ETV Bharat / city

ବାଲେଶ୍ବର: ପୁଅକୁ ମାରି ଫିଙ୍ଗିଦେଲେ ବାପା ଏବଂ ସାବତ ମାଆ !

author img

By

Published : Aug 5, 2022, 11:09 PM IST

ବାଲେଶ୍ବର: ପୁଅକୁ ମାରି ଫିଙ୍ଗିଦେଲେ ବାପା ଏବଂ ସାବତ ମାଆ !
ବାଲେଶ୍ବର: ପୁଅକୁ ମାରି ଫିଙ୍ଗିଦେଲେ ବାପା ଏବଂ ସାବତ ମାଆ !

ବାଲେଶ୍ଵର ଚାନ୍ଦମାରି ପଡ଼ିଆ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାପା ଓ ସାବତ ମାଆ ମିଶି ପୁଅକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ବାପାକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।ଅଧିକ ପଢନ୍ତୁ

ବାଲେଶ୍ବର: ସାବତ ମାଆ ସାଜିଲା ରାକ୍ଷସୀ । ମା ମମତାମୟୀରୁ ପିଶାଚୀ ହୋଇଗଲେ ଦୁନିଆ ଓଲଟି ଯାଏ । ପୁଅକୁ ମାରି ଫିଙ୍ଗିଦେଲେ ବାପା ଓ ସାବତ ମାଆ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଚାନ୍ଦମାରି ପଡ଼ିଆ ଅଞ୍ଚଳରେ । ଏନେଇ ବାପା ଓ ସାବତ ମାଙ୍କ ବିରୋଧରେ ଥାନାରେ ଏତଲା ହୋଇଥିବା ବେଳେ ବାପାକୁ ଅଟକ ରଖିଛି ପୋଲିସ ।

ବାଲେଶ୍ବର: ପୁଅକୁ ମାରି ଫିଙ୍ଗିଦେଲେ ବାପା ଏବଂ ସାବତ ମାଆ !

ସୂଚନାଅନୁସାରେ, ସହଦେବଖୁଣ୍ଟା ଆଦର୍ଶ ଥାନା ଅଧିନ ଲୁଣିଆ ଯୋଡି ପୋଲ ତଳୁ ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳକ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ପିଲାର ବାପା ଓ ସାବତ ମା ହତ୍ୟା କରିଥିବା ଅଭିଯୋଗ ହୋଇଛି । ଚାନ୍ଦମାରି ପଡ଼ିଆ ଅଞ୍ଚଳର ଗଣେଶ ଜେନାଙ୍କ ନାବାଳକ ପୁଅ ଓମ ପ୍ରକାଶ ଜନ୍ମରୁ ଦିବ୍ୟାଙ୍ଗ । ଓମଙ୍କୁ ଦେଢବର୍ଷ ହୋଇଥିବା ବେଳେ ଗଣେଶ ଦ୍ଵିତୀୟ ବିବାହ କରିଥିଲେ । ଏହାରି ଭିତରେ ଓମଙ୍କୁ ଗଣେଶ ଓ ତାଙ୍କ ଦ୍ଵିତୀୟ ପତ୍ନୀ ନିର୍ଯ୍ୟାତନା ଦେଉଥିବା ସ୍ଥାନୀୟ ଲୋକେ ଜାଣିପାରି ତାଙ୍କୁ ଭୁବନେଶ୍ୱରରେ ଛାଡିବା ପାଇଁ ଗଣେଶଙ୍କୁ ତାଗିଦ କରିଥିଲେ । ଗଣେଶ ଓ ତାଙ୍କ ଦ୍ଵିତୀୟ ପତ୍ନୀ ଓମକୁ ହତ୍ୟା କରିଥିବା ନେଇ ଗଣେଶଙ୍କ ମା ଓ ଭଉଣୀ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗଣେଶଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ମୃତ ଓମଙ୍କ ପିୟୁସୀଙ୍କ କହିବା ଅନୁସାରେ, " ଓମଙ୍କୁ ବାପା ଓ ସାବତ ମାଆ ଖାଇବାକୁ ଦେଉନଥିବା ବେଳେ ଅକଥନୀୟ ଅତ୍ୟାଚାର କରୁଥିଲେ । ଉଭୟେ ମିଶି ଓମଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି ।" ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗଣେଶଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.