ETV Bharat / business

Home Loan: ଘର କିଣିବା ପୂର୍ବରୁ ନିଶ୍ଚିତ ଜାଣନ୍ତୁ ଏହି କଥା

author img

By

Published : May 30, 2022, 11:53 AM IST

Home Loan: ଘର କିଣିବା ପୂର୍ବରୁ ନିଶ୍ଚିତ ଜାଣନ୍ତୁ ଏହି କଥା
Home Loan: ଘର କିଣିବା ପୂର୍ବରୁ ନିଶ୍ଚିତ ଜାଣନ୍ତୁ ଏହି କଥା

ଘର କିଣିବା ପ୍ରତ୍ୟେକଙ୍କ ସ୍ବପ୍ନ ହୋଇଥାଏ । ହେଲେ ନିଜ ଇଚ୍ଛାକୁ ପୂରଣ କରିବାକୁ ହେଲେ ଅନେକ କଥାକୁ ଧ୍ୟାନରେ ରଖିବାକୁ ପଡିଥାଏ । ଯେପରିକି ଆପଣଙ୍କ ରୋଜଗାର କେତେ, ଆପଣ କେତେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ଏଭଳି ଅନେକ କଥା ଧ୍ୟାନରେ ରଖିବା ଆବଶ୍ୟକ । ଯଦି ଆପଣ ହୋମ ଲୋନ୍‌ ନେବାକୁ ଯାଉଛନ୍ତି ତେବେ ETV Bharat ଆପଣଙ୍କୁ କହିବ କେଉଁ କଥାକୁ ନିଶ୍ଚିତ ଧ୍ୟାନରେ ରଖିବା ଆବଶ୍ୟକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପ୍ରତ୍ୟେକ ପରିବାର ନିଜର ଏକ ସ୍ବପ୍ନର ଘର ପ୍ରତି ଆଶାୟୀ ରହିଥାନ୍ତି । ସ୍ବପ୍ନର ଘରକୁ ବାସ୍ତବ ରୂପ ଦେବା ପାଇଁ ଅନେକ ବ୍ୟାଙ୍କ ହୋମ ଲୋନ୍‌ ଦେଉଛନ୍ତି । ଘର ପାଇଁ ଋଣ ନେବା ପୂର୍ବରୁ ଅନେକ କଥା ରହିଛି ଯାହା ସମ୍ପର୍କରେ ନିହାତି ଜାଣିବା ଆବଶ୍ୟକ । ହୋମ ଲୋନ୍‌ ଏକ ଦୀର୍ଘକାଳୀନ ଦାୟିତ୍ବ । କାରଣ ଏହି ସମୟ ମଧ୍ୟରେ ସୁଧ ହାର ଅନେକ ଥର ବଢିବା ସହ ହ୍ରାସ ମଧ୍ୟ ପାଇଥାଏ । ଏଣୁ ଋଣ ନେବାବେଳେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

କେବଳ ସେତେବେଳେ ଋଣ ଭାର ହ୍ରାସ ପାଇବ ଯେତେବେଳେ ଆପଣ ଋଣ ପରିମାଣ କେତେ ? ଋଣ କେତେ ଦିନ ପାଇଁ ବାଛିବେ ? କିସ୍ତି ଦେବାରେ ଅସୁବିଧା ଅଛି କି ? ଋଣ ନେବାକୁ ନିଷ୍ପତ୍ତି ନେବା ପୂର୍ବରୁ ଏଗୁଡିକୁ ନିଶ୍ଚିତ ଧ୍ୟାନରେ ରଖିବା ଆବଶ୍ୟକ । ଅନେକ ଜଣାଶୁଣା ସ୍ଥାନରେ ବା ସମସ୍ତ ସୁବିଧା ଉପଲବ୍ଧ ହେଉଥିବା ସ୍ଥାନରେ ଘର ନେବା ପାଇଁ ସ୍ଥିର କରିଥାନ୍ତି । ମାତ୍ର ଉକ୍ତ ସ୍ଥାନଗୁଡ଼ିକରେ ଘରର ଦମ ଅଧିକ ରହିଥିବା ବେଳେ ଆମର ବଜେଟ କମ ରହିଥାଏ । ଆଦୌ ଭୁଲନ୍ତୁ ନାହିଁ କି ଆପଣଙ୍କ ଆଶା ବା ଇଚ୍ଛାଠାରୁ ବାସ୍ତବ ସମ୍ପୂର୍ଣ୍ଣ ଭିନ୍ନ ।

