ETV Bharat / city

କୋରିଅରରେ ରାୟଗଡାରୁ ରାଜଧାନୀକୁ ଗଞ୍ଜେଇ ଚାଲାଣ, କାବୁ କଲା ଅବକାରୀ ବିଭାଗ

author img

By

Published : Sep 20, 2021, 8:12 PM IST

କୋରିଅରରେ ରାୟଗଡାରୁ ରାଜଧାନୀକୁ ଗଞ୍ଜେଇ ଚାଲାଣ, କାବୁ କଲା ଅବକାରୀ ବିଭାଗ
କୋରିଅରରେ ରାୟଗଡାରୁ ରାଜଧାନୀକୁ ଗଞ୍ଜେଇ ଚାଲାଣ, କାବୁ କଲା ଅବକାରୀ ବିଭାଗ

କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ରାୟଗଡ଼ାରୁ ରାଜଧାନୀକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମାଡ଼ି ବସିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

ବ୍ରହ୍ମପୁର: କୋରିଅରରେ ରାୟଗଡାରୁ ରାଜଧାନୀ ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନକୁ ହେଉଥିଲା ଗଞ୍ଜେଇ ଚାଲାଣ । ଖବର ପାଇ ଏହାକୁ ଧରିବାରେ ସକ୍ଷମ ହୋଇଛି ଗଞ୍ଜାମ ବ୍ରହ୍ମପୁରର ଅବକାରୀ ଗୁଇନ୍ଦା ବିଭାଗ । ଏହି ଘଟଣାରେ ଘରୋଇ ପ୍ରୋଫେସେନାଲ୍ କୋରିଅର ସଂସ୍ଥାରେ ବ୍ରହ୍ମପୁର ସହରରେ କାର୍ଯ୍ୟ କରୁଥିବା ଏଜେଣ୍ଟ ଦେବାଶିଷ ପଣ୍ଡାଙ୍କୁ ଗିରଫ କରି ଘଟଣାର ଅନୁସନ୍ଧାନ କରୁଛି ଅବକାରୀ ବିଭାଗ ।

କୋରିଅରରେ ରାୟଗଡାରୁ ରାଜଧାନୀକୁ ଗଞ୍ଜେଇ ଚାଲାଣ, କାବୁ କଲା ଅବକାରୀ ବିଭାଗ

ରାଜ୍ୟରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ପୋଲିସ, ଅବକାରୀ ଓ ପ୍ରଶାସନ ପକ୍ଷରୁ ମିଳିତ ଭାବରେ ଲଗାତର ଭାବରେ ଚଢାଉ କରୁଥିବା ବେଳେ ଅପରାଧୀମାନେ ଭିନ୍ନ ଭିନ୍ନ କୌଶଳରେ ଗଞ୍ଜେଇ ଚୋରା ଚାଲାଣ କରି ଆସୁଥିବାର ନଜର ରହିଛି । ଆଉ ଏହି କ୍ରମରେ ସହରରେ ପ୍ରଥମଥର ପାଇଁ କୋରିଅର ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଏହାକୁ ଧରିବାରେ ସଫଳତା ମିଳିଛି । ଗତକାଲି ରାୟଗଡା ଅଞ୍ଚଳରୁ ପ୍ରୋଫେସେନାଲ କୋରିଅର ସଂସ୍ଥାରେ ୩୦ କିଲୋ ଗଞ୍ଜେଇ ଭର୍ତ୍ତି ଏକ କାଟୁନ ବସ ଯୋଗେ ରାଜଧାନୀ ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନକୁ ଚାଲାଣ ହେଉଥିଲା ।

ତେବେ ଏ ସମ୍ପର୍କରେ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗର ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ଏବଂ ତାଙ୍କ ଟିମ୍ ବସରୁ ତନଖି କରି ଗଞ୍ଜେଇ ଜବତ କରିବା ପରେ ସେହି କୋରିଅରରେ ଲେଖାଯାଇଥିବା ଫୋନ୍ ନମ୍ବରକୁ ଯୋଗାଯୋଗ କରି ଏହାର ଏଜେଣ୍ଟ ଦେବାଶିଷ ପଣ୍ଡାଙ୍କୁ ଗିରଫ କରିଥିଲେ । ହେଲେ ଗିରଫ ଏଜେଣ୍ଟଙ୍କ କହିବା କଥା ସେ ଏଭଳି କାରବାର ସମ୍ପର୍କରେ କିଛି ଜାଣିନଥିବା ବେଳେ ରାୟଗଡା ଦାୟିତ୍ବରେ ରହିଥିବା ଦୁର୍ଗାପ୍ରସାଦ ପଣ୍ଡା ଏହାକୁ ବୁକିଙ୍ଗ କରିଥିଲେ ।

ଏହାକୁ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ କୋରିଅର ଦାୟିତ୍ବରେ ରହିଥିବା ଅପରେସନ୍ ମ୍ୟାନେଜରଙ୍କ ନିକଟକୁ ପଠାଯାଇଥାନ୍ତା । ଗତ ୮ ବର୍ଷ ଧରି ସେ ଏଭଳି କୋରିଅର ଏଜେଣ୍ଟ ଭାବରେ କାର୍ଯ୍ୟ କରି ଆସୁଥିବାବେଳେ ଏହି ସଂସ୍ଥାରେ ଗତ ୪ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ପ୍ରତ୍ୟେକ କୋରିଅର୍ ବ୍ୟାଗରେ ଜରୁରୀକାଳୀନ ସୁବିଧା ପାଇଁ ତାଙ୍କର ମୋବାଇଲ୍ ନମ୍ବର ଲେଖାଯାଉଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.