ETV Bharat / city

Covid Awareness: ସଚେତନ କଲେ କୁକୁଡାଖଣ୍ଡି ତହସିଲଦାର

author img

By

Published : Jan 9, 2022, 10:31 PM IST

Covid Awareness: ସଚେତନ କଲେ କୁକୁଡାଖଣ୍ଡି ତହସିଲଦାର
Covid Awareness: ସଚେତନ କଲେ କୁକୁଡାଖଣ୍ଡି ତହସିଲଦାର

ରାଜ୍ୟରେ ମାଡୁଛି କୋରୋନା । ସଚେତନତା ପାଇଁ ଅଣ୍ଚା ଭିଡିଲେ କୁକୁଡାଖଣ୍ଡିର ତହସିଲଦାର କଲ୍ୟାଣ ସଂଘମିତ୍ରା । ଅଧିକ ପଢନ୍ତୁ

ବ୍ରହ୍ମପୁର : କୋଭିଡର ତୃତୀୟ ଲହରକୁ ନେଇ ସବୁଠି ଚିନ୍ତା । ଏଭଳି ସମୟରେ ସାଧାରଣ ଲୋକଙ୍କୁ ନେଇ କୋଭିଡ ସଚେତନତା କରିବା ସହ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପରିଧାନ କରିବା ପାଇଁ ରାସ୍ତାକଡରେ ନିଜେ ସଚେତନତା କରିଛନ୍ତି ଗଞ୍ଜାମ କୁକୁଡାଖଣ୍ଡିର ତହସିଲଦାର କଲ୍ୟାଣ ସଂଘମିତ୍ରା । ନିଜ ସରକାରୀ ଗାଡିରେ କୁକୁଡାଖଣ୍ଡି ସମେତ ଆଖପାଖ ଅଞ୍ଚଳକୁ ପରିକ୍ରମା କରିଥିଲେ । କୋରୋନାର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ସାଧାରଣ ଜନତା ଅନେକ କୋଭିଡର ନିୟମକୁ ଖୋଲାଖୋଲି ଉଲଘଂନ କରି ଅନେକ ନିଜର ସଂପର୍କୀୟଙ୍କୁ ହରାଇଛନ୍ତି ।

Covid Awareness: ସଚେତନ କଲେ କୁକୁଡାଖଣ୍ଡି ତହସିଲଦାର

କିନ୍ତୁ ବର୍ତ୍ତମାନ ନିଜେ ସତର୍କ ରହିବା ସହ ଘରୁ ବାହାରକୁ ବାହାରିଲେ ମାସ୍କ ପରିଧାନ କରିବା , ବଜାରରେ ଅଯଥା ଭିଡ ନ ଜମାଇବା , ସାନିଟାଇଜର ବ୍ୟବହାର କରିବା , କୌଣସି ପର୍ଯ୍ୟଟନ ସ୍ଥାନରେ ଗହଳି ନ କରିବା ସହ ପିକନିକ ନ କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରିଛନ୍ତି ତହସିଲଦାର । ଦିନକୁ ଦିନ କୋଭିଡ ସଂଙ୍କ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । କୋଭିଡ ନିୟମ ନ ମାନିଲେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକଙ୍କୁ ସତର୍କ କରିଛନ୍ତି । ଏନେଇ କିଭଳି ସଚେତନତା କରୁଛନ୍ତି କୁକୁଡାଖଣ୍ଡି ତହସିଲଦାର କଲ୍ୟାଣ ସଂଘମିତ୍ରା ଆସନ୍ତୁ ଶୁଣିବା ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.