ଭବିଷ୍ୟତରେ ଆପଣଙ୍କ ରୋଜଗାର ଆହୁରି ବଢିବା ଏହି ଆଶା ନେଇ ଅନେକ ଋଣ ନେଇଥାନ୍ତି । ତେବେ ଏହା ଭାବିବା ମଧ୍ୟ ଭୁଲ । ପରବର୍ତ୍ତୀ ସମୟରେ ଏହା ଆପଣଙ୍କୁ ଅସୁବିଧାରେ ମଧ୍ୟ ପକାଇପାରେ । ଏହାସହ କାହାଠୁ ମଧ୍ୟ ବଡ଼ ରକମର ଅର୍ଥ ଧାର ନିଅନ୍ତୁ ନାହିଁ । ଏହା ମଧ୍ୟ ଭବିଷ୍ୟତରେ ଆପଣଙ୍କ ଚିନ୍ତା ବଢାଇ ପାରେ । ଆମେ ଯେତେବେଳେ ଘର କିଣିବାକୁ ଚାହୁଁ, ସେତେବେଳେ ଆମକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ନିଜ ସଞ୍ଚୟ ଅର୍ଥରୁ ବିନିଯୋଗ କରିବାକୁ ପଡ଼େ ଯାହାକୁ ମାର୍ଜିନ ମନି(Margin Money) ବୋଲି କୁହାଯାଏ । ଏହି ମାର୍ଜିନ ମନିକୁ ସମ୍ପୂର୍ଣ୍ଣ ମଧ୍ୟ ବିନିଯୋଗ କରନ୍ତୁ ନାହିଁ । ଏହା ପରବର୍ତ୍ତୀ ସମୟରେ ଆପଣଙ୍କ ଜୀବନରେ ଅର୍ଥନୈତିକ ସମସ୍ୟା ଉପୁଜାଇପାରେ ।

କ୍ରେଡିଟ ସ୍କୋର:-

ଅଧିକାଂଶ ବ୍ୟାଙ୍କ ସମ୍ପ୍ରତି ଋଣ ନେଉଥିବା ବ୍ୟକ୍ତି ବା ଋଣ ଗ୍ରହୀତାଙ୍କ କ୍ରେଡିଟ୍ ସ୍କୋର ଉପରେ ଆଧାର କରି ବନ୍ଧକ ସୁଧ ହାର ସ୍ଥିର କରିଛନ୍ତି । କମ୍ କ୍ରେଡିଟ୍ ସ୍କୋର ଥିବା ବ୍ୟକ୍ତିମାନେ ଅଧିକ ସୁଧ ହାର ଦେଇଥାନ୍ତି । ଏଣୁ ଯଦି ଆପଣ ଏକ ଉଚ୍ଚ-ସୁଧ ହାର ପାଇବାକୁ ଚାହୁଁନାହାଁନ୍ତି, ତେବେ ଆପଣଙ୍କର କ୍ରେଡିଟ୍ ସ୍କୋରକୁ ଯତ୍ନର ସହିତ ପରିଚାଳନା କରନ୍ତୁ । ୭୫୦-୮୦୦ ରୁ ଅଧିକ ଏକ ଭଲ ସ୍କୋର ଭାବରେ ବିବେଚନା କରାଯାଏ । କେବଳ ଋଣ ପାଇଁ ଆବେଦନ କରିବା ସମୟରେ ନୁହେଁ ଏବଂ ଋଣ କ୍ଲିଅର ନ ହେବା ପର୍ଯ୍ୟନ୍ତ ଏହି ସ୍କୋରକୁ ବଜାୟ ରଖିବା ଉଚିତ ।

