ETV Bharat / city

ପାନୀୟ ଜଳ ପାଇଁ ରାଜରାସ୍ତାରେ ଆନ୍ଦୋଳନ

author img

By

Published : Sep 6, 2022, 7:24 AM IST

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବ୍ରହ୍ମପୁର ଗୋଷାଣିନୂଆଗାଁ ରାସ୍ତାରେ ଆନ୍ଦୋଳନ । ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଜଳଯୋଗାଣ ପାଇଁ ମରାମତି କାର୍ଯ୍ୟ ଆରମ୍ଭ କଲେ ବିଭାଗୀୟ ଅଧିକାରୀ । ଅଧିକ ପଢ଼ନ୍ତୁ

ପାନୀୟ ଜଳ ସମସ୍ୟା, ରାଜରାସ୍ତାରେ ଆନ୍ଦୋଳନ କଲେ ଲୋକେ
ପାନୀୟ ଜଳ ସମସ୍ୟା, ରାଜରାସ୍ତାରେ ଆନ୍ଦୋଳନ କଲେ ଲୋକେ

ବ୍ରହ୍ମପୁର: ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ରାଜରାସ୍ତାରେ ପ୍ରତିବାଦ । ବ୍ରହ୍ମପୁର ସହର ଗୋଷାଣିନୂଆଗାଁର ୨୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ଖଣ୍ଡିଆ ଧୋବା ସାହିରେ ଗତ ଚାରି ମାସ ଧରି ପାନୀୟ ଜଳ ମିଳୁନଥିବା ଅଭିଯୋଗ । ପାଣି ଟିକିଏ ପିଇବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ପରେ ଶେଷରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦେଳନ କରିଛନ୍ତି ସାହି ବାସିନ୍ଦା ।

ପାନୀୟ ଜଳ ସମସ୍ୟା, ରାଜରାସ୍ତାରେ ଆନ୍ଦୋଳନ କଲେ ଲୋକେ

ସୂଚନା ଅନୁସାରେ ଏହି ଖଣ୍ଡିଆ ଧୋବା ସାହିରେ ଗତ ଚାରି ମାସ ଧରି ପାନୀୟ ଜଳ ଯୋଗାଣରେ ବିଭନ୍ନ ସମସ୍ୟା ଲାଗି ରହିଛି । ଏପରିକି ଗତ ୧୦ ଦିନ ହେଲା ଉକ୍ତ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ହଳଦିଆପଦର ଠାରୁ ବ୍ରହ୍ମପୁର ସହରକୁ ସଂଯୋଗ କରୁଥିବା ଗୋଷାଣିନୂଆଗାଁ ରାସ୍ତାକୁ ବନ୍ଦ ରଖିଥିଲେ ଅଞ୍ଚଳବାସୀ । ମୁଖ୍ୟ ରାସ୍ତାରେ ପାଣି ହାଣ୍ଡି ରଖି ରାସ୍ତାରୋକ କରାଯାଇଥିବା ଦେଖିବାକୁ ମିଳିଥିଲା ।

ଦୀର୍ଘ ସମୟ ପରେ ବିଭାଗୀୟ ଅଧିକାରୀ ଏବଂ ସହରର ୨୭ ନମ୍ବର ୱାର୍ଡ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ସମେତ ଜଳଯୋଗାଣ ୱାଟକୋ ଯନ୍ତ୍ରୀ ବିକାଶ ପାଢୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହିତ ଜଳଯୋଗାଣ ପାଇଁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି । ନୂତନ ଭାବେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ବ୍ୟବସ୍ଥା ହୋଇଯାଇଥିବାବେଳେ, ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ତାହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.