ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସଡକ ପାଇଁ ସତ୍ୟାଗ୍ରହ, ଅଞ୍ଚଳବାସୀ ପିନ୍ଧିଲେ କଳାବ୍ୟାଚ୍‌

author img

By

Published : Sep 8, 2022, 11:55 AM IST

ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ଅଞ୍ଚଳର ମୁଖ୍ୟ ରାସ୍ତା ସମସ୍ୟା ନେଇ ଅଞ୍ଚଳବାସୀଙ୍କ ସତ୍ୟାଗ୍ରହ । ଦ୍ବିତୀୟ ଦିନରେ କଳାବ୍ୟାଚ୍‌ ପିନ୍ଧି ସ୍ଥାନୀୟ ଅଞ୍ଚଳବାସୀ ଏହି ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ରାସ୍ତା ସମସ୍ୟା ନେଇ କଳାବ୍ୟାଚ ପରିଧାନ କରି ସତ୍ୟାଗ୍ରହରେ ସାମିଲ ହେଲେ ଅଞ୍ଚଳବାସୀ
ରାସ୍ତା ସମସ୍ୟା ନେଇ କଳାବ୍ୟାଚ ପରିଧାନ କରି ସତ୍ୟାଗ୍ରହରେ ସାମିଲ ହେଲେ ଅଞ୍ଚଳବାସୀ

ବ୍ରହ୍ମପୁର: ସହରର ଉପକଣ୍ଠ ଲୋଚାପଡା ଅଞ୍ଚଳର ମୁଖ୍ୟ ରାସ୍ତା ଏବଂ ନାଳ ସମସ୍ୟା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି(Road problem in Lochapada) । ଦୀର୍ଘ ଦିନ ଧରି ମରାମତି ଦାବି କରିଆସୁଥିବା ଅଞ୍ଚଳବାସୀ ଗତ ୬ ତାରିଖରୁ ସତ୍ୟାଗ୍ରହ ମାଧ୍ୟମରେ ପ୍ରତିବାଦ କରିଆସୁଛନ୍ତି । (Public protest on road problem in Lochapada) । ତେବେ ବୁଧବାର ଦ୍ବିତୀୟ ଦିବସରେ କଳାବ୍ୟାଚ ପରିଧାନ କରି ଅଞ୍ଚଳବାସିନ୍ଦା ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ।

ରାସ୍ତା ସମସ୍ୟା ନେଇ କଳାବ୍ୟାଚ ପରିଧାନ କରି ସତ୍ୟାଗ୍ରହରେ ସାମିଲ ହେଲେ ଅଞ୍ଚଳବାସୀ

ବ୍ରହ୍ମପୁର ସହରରୁ ମାତ୍ର ଏକ କିଲୋମିଟର ମଧ୍ୟରେ ରହିଥିବା ଏହି ଅଞ୍ଚଳର ଏହି ମୁଖ୍ୟ ରାସ୍ତା ଦେଇ ନିୟମିତ ପ୍ରତ୍ୟେକ ଦିନ ହଜାର ହଜାର ଯାନବାହନ ଚଳପ୍ରଚଳ କରୁଥିବାବେଳେ, ରାସ୍ତାରେ ଅନେକ ଖାଲଖମାର ସାଙ୍ଗକୁ ଦୂରାବସ୍ଥା ଯୋଗୁଁ ସାଧାରଣ ଜନତା ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଏଥିସହ ଅନେକ ସମୟରେ ବିଭିନ୍ନ ସଡକ ଦୁର୍ଘଟଣା ଯୋଗୁଁ ଜୀବନ ଯାଉଥିବାବେଳେ କେତେକ ଆହାତ ନଷ୍ଟ ହେଉଥିବାର ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ନେଇ ଅନେକବାର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସଫଳତା ନମିଳିବା ପରେ ଶେଷରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏକତ୍ରିତ ହୋଇ ସତ୍ୟାଗ୍ରହ ମାଧ୍ୟମରେ ଏହାର ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ରାସ୍ତା ସମସ୍ୟା ନେଇ ଅଞ୍ଚଳବାସୀଙ୍କ ସତ୍ୟାଗ୍ରହ

ସ୍ଥାନୀୟ ଲୋଚାପଡା ପଞ୍ଚାୟତର ସରପଞ୍ଚ ଏଲ୍.ମୋହନ ଦାସଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ୪୦ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବା ଏହି ମୁଖ୍ୟ ରାସ୍ତା ତୁରନ୍ତ ନିର୍ମାଣ ନହେଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି । ଏପରିକି ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ ଚାଲିଥିଲାବେଳେ, ବିଭାଗୀୟ ଅଧିକାରୀଙ୍କ କୈଣସି ପଦକ୍ଷେପ ନିଆନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଲୋଚାପଡା ସରପଞ୍ଚ ଏଲ ମୋହନ ଦାସ କହିଛନ୍ତି ଯେ, "ଏହା ଦୁଃଖର ବିଷୟ । ସରକାର ଆମକୁ ଥଟ୍ଟା ପରିହାସ କରିଲା ଭଳି ଆମେ ଏଠି ଦୁଇଦିନ ଗେଲା ବସି ରହିଛୁ । କିନ୍ତୁ ଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କ ନିଘା ନାହିଁ । ବର୍ତ୍ତମାନ ସୁଦ୍ଧା ମଧ୍ୟ କୌଣସି ସରକାରୀ ଅଧିକାରୀ ଏଠାରେ ପହଞ୍ଚି ନାହାନନ୍ତି । କେତେ ଜଣଙ୍କ ମୃତ୍ୟୁ ହେଲେ ପ୍ରଶାସନର ଚେତାପଶିବ ଜାଣିପାରୁନାହୁଁ ।"

ଅଞ୍ଚଳବାସୀ କହିଛନ୍ତି, "ରାସ୍ତାର ଏଭଳି ସ୍ଥିତି ପାଇଁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ହେଉଛି । ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କଲେ ନାହିଁ । ତୁରନ୍ତ ଏଦିଗରେ ଦୃଷ୍ଟି ଦିଆଯାଇ ରାସ୍ତା କାର୍ଯ୍ୟ କରିବାକୁ ଚେତାବନୀ ଦେଉଛୁ । କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରହିବ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.