ମାସିକ କିସ୍ତି:-

ଯେହେତୁ ହୋମ ଲୋନ ଏକ ଦୀର୍ଘକାଳୀନ ଦାୟିତ୍ବ, ଏଣୁ ଋଣ ନେବା ପୂର୍ବରୁ ନିଜକୁ କିଛି ପ୍ରଶ୍ନ ପଚାରନ୍ତୁ । ଏହି ଋଣ ପାଇଁ ଆବେଦନ କରିବାବେଳେ ଆପଣଙ୍କ ପାଖରେ ଆଉ କେତେ ଋଣ ଅଛି ? ସେମାନଙ୍କ ପାଇଁ କିସ୍ତିର ପରିମାଣ କେତେ ? ଭବିଷ୍ୟତରେ ଆପଣଙ୍କୁ ଅନ୍ୟ କୌଣସି ଋଣ ନେବାକୁ ପଡିବ କି ? ଋଣ ନେବା ପୂର୍ବରୁ ସେମାନଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ । ସେହିଭଳି ଯଦି ଆପଣଙ୍କର ଋଣ ଅଛି, ତେବେ ଋଣ ପରିଶୋଧ ଶକ୍ତି(repayment power) ହ୍ରାସ କର ।

ଭବିଷ୍ୟତରେ ଆପଣଙ୍କ ପିଲାମାନଙ୍କ ଶିକ୍ଷା ପାଇଁ ଆପଣଙ୍କୁ ଋଣ ନେବାକୁ ପଡିପାରେ । ଏଣୁ ଯେତେବେଳେ ଆପଣ ଏକ ନୂତନ ଋଣ ନିଅନ୍ତି ସେତେବେଳେ ଆପଣଙ୍କ ଉପରେ EMIର ଭାର ଅଧିକ । ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଦାୟିତ୍ବ ଉପରେ ନିର୍ଭର କରି ଆପଣ କେତେ ଋଣ ମଞ୍ଜୁର କରିବେ ତାହା ଅପେକ୍ଷା ଆପଣ କେତେ EMI ଦେଇ ପାରିବ ତାହା ଉପରେ ଆଧାର କରି ଋଣ ରାଶି ସ୍ଥିର କରିବା ସର୍ବୋତ୍ତମ । ଏହାପରେ ସ୍ବଳ୍ପ ସୁଧ ହାର ଏବଂ ପ୍ରକ୍ରିୟାକରଣ ଫି ସହିତ ବ୍ୟାଙ୍କଗୁଡିକ ବାଛନ୍ତୁ ।

ଆପଣଙ୍କ ରୋଜଗାର କେତେ ?

ହୋମ ଲୋନ ପାଇଁ ଆବେଦନ କରିବା ପୂର୍ବରୁ ଆପଣ ନିଜକୁ ପଚାରିବାକୁ ପଡିବ ଯେ ଆପଣ ଆର୍ଥିକ ଦୃଷ୍ଟିରୁ କେତେ ଭଲ ଭାବେ ପ୍ରସ୍ତୁତ ରହିଛନ୍ତି ? ଯେତେଦିନ ପର୍ଯ୍ୟନ୍ତ ଋଣ ଚାଲିବ ଆପଣ ନିୟମିତ ଆୟ ପାଇବେ କି ? ଏଗୁଡିକ ପ୍ରଥମେ ସୁନିଶ୍ଚିତ କରନ୍ତୁ । ଏକରୁ ଅଧିକ ଆୟର ଉତ୍ସ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବା ଉଚିତ । ଆପଣଙ୍କ ଆୟ ଉପରେ ଆଧାର କରି ବ୍ୟାଙ୍କଗୁଡିକ ଋଣ ମଞ୍ଜୁର କରିବେ ଏବଂ ଯେତେବେଳେ ଆପଣ ଅନୁଭବ କରିବେ ଯେ ଋଣ ପ୍ରକ୍ରିୟାକରଣ ପାଇଁ ଆପଣଙ୍କର ଆୟ ପର୍ଯ୍ୟାପ୍ତ ନୁହେଁ । ସେତେବେଳେ ଆପଣ ଆପଣଙ୍କର ପତ୍ନୀଙ୍କୁ ସହ-ଆବେଦନକାରୀ ଭାବରେ ଯୋଡିପାରିବେ । ମିଳିତ ଋଣ ପାଇଁ ଆବେଦନ କରିବା ସମୟରେ ଋଣ ଯୋଗ୍ୟତା ବଢିଥାଏ ଏବଂ ମହିଳାମାନେ ମଧ୍ୟ ସୁଧ ହାରରେ ରିହାତି ପାଇଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.