ETV Bharat / city

ଆଇଟିଆରରୁ ତଥ୍ୟ ଲିକ୍ ଘଟଣା, ଅଭିଯୁକ୍ତଙ୍କ ଉପରୁ ହଟିଲା ୩ ଦଫା

author img

By

Published : Jul 7, 2022, 10:43 PM IST

ଚାନ୍ଦିପୁର ଆଇଟିଆରର ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କ ଉପରୁ ଦେଶର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ଲାଗିଥିବା ଅଫିସିଆଲ ସିକ୍ରେଟ ଆକ୍ଟ ବା ଦେଶଦ୍ରୋହ ଦଫା ୩, ୪ ଓ ୫କୁ ଅତିରିକ୍ତ ଜିଲ୍ଲା ଜଜ- ୩ ବିଚାର କରି ହଟାଇ ଦେଇଛନ୍ତି। ଅଧିକ ପଢନ୍ତୁ

ଆଇଟିଆରରୁ ତଥ୍ୟ ଲିକ୍ ଘଟଣା, ଅଭିଯୁକ୍ତଙ୍କ ଉପରୁ ହଟିଲା ୩ ଦଫା
ଆଇଟିଆରରୁ ତଥ୍ୟ ଲିକ୍ ଘଟଣା, ଅଭିଯୁକ୍ତଙ୍କ ଉପରୁ ହଟିଲା ୩ ଦଫା

ବାଲେଶ୍ବର: ଚାନ୍ଦିପୁର ଆଇଟିଆରର ତଥ୍ୟ ପ୍ରଘଟ ଅଭିଯୋଗରେ ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କ ଉପରୁ ହଟିଲା ତିନୋଟି ଦଫା । ଦେଶର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ନାଁରେ ଲାଗିଥିବା ଅଫିସିଆଲ ସିକ୍ରେଟ ଆକ୍ଟ ବା ଦେଶଦ୍ରୋହ ଦଫା ୩, ୪ ଓ ୫କୁ ଅତିରିକ୍ତ ଜିଲ୍ଲା ଜଜ- ୩ ବିଚାର କରି ହଟାଇ ଦେଇଛନ୍ତି ।

ତେବେ ସେମାନଙ୍କ ଉପରେ ଅନ୍ୟ ଦଫା ବଳବତ୍ତର ରହିଛି। ଚାନ୍ଦିପୁର ଆଇଟିଆର ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବର ୧୪ ତାରିଖରେ ୪ ଜଣ ଏବଂ ୧୫ ତାରିଖରେ ଜଣଙ୍କୁ ମିଶାଇ ମୋଟ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ରଞ୍ଜନ ନାୟକ, ଶେଖ୍ ମୂଶାଫିର, ସଚିନ କୁମାର ।

ସେମାନଙ୍କ ନାମରେ ଦଫା ୩, ୪ ,୫ ସହ ୧୨୦(ବି), ୧୨୧ (୩) ଓ ୩୪ ଦଫା ଲାଗିଥିଲା । ଦେଶର ଗୁରୁତ୍ଵପୂର୍ଣ ତଥ୍ୟ ପ୍ରଘଟ କରିବା ଅଭିଯୋଗ ସମ୍ପର୍କିତ ପ୍ରମାଣପତ୍ର ଦାଖଲ କରିବାରେ କ୍ରାଇମବ୍ରାଞ୍ଚ ବିଫଳ ହେବାରୁ ଅଦାଲତ ଏହି ରାୟ ପ୍ରଦାନ କରିଥିବା ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଗୁରୁପ୍ରସାଦ ବେହେରା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.