ETV Bharat / city

ରାସ୍ତା ସମସ୍ୟା ନେଇ ଅଞ୍ଚଳବାସୀଙ୍କ ସତ୍ୟାଗ୍ରହ

author img

By

Published : Sep 6, 2022, 2:20 PM IST

ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ଅଞ୍ଚଳର ମୁଖ୍ୟ ରାସ୍ତା ସମସ୍ୟା ନେଇ ଅଞ୍ଚଳବାସୀଙ୍କ ସତ୍ୟାଗ୍ରହ । ଅଧିକ ପଢ଼ନ୍ତୁ

public protest on road problem in lochapada berhampur
ରାସ୍ତା ସମସ୍ୟା ନେଇ ଅଞ୍ଚଳବାସୀଙ୍କ ସତ୍ୟାଗ୍ରହ

ବ୍ରହ୍ମପୁର: ରାସ୍ତା ପାଲଟିଛି ମରଣଯନ୍ତା। ବ୍ରହ୍ମପୁର ସହରର ଉପକଣ୍ଠ ଲୋଚାପଡା ଅଞ୍ଚଳର ମୁଖ୍ୟ ରାସ୍ତା ଏବଂ ନାଳ ସମସ୍ୟା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ଧରି ମରାମତି ଦାବି କରିଆସୁଥିବା ଅଞ୍ଚଳବାସୀ ସତ୍ୟାଗ୍ରହ ମାଧ୍ୟମରେ ପ୍ରତିବାଦ କରିଛନ୍ତି (Public protest on road problem in Lochapada) ।

ରାସ୍ତା ସମସ୍ୟା ନେଇ ଅଞ୍ଚଳବାସୀଙ୍କ ସତ୍ୟାଗ୍ରହ

ବ୍ରହ୍ମପୁର ସହରରୁ ମାତ୍ର ଏକ କିଲୋମିଟର ମଧ୍ୟରେ ରହିଛି ଲୋଚାପଡା ଅଞ୍ଚଳ। ୪୦ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ପଞ୍ଚାୟତର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ପ୍ରତ୍ୟେକ ଦିନ ହଜାର ହଜାର ଯାନବାହନ ଚଳପ୍ରଚଳ କରୁଥିବାବେଳେ, ରାସ୍ତାରେ ଅନେକ ଖାଲଖମାର ସାଙ୍ଗକୁ ଦୂରାବସ୍ଥା ଯୋଗୁଁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ଏଥିସହ ଅନେକ ସଡକ ଦୁର୍ଘଟଣା ସମ୍ମୁଖୀନ ହୋଇ ଧନଜୀବନ ନଷ୍ଟ ହେଉଛି । ଏନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ପ୍ରଶାସନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୈଣସି ସଫଳତା ମିଳିନାହିଁ ।

ଶେଷରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏକତ୍ରିତ ହୋଇ ମୁଖ୍ୟ ରାସ୍ତା ଉପରେ ବସି ସତ୍ୟାଗ୍ରହ ମାଧ୍ୟମରେ ପ୍ରତିବାଦ କରିଛନ୍ତି । ଲୋଚାପଡା ପଞ୍ଚାୟତର ସରପଞ୍ଚ ଏଲ୍.ମୋହନ ଦାସଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦରେ ବିଭିନ୍ନ ଦଳୀୟ ନେତୃବୃନ୍ଦଙ୍କ ସହ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପାନୀୟ ଜଳ ପାଇଁ ରାଜରାସ୍ତାରେ ଆନ୍ଦୋଳନ

ଅଞ୍ଚଳବାସୀ କହିଛନ୍ତି, "ରାସ୍ତାର ଏଭଳି ସ୍ଥିତି ପାଇଁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ହେଉଛି । ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କଲେ ନାହିଁ । ତୁରନ୍ତ ଏଦିଗରେ ଦୃଷ୍ଟି ଦିଆଯାଇ ରାସ୍ତା କାର୍ଯ୍ୟ କରିବାକୁ ଚେତାବନୀ ଦେଉଛୁ । କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରହିବ ।" ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.