ୍ମପୁର ସହରର ବଡ଼ବଜାର ଥାନା ନିକଟରେ ନିଶାସକ୍ତ ନାବାଳକ ଜଣେ ବ୍ୟକ୍ତିଙ୍କୁ ଅର୍ଥ ମାଗିଥିଲେ । କିନ୍ତୁ ବ୍ୟକ୍ତି ଜଣକ ଅର୍ଥ ନ ଦେବାରୁ ପଥରରେ ଛେଚି ହତ୍ୟା କଲା ନାବାଳକ । ଅଧିକ ପଢନ୍ତୁ

ବ୍ରହ୍ମପୁର: ନିଶାସକ୍ତ ଅବସ୍ଥାରେ ନାରକୀୟ କାଣ୍ଡ ଘଟାଇଲା ନାବାଳକ । ପଥରରେ ଛେଚି ଜଣଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ବ୍ରହ୍ମପୁର ସହରରେ । ସାରା ରାଜ୍ୟରେ ପାର୍ବଣକୁ ନେଇ ସବୁଠି ଉତ୍ସବର ମାହୋଲ ଚାଲିଥିବା ବେଳେ ଏଭଳି ସମୟରେ ବ୍ରହ୍ମପୁର ସହରରେ ଜଣେ ନିଶାସକ୍ତ ନାବାଳକର ଉନ୍ମକ୍ତକାଣ୍ଡ ଘଟଣା ଦେଖିବାକୁ ମିଳିଛି । ମଦ ଦୋକାନରେ ସାମାନ୍ୟ କିଛି ଅର୍ଥ ମାଗିଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି ଜଣଙ୍କ ଅର୍ଥ ଦେବାକୁ ମନା କରିବାରୁ ପଥରରେ ଛେଚି ହତ୍ୟା କରାଯାଇଥିବା କୁହାଯାଇଛି ।

ସୂଚନା ମୁତାବକ, ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ଠିପି ବନ୍ଦ ବିଦେଶୀ ମଦ ଦୋକାନ ନିକଟରେ ଗୋପାଳ କୃଷ୍ଣ ପାତ୍ର ନାମକ ଜଣେ ବ୍ୟକ୍ତି ମଦ୍ୟପାନ କରୁଥିଲେ । ସେହି ସୟରେ ଧାନମେରା ସାହି ଅଞ୍ଚଳର ନାବାଳକ ସେଠାରେ ପହଞ୍ଚି ଗୋପାଳ କୃଷ୍ଣଙ୍କୁ କିଛି ଅର୍ଥ ଦାବି କରିଥିଲେ କିନ୍ତୁ ବ୍ୟକ୍ତି ଜଣକ ଅର୍ଥ ଦେବାକୁ ରାଜି ହୋଇ ନ ଥିଲେ । ଏନେଇ ଉତ୍ତ୍ୟକ୍ତ ହୋଇ ନାବାଳକ ଜଣଙ୍କ ମଦ ଦୋକାନ ଠାରୁ କିଛି ଦୂରକୁ ଆସି ଗୋପାଳଙ୍କୁ ଅପେକ୍ଷା କରି ରହିଥିଲେ l ତେବେ ସେହି ବାଟ ଦେଇ ଗୋପାଳ ଫେରିବା ସମୟରେ ନାବାଳକ ଜଣଙ୍କ ଏକ ପଥରରେ ଗୋପାଳଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏନେଇ ଖବର ପାଇ ପୋଲିସ ଗୋପାଳ କୃଷ୍ଣଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ପୋଲିସ ନାବାଳକକୁ ଅଟକ ରଖିଥିବା ବେଳେ ଚାରି ନାମରେ ଅନ୍ୟ ଦୁଇଟି ମାମଲା ରହିଥିବା ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.